IPL 2022: କୋହଲି କି ରୋହିତ ନୁହଁ, ଏହି ଭାରତୀୟ ଖେଳାଳି ମୋ ବୋଲିଂରେ ଭଲ ଖେଳୁଛନ୍ତି: ଟ୍ରେଣ୍ଟ ବୋଲ୍ଡ

  1. Home
  2. Cric Special

IPL 2022: କୋହଲି କି ରୋହିତ ନୁହଁ, ଏହି ଭାରତୀୟ ଖେଳାଳି ମୋ ବୋଲିଂରେ ଭଲ ଖେଳୁଛନ୍ତି: ଟ୍ରେଣ୍ଟ ବୋଲ୍ଡ

boullt answer


କ୍ରିକେଟ୍ ଖବର : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳର ଘାତକ ବୋଲର୍ ଟ୍ରେଣ୍ଟ ବୋଲ୍ଡ ବର୍ତ୍ତମାନ ନିଜ ବୋଲିଂ ଯାଦୁରେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି। ତାଙ୍କ ବୋଲିଂ ସମ୍ମୁଖରେ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନ୍ ଖେଳିବା ପାଇଁ ଭୟ କରୁଛନ୍ତି। ବୋଲ୍ଡ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲସ୍ ପାଇଁ ଖେଳୁଛନ୍ତି। ସେ ରାଜସ୍ଥାନ ଦଳର ମୁଖ୍ୟ ବୋଲର୍ ଅଟନ୍ତି। ଗତ କିଛି ବର୍ଷ ମଧ୍ୟରେ ଏହି ଷ୍ଟାର୍ ବୋଲର୍ ରୋହିତ, ବିରାଟ ଆଉ ରାହୁଲଙ୍କୁ ବୋଲିଂ କରି ଆଉଟ୍ କରିବାରେ ସିଦ୍ଧହସ୍ତ ହୋଇଛନ୍ତି। 

boult

ତେବେ ବର୍ତ୍ତମାନ ତାଙ୍କୁ ପଚାରାଯାଇଥିଲା ଯେ, କେଉଁ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ ପକାଇବା ପାଇଁ ଆପଣଙ୍କୁ ଭଲ ଲାଗେ ? ଆଉ କେଉଁ ବ୍ୟାଟ୍ସମ୍ୟାନ ତାଙ୍କ ବଲକୁ ଭଲ ଭାବରେ ଖେଳି ପାରନ୍ତି। ଏହାର ଉତ୍ତରରେ ଟ୍ରେଣ୍ଟ ବୋଲ୍ଡ ଏମିତି ଏକ ଖେଳାଳିଙ୍କର ନାମ ନେଇଥିଲେ ଯିଏକି କେବେବି ତାଙ୍କ ବୋଲିଂର ସମ୍ମୁଖିନ କରି ନାହାନ୍ତି। କେବଳ ଆଇପିଏଲରେ ଖେଳିବା ସମୟରେ ହିଁ ନେଟ୍ସରେ ଉଭୟ ମୁହାଁମୁହିଁ ହୋଇଛନ୍ତି। 

Karun-Nair

ତେବେ ଟ୍ରେଣ୍ଟ ବୋଲ୍ଡ ଯେଉଁ ଖେଳାଳିଙ୍କର ନାମ ନେଇଥିଲେ ସେ ହେଉଛନ୍ତି କରୁନ୍ ନାୟର୍। ଟ୍ରେଣ୍ଟ ବୋଲ୍ଡ ନିଜ ବୟାନରେ କହିଛନ୍ତି ଯେ, କରୁନ୍ ନାୟର୍ ତାଙ୍କ ବୋଲିଂରେ ଭଲ ଶର୍ଟ ଖେଳି ପାରୁଛନ୍ତି। ଆଉ କେଉଁ ଭାରତୀୟ ଖେଳାଳି ଏତେଟା ଭଲ ଖେଳି ପାରୁନାହାନ୍ତି। ଏଥିପାଇଁ ସେ ମତେ ବହୁତ ଭଲ ଲାଗନ୍ତି।