ବସ୍ ଡ୍ରାଇଭରକୁ ଜଣା ବିରାଟ କୋହଲିଙ୍କ ଦୁର୍ବଳତା! ଏପରି ଭାବରେ ଆଉଟ କରିବାକୁ ଦେଇଥିଲେ ମନ୍ତ୍ରଣା….
ଅଷ୍ଟ୍ରେଲିଆ ବିପକ୍ଷରେ ଲଜ୍ଜାଜନକ ପରାଜୟ ପରେ ଭାରତୀୟ ଦଳର ମୁଖ୍ୟ ଖେଳାଳିମାନେ ବର୍ତ୍ତମାନ ରଣଜୀ ଟ୍ରଫି ଖେଳୁଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ସାମିଲ ରହିଛନ୍ତି। ରୋହିତ ଶର୍ମା ନିଜର ପ୍ରଥମ ମ୍ୟାଚରେ ଫେଲ୍ ମାରିଥିବା ବେଳେ ବିରାଟ କୋହଲି ରେଳବାଇ ବିପକ୍ଷ ମ୍ୟାଚର ପ୍ରଥମ ଇନିଂସରେ କ୍ଲିନ ବୋଲ୍ଡ ହୋଇଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେଉଛି।
ବିରାଟଙ୍କୁ କ୍ଲିନ ବୋଲ୍ଡ କରିଥିବା ବୋଲର ହିମାଂଶୁ ସାଙ୍ଘୱାନ୍ ବର୍ତ୍ତମାନ ବହୁତ ଚର୍ଚ୍ଚାରେ ରହିଛନ୍ତି। ତେବେ ବିରାଟଙ୍କୁ କିପରି ଆଉଟ କରାଯାଇପାରିବ ସେଥିନେଇ ଜଣେ ବସ୍ ଡ୍ରାଇଭର ତାଙ୍କୁ ପ୍ଲାନ୍ ବତାଇଥିଲେ ବୋଲି କହିଛନ୍ତି ହିମାଂଶୁ। ପଡ଼ିଆକୁ ଆସିବା ବେଳେ ବସ୍ ଡ୍ରାଇଭର ତାଙ୍କୁ ବିରାଟଙ୍କୁ ଚତୁର୍ଥ ଷ୍ଟମ୍ପରେ ବୋଲିଂ କରିଲେ ବିରାଟ ଆଉଟ ହୋଇଯିବେ ବୋଲି କହିଥିଲେ।
ତେବେ, ନିଜ ସରଳ ରଣନୀତି ଦ୍ୱାରା ସେ ବିରାଟଙ୍କୁ ଆଉଟ କରିବାରେ ସଫଳ ହୋଇଥିବା କହିଛନ୍ତି ହିମାଂଶୁ। ଦିଲ୍ଲୀ ବ୍ୟାଟରମାନେ ସାଧାରଣତଃ ଆକ୍ରମକ ହୋଇଥିବା ହେତୁ ସେମାନଙ୍କୁ ଭଲ ଲାଇନ ଏବଂ ଲେନ୍ଥରେ ବଲ ପକାଇବା ପାଇଁ କୋଚ୍ କହିଥିଲେ। ତେବେ, ବିରାଟ ବାରମ୍ବାର ଚତୁର୍ଥ ଷ୍ଟମ୍ପ ବଲ ଗୁଡିକରେ କ୍ୟାଚ୍ ଆଉଟ ହେଉଥିବା କାହାକୁ ଅଛପା ନାହିଁ। ଯାହାର ଫାଇଦା ସମସ୍ତ ବୋଲର ଉଠାଇବାକୁ ଚେଷ୍ଟା କରୁଛନ୍ତି।