ଦେଖନ୍ତୁ ଭିଡିଓ: ଲିଜେଣ୍ଡ ଲିଗ୍ ର ଲାଇଭ୍ ମ୍ୟାଚରେ ଗମ୍ଭୀର ଏବଂ ଶ୍ରୀସନ୍ଥ ହେଲେ ମୁହାଁମୁହିଁ, ହେଲା ବଡ଼ ଧରଣର ଝଗଡା
ବର୍ତମାନ ଭାରତର ଅନେକ ସହରରେ ଲିଜେଣ୍ଡ କ୍ରିକେଟ୍ ଲିଗ୍ (ଏଲଏଲ୍ସି) ଆୟୋଜିତ ହେଉଛି। କ୍ରିକେଟ୍ ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିବା ବହୁ ପୂର୍ବତନ କ୍ରିକେଟର ଏଥିରେ ଭାଗ ନେଇଛନ୍ତି ।
ଏହି ସମୟରେ, ସୁରଟରେ 6 ଡିସେମ୍ବରରେ ଗୌତମ ଗମ୍ଭୀର କ୍ୟାପଟେନ ଥିବା ଇଣ୍ଡିଆ କ୍ୟାପିଟାଲ ଏବଂ ପାର୍ଥିବ ପଟେଲ କ୍ୟାପଟେନ ଥିବା ଗୁଜୁରାଟ ଜିଆଣ୍ଟସ୍ ମଧ୍ୟରେ ଏକ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍ ସମୟରେ ଗୌତମ ଗମ୍ଭୀର ଓ ଗୁଜୁରାଟ ଦଳ ପାଇଁ ଖେଳୁଥିବା ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଏସ ଶ୍ରୀସନ୍ତଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା।
ଏହି ମ୍ୟାଚ୍ ପରେ ଶ୍ରୀସନ୍ତ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ଗୌତମ ଗମ୍ଭୀର ଏପରି କିଛି କହିଛନ୍ତି ଯାହାକୁ ସେ ଜଣେ ବରିଷ୍ଠ ଖେଳାଳି ଭାବରେ କହିବା ଉଚିତ୍ ନୁହେଁ।
ଦେଖନ୍ତୁ ଭିଡ଼ିଓ:
Heated conversation between Gautam Gambhir and S Sreesanth in the LLC. pic.twitter.com/Cjl99SWAWK
— Mufaddal Vohra (@mufaddal_vohra) December 7, 2023
ଏହି ଭିଡିଓରେ ଶ୍ରୀସନ୍ତ ଗୌତମଙ୍କୁ 'ମିଷ୍ଟର ଫାଇଟର' ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଗମ୍ଭୀର ସମସ୍ତଙ୍କ ସହ ଝଗଡା କରନ୍ତି। ବାସ୍ତବରେ, ଲିଜେଣ୍ଡ ଲିଗ୍ କ୍ରିକେଟ୍ ମ୍ୟାଚ୍ ସମୟରେ ଗମ୍ଭୀର ଏବଂ ଶ୍ରୀସନ୍ତ ଦୀର୍ଘ ସମୟ ଧରି ଝଗଡ଼ା କରିଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଗୁଜୁରାଟ ଜିଆଣ୍ଟସ୍ ଶ୍ରୀସନ୍ତଙ୍କ ବଲ୍ କୁ ଇଣ୍ଡିଆ କ୍ୟାପିଟାଲର ଗମ୍ଭୀର ଚୋୖକା ଓ ଛକା ମାରିବା ପରେ ସେ ତାଙ୍କ ରାଗର ସହ ଅନାଇଥିଲେ। ଏହି ଏଲିମିନେଟର ମ୍ୟାଚ୍ ରେ ଇଣ୍ଡିଆ କ୍ୟାପିଟାଲ୍ସ 20 ଓଭରରେ 223/7 ରନ୍ ସଂଗ୍ରହ କରିଥିଲା, ଗମ୍ଭୀରଙ୍କ 30 ବଲରେ 51 ରନ୍ ଯୋଗୁଁ। ସମାନ ମ୍ୟାଚରେ ଶ୍ରୀସନ୍ତ ତିନି ଓଭରରେ 35 ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ। ଏହାର ଜବାବରେ ଗୁଜୁରାଟ ଜଏଣ୍ଟସ୍ 20 ଓଭରରେ ମାତ୍ର 211/7 ରନ୍ ସ୍କୋର କରି 12 ରନ୍ ରେ ହାରି ଯାଇଥିଲା।