ବିରାଟଙ୍କ ଦଳକୁ ଫେରିବା ନେଇ ବଡ଼ ଖବର! ଏମିତି କହିଲେ ଡ଼ି’ ଭିଲିୟର୍ସ….

  1. Home
  2. Cric Special

ବିରାଟଙ୍କ ଦଳକୁ ଫେରିବା ନେଇ ବଡ଼ ଖବର! ଏମିତି କହିଲେ ଡ଼ି’ ଭିଲିୟର୍ସ….


ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜାରି ରହିଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୮ ରନରେ ପରାସ୍ତ କରିଥିବା ବେଳେ ଏବେ ଦ୍ଵିତୀୟ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୧୦୬ ରନର ବଡ଼ ବ୍ୟବଧାନରେ ହରାଇବାରେ ସଫଳ ହୋଇଛି। ତେବେ, ଏହି ସିରିଜ ଆଗକୁ ଆହୁରି ସଙ୍ଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଅଛି।

India

ଗୋଟିଏ ପଟେ ଭାରତର ବୋଲିଂ ବିଭାଗ ଲଗାତାର ଭଲ ପ୍ରଦର୍ଶନ କରି ଆସୁଥିବା ବେଳେ ଭାରତର ବ୍ୟାଟିଂରେ କିଛିଟା ଚିନ୍ତାର ବିଷୟ ସାମ୍ନାକୁ ଆସୁଛି। ଗୋଟିଏ ପଟେ ରବୀନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆଘାତଜନିତ ସମସ୍ୟା ପାଇଁ ବାଦ୍ ପଡିଥିବା ବେଳେ ଆଗାମୀ ମ୍ୟାଚ ଗୁଡିକ ପାଇଁ ବିରାଟ କୋହଲି ଦଳକୁ ଫେରିବେ କି ନାହିଁ ସେଥିନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Abd

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିରାଟ ନିଜର କିଛି ବ୍ୟତିଗତ କାରଣ ହେତୁ ବର୍ତ୍ତମାନ ଛୁଟିରେ ରହିଛନ୍ତି। ସେ ଭାରତ ବାହାରେ ରହିଥିବା କୁହାଯାଉଛି। ତେବେ, ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିବା ବେଳେ ଆଗାମୀ ମ୍ୟାଚ ଗୁଡିକ ପାଇଁ ଦଳ ଘୋଷଣା କରାଯିବ। ଏହା ମଧ୍ୟରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ବିରାଟଙ୍କ ସହିତ ସମ୍ପର୍କରେ ରହିଥିବା କୁହାଯାଉଛି।

Kohli

ବିରାଟ ଦଳକୁ ଫେରିବେ କି ନାହିଁ ସେଥିନେଇ ଚୂଡାନ୍ତ ନିଷ୍ପତ୍ତି ନେବା ପରେ ହିଁ ଦଳର ଘୋଷଣା କରାଯିବ। ତେବେ, ଏହାରି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ ବିରାଟ ଦ୍ଵିତୀୟ ଥର ପାଇଁ ବାପା ହେବାକୁ ଯାଉଥିବା ନେଇ କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ବିରାଟଙ୍କ ବନ୍ଧୁ ତଥା ପୂର୍ବତନ RCB ଟିମମେଟ୍ ଏବି ଡିଭିଲିୟର୍ସ ଏଥିନେଇ ସୂଚନା ଦେଇଛନ୍ତି।

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଉଥିବା ବେଳେ ସେ ଏଭଳି କହିଛନ୍ତି। ବିରାଟ ପୁଣିଥରେ ବାପା ହେବାକୁ ଯାଉଛନ୍ତି, ତେଣୁ ସେ ବର୍ତ୍ତମାନ ଦଳକୁ ଫେରିବେ ନାହିଁ ବୋଲି ଡିଭିଲିୟର୍ସ କହିଛନ୍ତି। କେବଳ ସେତିକି ନୁହେଁ ବିରାଟଙ୍କ ଏହି ନିଷ୍ପତ୍ତିକୁ ସେ ସମର୍ଥନ ମଧ୍ୟ ଜଣାଇଛନ୍ତି। ଅନେକଙ୍କ ପାଇଁ ପରିବାର ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ତେଣୁ ବିରାଟଙ୍କ ନିଷ୍ପତ୍ତିକୁ ସେ ସମ୍ମାନ ଜଣାଉଛନ୍ତି ବୋଲି କହିଛନ୍ତି ଡିଭିଲିୟର୍ସ।