ସର୍ଫରାଜଙ୍କ ଉପରେ ଗମ୍ଭୀର ଆଣିଲେ ବଡ଼ ଅଭିଯୋଗ! ଟିମ୍ ଇଣ୍ଡିଆରୁ ହୋଇପାରନ୍ତି ବ୍ଲାକଲିଷ୍ଟ….
ଅଷ୍ଟ୍ରେଲିଆ ଗସ୍ତରେ ଭାରତର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଭାରତ ସେଠାରେ ପ୍ରଥମ ଟେଷ୍ଟକୁ ଛାଡ଼ିଦେଲେ ଅନ୍ୟ କୌଣସିଥିରେ ଭଲ ପ୍ରଦର୍ଶନ କରିପାରିନାହିଁ। ଯାହାଫଳରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲ୍ ରୁ ମଧ୍ୟ ବାଦ୍ ପଡିଛି। ଯାହାକୁ ନେଇ ବିସିସିଆଇ ଏବଂ ଦଳ ପରିଚାଳନା କମିଟି ମଧ୍ୟରେ ଏକ ବୈଠକ ମଧ୍ୟ ବସିଥିଲା।
ଏପରିକି ଟେଷ୍ଟ ମ୍ୟାଚ ସମୟରେ ଦଳ ଭିତରେ ଆଭ୍ୟନ୍ତରୀଣ ମତଭେଦ ଥିବା ନେଇ ମଧ୍ୟ କଥା ସାମ୍ନାକୁ ଆସିଥିଲା। କିଛି ଖେଳାଳି ଗୌତମ ଗମ୍ଭୀରଙ୍କ କୋଚିଂ ଶୈଳୀକୁ ନେଇ ଖୁସି ନଥିବା ଜାଣିବାକୁ ମିଳିଛି। ଏଥିନେଇ କିଛି ଖବର ଲିକ୍ ହୋଇଥିବା ବେଳେ ଏକ ସାକ୍ଷାତକାରରେ ଏଥିନେଇ ଗୌତମ ଗମ୍ଭୀରଙ୍କୁ ମଧ୍ୟ ପ୍ରଶ୍ନ ପଚରା ଯାଇଥିଲା।
ଡ୍ରେସିଂ ରୁମ୍ ର ସମସ୍ତ କଥା ଡ୍ରେସିଂ ରୁମ୍ ରେ ହିଁ ରହିବା ଦରକାର ବୋଲି ସେତେବେଳେ କହିଥିଲେ ଗମ୍ଭୀର। କିନ୍ତୁ, ଭାରତ ଫେରିବା ପରେ ଏହି ଘଟଣାକୁ ନେଇ ତର୍ଜମା ଆରମ୍ଭ ହୋଇଛି। ଡ୍ରେସିଂ ରୁମର ଘଟଣା ଗୁଡିକୁ ସର୍ଫରାଜ୍ ଖାନ୍ ଲିକ୍ କରୁଥିବା ନେଇ ଖବର ଶୁଣିବାକୁ ମିଳିଛି। ଏଥିନେଇ ଗମ୍ଭୀର କୁଆଡେ ବିସିସିଆଇର ଦ୍ୱାରସ୍ତ ହୋଇଥିବା ଶୁଣିବାକୁ ମିଳୁଛି।
ଯଦି ଏହି ଘଟଣା ସତ୍ୟ ହୋଇଥାଏ ତେବେ ଏହା ସର୍ଫରାଜଙ୍କ କ୍ୟାରିଅର ମଧ୍ୟ ନଷ୍ଟ କରିପାରେ। ୨୦୧୯ ମସିହାରେ ବିରାଟ ଏବଂ ରୋହିତଙ୍କ ମଧ୍ୟରେ ଝଗଡା ହୋଇଥିବା କଥା ସାମ୍ନାକୁ ଆସିଥିଲା। ଯାହାପରେ ଉଭୟଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା। ଏପରିକି ଦଳର କିଛି ଅନୁଶାସନ ଭାଙ୍ଗିଥିବା ହେତୁ ଇଶନ କିଶନ ଭାରତୀୟ ଦଳରେ ସାମିଲ ହୋଇପାରୁନାହାଁନ୍ତି। ଏବେ ସର୍ଫରାଜଙ୍କ କ୍ୟାରିଅର ଉପରେ ମଧ୍ୟ ଖଣ୍ଡା ଝୁଲୁଥିବା ଜଣାପଡିଛି।