ଏମିତି କଣ କ୍ରାଇମ କରିଦେଲେ ସାମୀ? କାହିଁକି ମୁମ୍ବାଇ ପୋଲିସ ତାଙ୍କୁ କରିଥାନ୍ତା ଗିରଫ ? ପଢନ୍ତୁ କଣ ଥିଲା ଘଟଣା

  1. Home
  2. Cricket News

ଏମିତି କଣ କ୍ରାଇମ କରିଦେଲେ ସାମୀ? କାହିଁକି ମୁମ୍ବାଇ ପୋଲିସ ତାଙ୍କୁ କରିଥାନ୍ତା ଗିରଫ ? ପଢନ୍ତୁ କଣ ଥିଲା ଘଟଣା


୧୨ ବର୍ଷ ପରେ ଭାରତ ୭୦ ରନରେ ନ୍ୟୁଜିଲାଣ୍ଡକୁ ହରାଇ ଦିନିକିଆ ବିଶ୍ୱକପ କ୍ରିକେଟର ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ସେମି ଫାଇନାଲରେ ମହମ୍ମଦ ସାମୀ ୭ଟି ୱିକେଟ ହାସଲ କରିବ ବୋଲି ଜେଣ ପ୍ରଶଂସକ ସ୍ୱପ୍ନ ଦେଖିଥିଲେ । ଏପରିକି ସେ ତାଙ୍କ ସ୍ୱପ୍ନ ସମ୍ପର୍କରେ ୧୪ ନଭେମ୍ବରରେ ଟୁଇଟର(ବର୍ତମାନର ଏକ୍ସ)ରେ ଶେୟାର କରିଥିଲେ ।

ତେବେ ଏହି ମ୍ୟାଚରେ ମହମ୍ମଦ ସାମୀଙ୍କ ଚମତ୍କାର ପ୍ରଦର୍ଶନ ପରେ ପ୍ରତିଟି ଭାରତୀୟଙ୍କ ମୁହଁରେ ସାମିଙ୍କ ବୋଲିଂକୁ ନେଇ ପ୍ରଂଶସା । କିନ୍ତୁ ଏହି ପ୍ରଂଶସା ଭିତରେ ଦିଲ୍ଲୀ ପୋଲିସର ସୋସିଆଲ ମିଡ଼ିଆ ପୋଷ୍ଟ କିଛି ସମୟ ପାଇଁ ସମସ୍ତଙ୍କୁ ଚକିତ କରିଥିଲା ।

ଭାରତର ମ୍ୟାଚ୍ ବିଜୟ ପରେ ଦିଲ୍ଲୀ ପୋଲିସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଥିଲା, ଭାବୁଛୁ ମୁମ୍ବାଇ ପୋଲିସ ଏଭଳି ଆକ୍ରମଣ ପାଇଁ ମହମ୍ମଦ ସାମିଙ୍କୁ ଗିରଫ କରିନଥିବ । ଏହି ପୋଷ୍ଟ ଦେଖି କ୍ରିକେଟପ୍ରେମୀ କିଛି ସମୟ ପାଇଁ ଚକିତ ହୋଇଯାଇଥିଲେ ।

ଦିଲ୍ଲୀ ପୋଲିସ ସାମିଙ୍କ ପ୍ରଂଶସାରେ କରିଥିଲା ମଜାଳିଆ ପୋଷ୍ଟ:

ସାମି ଏମିତି କାହାକୁ ଆକ୍ରମଣ କଲେ ଯେ, ତାଙ୍କୁ ଗିରଫ କରିବା ପର୍ଯ୍ୟନ୍ତ କଥା ଉଠିଲାଣି । କିନ୍ତୁ ପରେ ଜଣାପଡିଥିଲା ଯେ, ଦିଲ୍ଲୀ ପୋଲିସ ଏଭଳି ପୋଷ୍ଟ ସାମିଙ୍କ ପ୍ରଂଶସାରେ କରିଥିଲା ଏବଂ ତାହା ବି ପୁଣି ନିଆରା ଅନ୍ଦାଜରେ । ମୁମ୍ବାଇ ପୋଲିସକୁ ଟ୍ୟାଗ କରି ଦିଲ୍ଲୀ ପୋଲିସ ଲେଖିଛି ଯେ, 'ମୁମ୍ବାଇ ପୋଲିସ, ଆମେ ଆଶା କରୁଛୁ ଆଜି ହୋଇଥିବା ଆକ୍ରମଣ ପାଇଁ ଆପଣ ମହମ୍ମଦ ଶାମିଙ୍କୁ ଗିରଫ କରିବେ ନାହିଁ।

sami police arrest

ଏହାର ଜବାବରେ ମୁମ୍ବାଇ ପୋଲିସ ଉତ୍ତର ଦେଇଛି ଯେ, 'ଦିଲ୍ଲୀ ପୋଲିସ, ଆପଣମାନେ ଅସଂଖ୍ୟ ଲୋକଙ୍କ ହୃଦୟ ଚୋରି କରିବା ପାଇଁ ଧାରା ଲଗାଇବାକୁ ଭୁଲି ଯାଇଛନ୍ତି ଏବଂ ସେହି ସମୟରେ ଆପଣ ସହ-ଅଭିଯୁକ୍ତଙ୍କ ତାଲିକା ମଧ୍ୟ ଦେଇ ନାହାଁନ୍ତି।

ପ୍ରକାଶ ଥାଉକି, ମୁମ୍ଵାଇ ପୋଲିସ ଏଠାରେ ମ୍ୟାଚର ହିରୋ ବିରାଟ କୋହଲି, ଶ୍ରେୟସ ଅୟର, ଶୁଭମନ ଗିଲ୍, କେଏଲ୍ ରାହୁଲଙ୍କୁ ଈସାରା କରି ଏହି ରିପ୍ଲାଏ ଦେଇଛି। ଏଭଳି ଢଙ୍ଗରେ ଭାରତୀୟ କ୍ରିକେଟ୍ ଟିମ୍ କୁ ଶୁଭେଛା ଜଣାଇବା ଅନ୍ଦାଜକୁ କ୍ରିକେଟ୍ ପ୍ରେମୀ ବେଶ୍ ପସନ୍ଦ କରିଛନ୍ତି । ଏପରିକି କିଛି ଟ୍ୱିଟର ୟୁଜର୍ସ ଏହା ଉପରେ ବିଭିନ୍ନ ଢଙ୍ଗରେ ନିଜ ନିଜର କମେଣ୍ଟ ମଧ୍ୟ ଦେଇଛନ୍ତି ।