ବିରାଟ କୋହଲିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବାକୁ ଚାହାଁନ୍ତି ଲାରା! ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….

  1. Home
  2. Cric Special

ବିରାଟ କୋହଲିଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ଖେଳାଇବାକୁ ଚାହାଁନ୍ତି ଲାରା! ନାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ….


ଆସନ୍ତା ମାସରେ ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଯାଉଛି। ୩୦ ଏପ୍ରିଲରେ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି। ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କୁ ଦଳରେ ରଖାଯାଇଛି। କିନ୍ତୁ, ତାଙ୍କୁ କୌଣସି ଭୂମିକାରେ ଦେଖିବାକୁ ମିଳିବ କି ନାହିଁ ତାହା କହିବା ଟିକେ କଷ୍ଟକର ଅଟେ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ବିରାଟ ରୋହିତଙ୍କ ସହ ବିଶ୍ୱକପ୍‌ରେ ଓପନ କରି ପାରନ୍ତି। 

Kohli

ଏହାରି ମଧ୍ୟରେ ଜଣେ ପୂର୍ବତନ ଖେଳାଳିଙ୍କ ଏକ ବଡ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଯେଉଁଥିରେ ସେ ଲୋୟର ଅର୍ଡରରେ ବ୍ୟାଟିଂ କରୁଥିବା ଏହି ଖେଳାଳିଙ୍କୁ ନମ୍ବର-୩ରେ ଖେଳାଇବାକୁ ଦାବି କରିଛନ୍ତି। ଟି-୨୦ ବିଶ୍ୱକପ ୨୦୨୪ ରେ ଭାରତର ଚୂଡାନ୍ତ ଏକଦେଶ କ’ଣ ହେବ? କେଉଁ ବ୍ୟାଟ୍ସମ୍ୟାନ୍ କେଉଁ ସ୍ଥାନରେ ଖେଳିବେ। ଏହି ପ୍ରଶ୍ନର ଉତ୍ତର କେବଳ ଅଧିନାୟକ ରୋହିତ ଶର୍ମା କହିପାରିବେ।  

ତେବେ କଣ୍ଡିସନ ଅନୁଯାୟୀ ହିଁ ସେ ଚୂଡାନ୍ତ ଏକାଦଶକୁ ବାଛିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ସ୍ପଷ୍ଟ ଭାବରେ କହିଛନ୍ତି। କିନ୍ତୁ ଏହାପୂର୍ବରୁ ୱେଷ୍ଟଇଣ୍ଡିଜର ପୂର୍ବତନ ମହାନ ବ୍ୟାଟ୍ସମ୍ୟାନ୍ ବ୍ରାଏନ୍ ଲାରା ନିଜର ମତ ପ୍ରକାଶ କରିଛନ୍ତି। ସେ ନମ୍ବର-୩ ରେ ବିରାଟ କୋହଲିଙ୍କୁ ନୁହେଁ ବରଂ ସୁର୍ଯ୍ୟକୁମାର ଯାଦବଙ୍କୁ ଖେଳାଇବାକୁ ଦାବି କରିଛନ୍ତି। 

Kohli

ସୂର୍ଯ୍ୟକୁମାର ଯାଦବ ଆଇପିଏଲ ୨୦୨୪ ରେ ଫର୍ମରେ ରହିଥିବା ଦେଖିବାକୁ ମିଳିଛି। ସେ ଗତ ମ୍ୟାଚରେ ହାଇଦ୍ରାବାଦ ବିପକ୍ଷରେ ଏକ ମ୍ୟାଚ୍ ଜିତାଇବା ଇନିଂସ ଖେଳିଥିଲେ। ଏହି ଅବଧିରେ ତାଙ୍କ ବ୍ୟାଟରୁ ୧୦୨* ରନର ଅପରାଜିତ ଇନିଂସ ଦେଖିବାକୁ ମିଳିଥିଲା।  ତାଙ୍କର ଆକ୍ରମଣାତ୍ମକ ଶୈଳୀ ବ୍ୟାଟିଂ ବିଶ୍ୱକପରେ ଦେଖିବାକୁ ମିଳିପାରେ।

ବ୍ରାଏନ୍ ଲାରା ବିଶ୍ୱାସ କରନ୍ତି ଯେ ତାଙ୍କୁ ଶୀଘ୍ର ବ୍ୟାଟିଂ ପାଇଁ ପଠାଯିବା ଉଚିତ୍।  କାରଣ ତାଙ୍କର ଏପରି କ୍ଷମତା ଅଛି ଯେ ଯଦି ସେ ଶୀଘ୍ର ବ୍ୟାଟିଂ କରିବାକୁ ଆସନ୍ତି, ତେବେ ସେ କମ୍ ବଲରେ ବଡ଼ ସ୍କୋର କରିପାରିବେ ଏବଂ ନିଜ ଦଳକୁ ଭଲ ସ୍ଥିତିରେ ରଖିପାରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଭାରତ ପ୍ରଥମ ବିଜେତା ହୋଇଥିଲା, ଏମଏସ ଧୋନିଙ୍କ ନେତୃତ୍ୱରେ ୨୦୦୭ ରେ ଦଳ ଏହି ଟାଇଟଲ ଜିତିଥିଲା।  

Surya

ସେବେଠାରୁ ଭାରତ ଥରେ ଫାଇନାଲରେ ପହଞ୍ଚିଛି ଏବଂ ଦୁଇଥର ସେମିଫାଇନାଲରେ ପ୍ରବେଶ କରିଛି, କିନ୍ତୁ ଦ୍ଵିତୀୟ ଥର ପାଇଁ ଦଳ ଟ୍ରଫି ଜିତିପାରିନାହିଁ। ଭାରତ ୨୦୧୪ ରେ ବାଂଲାଦେଶରେ ଶ୍ରୀଲଙ୍କାଠାରୁ ହାରିଥିଲା। ଅନ୍ୟପକ୍ଷରେ ୨୦୧୬ ଏବଂ ୨୦୨୨ ରେ ସେମିଫାଇନାଲରେ ଭାରତ ପରାଜୟ ବରଣ କରିଥିଲା। ଏଥର ରୋହିତ ଶର୍ମା ଟ୍ରଫି ଜିତିବା ପାଇଁ ସମସ୍ତ ଉଦ୍ୟମ କରିବେ। ୱେଷ୍ଟଇଣ୍ଡିଜ୍ ସହିତ ଭାରତ ଫାଇନାଲ ଖେଳିପାରେ ବୋଲି ଲାରା ବିଶ୍ୱାସ କରନ୍ତି।

ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଭାରତୀୟ ଦଳ ଦଳ: ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ୍ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ଶିବମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ସର ପଟେଲ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ଜସପ୍ରୀତ ବୁମ୍ରା, ମହମ୍ମଦ ସିରାଜ।