ଭାରତ ବିପକ୍ଷରେ ହାରିବା ପରେ ରାଗିଗଲେ ବାବର ଆଜମ! ଏହି ଖେଳାଳିଙ୍କ ଉପରେ ଲଦିଲେ ସବୁ ଦୋଷ….

  1. Home
  2. Cric Special

ଭାରତ ବିପକ୍ଷରେ ହାରିବା ପରେ ରାଗିଗଲେ ବାବର ଆଜମ! ଏହି ଖେଳାଳିଙ୍କ ଉପରେ ଲଦିଲେ ସବୁ ଦୋଷ….


ଜୁନ୍ ୯ ତାରିଖ, ରବିବାର ଦିନ ବିଶ୍ୱକପ୍ ୨୦୨୪ରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ହାଇ ଭୋଲଟେଜ୍ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୧୯ ରନ୍ ସଂଗ୍ରହ କରିଥିବାବେଳେ ଏହି ଟାର୍ଗେଟକୁ ପିଛା କରିଥିବା ପାକିସ୍ତାନ ମ୍ୟାଚ୍‌ ହାରିଛି। ପରାଜୟ ପରେ ପାକିସ୍ତାନୀ ଅଧିନାୟକ ବାବର ଆଜାମ ପୋଷ୍ଟ ମ୍ୟାଚ୍ ସାକ୍ଷାତକାରରେ ଭାରତ ବିପକ୍ଷରେ ପରାଜୟର ବିଶ୍ଳେଷଣ କରିଥିଲେ।  

India

ଏହି ମ୍ୟାଚରେ ପାକିସ୍ତାନର ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଭାରତ ବିପକ୍ଷରେ ୧୨୦ ରନ୍ ଲକ୍ଷ୍ୟ ହାସଲ ନ କରି ପାରିବା ପାକିସ୍ତାନ ପାଇଁ ଲଜ୍ଜାଜନକ ପରାଜୟଠାରୁ କମ୍ ନୁହେଁ। ପୋଷ୍ଟ ମ୍ୟାଚ୍ ସାକ୍ଷାତକାରରେ ବାବର ପରାଜୟର ମୁଖ୍ୟ କାରଣ ମଧ୍ୟ କହିଛନ୍ତି। ସେମାନେ କହିଛନ୍ତି ଯେ,“ଆମେ ଭଲ ବୋଲିଂ କରିଛୁ। ବ୍ୟାଟିଂ ବେଳେ କ୍ରମାଗତ ୱିକେଟ୍ ହରାଇ ଅନେକ ଡଟ୍ ବଲ୍ ମଧ୍ୟ ଖେଳିଥିଲୁ। ଆମେ ମିଡ଼ିଲ ଓଭରରେ ବହୁତ ଡଟ୍ ବଲ୍ ଖେଳିଥିଲୁ। ଟେଲଏଣ୍ଡର ବ୍ୟାଟ୍ସମ୍ୟାନଙ୍କ ଠାରୁ ଅଧିକ ଆଶା କରାଯାଇପାରିବ ନାହିଁ”।

Babar

ବ୍ୟାଟିଂରେ ପ୍ରଥମ କିଛି ଓଭର ବ୍ୟବହାର କରିବା ପାଇଁ ଆମେ ପ୍ଲାନ କରିଥିଲୁ। କିନ୍ତୁ ଗୋଟିଏ ୱିକେଟ୍ ଖସିଗଲା ଏବଂ ତା’ପରେ ଆମେ ପ୍ରଥମ ୬ ଓଭରରେ ଆଶା ଅନୁଯାୟୀ ପ୍ରଦର୍ଶନ କରିପାରିଲୁ ନାହିଁ। ପିଚ୍ ପୂର୍ବ ଅପେକ୍ଷା ଭଲ ଖେଳିଥିଲା ଏବଂ ବଲ୍ ଭଲ ଭାବରେ ବ୍ୟାଟକୁ ଆସୁଥିଲା। ଆମ୍ଭକୁ ଶେଷ ଦୁଇଟି ମ୍ୟାଚ୍ ଜିତିବାକୁ ପଡିବ”। 

ମ୍ୟାଚ ବିଷୟରେ କହିବାକୁ ଗଲେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିବା ପରେ ଭାରତୀୟ ଦଳ ୧୯ ଓଭରରେ ୧୧୯ ରନ୍ ସଂଗ୍ରହ କରିଥିଲା। ଭାରତୀୟ ଦଳ ପାଇଁ ଋଷଭ ପନ୍ତ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ସେ ୩୧ ବଲରେ ୪୨ ରନର ଇନିଂସ ଖେଳିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରି ପାରିନଥିଲେ। ଅକ୍ଷର ପଟେଲ ୧୮ ବଲରେ ୨୦ ରନର ଇନିଂସ ଖେଳିଥିଲେ। ରୋହିତ ଶର୍ମା ୧୨ ବଲରେ ୧୩ ରନ୍ ସଂଗ୍ରହ କରିଥିବାବେଳେ ବିରାଟ କୋହଲି ମଧ୍ୟ ୪ ରନ୍ ସଂଗ୍ରହ କରିଥିଲେ।

India

୧୨୦ ରନ୍‌ର ସରଳ ଟାର୍ଗେଟକୁ ପିଛା କରୁଥିବା ବେଳେ ପାକିସ୍ତାନ ପକ୍ଷରୁ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପାକିସ୍ତାନ ପାଇଁ ମହମ୍ମଦ ରିଜୱାନ ୪୪ ବଲରେ ୩୧ ରନର ସର୍ବାଧିକ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ବାବର ଆଜାମ ୧୩ ରନ ସ୍କୋର କରିବା ପରେ ଏବଂ ଉସମାନ ଖାନ ମଧ୍ୟ ୧୩ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ।  ୨୦ ଓଭର ପରେ ପାକିସ୍ତାନ ମାତ୍ର ୧୧୩/୭ ରନ୍ ସ୍କୋର କରିପାରିଥିଲା।