କ୍ରିକେଟକୁ ନେଇ ରାଜନୀତି କରୁଥିଲା ପାକିସ୍ତାନ! POK ଭିତରକୁ ଟ୍ରଫି ଯାତ୍ରାକୁ ଭଣ୍ଡୁର କରିଲା ଭାରତ….

  1. Home
  2. Cric Special

କ୍ରିକେଟକୁ ନେଇ ରାଜନୀତି କରୁଥିଲା ପାକିସ୍ତାନ! POK ଭିତରକୁ ଟ୍ରଫି ଯାତ୍ରାକୁ ଭଣ୍ଡୁର କରିଲା ଭାରତ….


ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇର ଆପତ୍ତି ଉଠାଇବା ପରେ କରାଚି, ଲାହୋର ଏବଂ ରାୱଲପିଣ୍ଡି ଏହି ତିନିଟି ଆୟୋଜକ ସହରରେ ଚାମ୍ପିଅନ୍ସ ଟ୍ରଫି ଯାତ୍ରାକୁ ସୀମିତ କରିବାକୁ ରାଜି ହୋଇଥିବା ଜାଣିବାକୁ ମିଳିଛି। ପିସିବି ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏହି ଟ୍ରଫି ଟୁର୍ କରିବାକୁ ପ୍ରୟାସ କରିଥିଲା ଯାହାକୁ ଘୋର ବିରୋଧ କରାଯାଇଥିଲା।

Champions trophy

ପିସିବି ଅନୁଯାଇ ୨୦୨୫ ଟ୍ରଫି ଯାତ୍ରା ୧୬ ନଭେମ୍ବରରେ ଇସଲାମାବାଦରେ ଆରମ୍ଭ ହୋଇଥିଲା ଏବଂ ସ୍କାର୍ଡୁ, ମୁରି, ହୁଞ୍ଜା ଏବଂ ମୁଜାଫରବାଦ ଅଞ୍ଚଳରେ ଏହାକୁ ଭ୍ରମଣ କରାଯାଇଥାନ୍ତା। ଏହି ସବୁ ସ୍ଥାନ POK ରେ ହୋଇଥିବା ହେତୁ ବିସିସିଆଇ ସଚିବ ଜୟ ଶାହା ଆଇସିସିରେ ଏହାକୁବିରୋଧ କରିଥିଲେ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡିସେମ୍ବର ୨ ତାରିଖରେ ଆଇସିସି ଚେୟାରମ୍ୟାନ୍ ଭାବରେ ଜୟ ଶାହା ଦାୟିତ୍ ଗ୍ରହଣ କରିବାକୁ ଯାଉଛନ୍ତି। ଜୟ ଶାହା ଆଇସିସିଙ୍କୁ କହିଛନ୍ତି ଯେ POKରେ ଟ୍ରଫି ଯାତ୍ରା ଯୋଜନା ଗ୍ରହଣୀୟ ନୁହେଁ।

Ind vs pak

ବିସିସିଆଇ ସଚିବ ଶାହା POK ରେ ଚାମ୍ପିଅନ୍ସ ଟ୍ରଫି ଯାତ୍ରା କରିବାକୁ PCBକୁ ବିରୋଧ କରିଛନ୍ତି। ଯଦି ଏହି ଯାତ୍ରା ପାକିସ୍ତାନର ଅନ୍ୟ କୌଣସି ସହରରେ କିମ୍ବା PoK ବାହାରେ ଥିବା ଏକ ଷ୍ଟାଡିୟମରେ କିମ୍ବା ଏକ ମଲ୍‌ରେ କରାଯାଏ ତେବେ ବିସିସିଆଇର କୌଣସି ଅସୁବିଧା ନାହିଁ। କିନ୍ତୁ ସେମାନେ ଏହାକୁ POK ରେ ରଖିପାରିବେ ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ ଶୁକ୍ରବାର ଦିନ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି।

Pak

୨୦୨୫ ରେ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟରେ ସୁରକ୍ଷା ଦୃଷ୍ଟିରୁ ବିସିସିଆଇ ଭାରତର ମ୍ୟାଚ ଗୁଡିକୁ ଦୁବାଇକୁ ସ୍ଥାନାନ୍ତର କରିବାକୁ କହିବା ପରେ ବିବାଦ ଲାଗି ରହିଛି, କିନ୍ତୁ ପିସିବି ଏହି ଦାବିରେ ଏପର୍ଯ୍ୟନ୍ତ ରାଜି ହୋଇ ନାହିଁ। ଆସନ୍ତା ବର୍ଷର ୫୦ ଓଭର ଚାମ୍ପିଅନ୍ସ ଟ୍ରଫିରେ ବିଶ୍ୱର ଶ୍ରେଷ୍ଠ ଆଠଟି ଦଳ ଅଂଶଗ୍ରହଣ କରିବେ ଯାହା ଫେବୃଆରୀ ୧୯ ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ କରାଚି, ଲାହୋର ଏବଂ ରାୱଲପିଣ୍ଡିରେ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି।

Pok

କିନ୍ତୁ, ଭାରତୀୟ ଦଳ ସୁରକ୍ଷା ଦୃଷ୍ଟିରୁ ଏହାର ସମସ୍ତ ମ୍ୟାଚ ହାଇବ୍ରିଡ୍ ମଡେଲରେ ଖେଳିବାକୁ ଚାହୁଁଛି। ପାକିସ୍ତାନ ସରକାର ସେମାନଙ୍କ ଚାମ୍ପିଅନ୍ସ ଟ୍ରଫି ଖେଳକୁ ଦୁବାଇକୁ ସ୍ଥାନାନ୍ତର କରିବାକୁ ଭାରତର ଦାବିରେ ରାଜି ନହେବାକୁ ପିସିବିକୁ କହିଥିବା ଜାଣିବାକୁ ମିଳିଛି। ତେଣୁ, ଆଗକୁ ଏହି ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ କଣ ହେବ ତାହା ଅସ୍ପଷ୍ଟ ରହିଛି।