ବଢ଼ିଲା ରୋହିତ ଶର୍ମାଙ୍କ ଚିନ୍ତା! ଆଗାମୀ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ ଏହି ଖେଳାଳି, ଦଳରେ ହୋଇପାରେ ବଡ଼ ଅଦଳବଦଳ….

  1. Home
  2. Cric Special

ବଢ଼ିଲା ରୋହିତ ଶର୍ମାଙ୍କ ଚିନ୍ତା! ଆଗାମୀ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ ଏହି ଖେଳାଳି, ଦଳରେ ହୋଇପାରେ ବଡ଼ ଅଦଳବଦଳ….


ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା ସରିଥିବା ବେଳେ ଦଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛି। ରାଜକୋଟ କ୍ରିକେଟ ଗ୍ରାଉଣ୍ଡରେ ଦୁଇ ଦଳ ମଧ୍ୟରେ ୧୫ ତାରିଖ ଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହେବ। ଏହି ମ୍ୟାଚ ଜିତି ଉଭୟ ଭାରତ ଏବଂ ଇଂଲଣ୍ଡ ପାଇଁ ସିରିଜରେ ଅଗ୍ରଣୀ ହାସଲ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ। ବର୍ତ୍ତମାନ ସମୟରେ ଉଭୟ ଦଳ ୧-୧ ରେ ସମାନ ସ୍ଥିତିରେ ରହିଛନ୍ତି।

Team india

କିନ୍ତୁ ଏହାପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ଆଗରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ହେତୁ ଭାରତକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ନିକଟରେ ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଦାବି କରିଛି ଯେ ଷ୍ଟାର ବୋଲର ଜସପ୍ରୀତ ବୁମ୍ରା ଚତୁର୍ଥ ଟେଷ୍ଟ ମ୍ୟାଚର ଅଂଶ ରହିବେ ନାହିଁ। ଏହା ବ୍ୟତୀତ ଆବେଶ ଖାନଙ୍କୁ ଖେଳ ସମୟ ଦେବା ପାଇଁ ଦଳରୁ ମୁକ୍ତ କରାଯାଇଛି। ସେ ନିଜ ରାଜ୍ୟ ପାଇଁ ରଣଜୀ ଟ୍ରଫି ଖେଳିବେ।


ଟାଇମ୍ସ ଅଫ୍ ଇଣ୍ଡିଆ ଅନୁଯାଇ ରାଞ୍ଚି ଟେଷ୍ଟ ମ୍ୟାଚରେ ଜସପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯିବ। ଏହା ବ୍ୟତୀତ ରାଜକୋଟ ଟେଷ୍ଟ ମ୍ୟାଚର ପିଚ ବିଷୟରେ ମଧ୍ୟ ସୂଚନା ଦିଆଯାଇଅଛି। ଚଳିତ ସିରିଜରେ ସ୍ଲୋ ଟ୍ରନିଂ ପିଚ୍ ଭାରତକୁ ସୁହାଇଅଛି। ତେଣୁ ରାଜକୋଟ ଠାରେ ଏଭଳି ପିଚ ପ୍ରସ୍ତୁତ ହୋଇପାରେ।

ସେହିଭଳି ଭାବରେ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଯୁବ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ଧ୍ରୁଭ ଜୁରେଲଙ୍କୁ ମଧ୍ୟ ସୁଯୋଗ ମିଳିପାରେ। କେ.ଏସ୍ ଭରତଙ୍କର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଭାରତୀୟ ବୋର୍ଡ ଏହି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି। ଏହି ସିରିଜରେ କେ.ଏସ୍ ଭରତ ଏପର୍ଯ୍ୟନ୍ତ ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି।

Jurel

ସେହିଭଳି ଭାବରେ ଲୋୟର୍ ମିଡ଼ିଲ ଅର୍ଡରରେ କେହି ବି ବ୍ୟାଟର ବିଶେଷ ଇନିଂସ ଖେଳି ପାରି ନାହାଁନ୍ତି।  ତେଣୁ ବର୍ତ୍ତମାନ ତୃତୀୟ ମ୍ୟାଚ୍ ପାଇଁ ଭାରତୀୟ ଦଳ ଧ୍ରୁଭ ଜୁରେଲଙ୍କ ସହିତ ଓଲ୍ହାଇ ପାରେ। ଘରୋଇ କ୍ରିକେଟରେ ଧ୍ରୁବ ଉତ୍କୃଷ୍ଟ ପ୍ରଦର୍ଶନ କରିବାପରେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ଗୋଟିଏ ଶତକ ଏବଂ ୫ଟି ଅର୍ଦ୍ଧଶତକ ସହାୟତାରେ ୧୫ ଟି ପ୍ରଥମ ଶ୍ରେଣୀ ମ୍ୟାଚର ୧୯ ଟି ଇନିଂସରେ ୭୯୦ ରନ୍ ସଂଗ୍ରହ କରିଛନ୍ତି।