ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଇସ୍ତଫା ଦେଇପାରନ୍ତି ଟିମ୍ ଇଣ୍ଡିଆର ହେଡ୍ କୋଚ୍! ଟିମ୍ ଇଣ୍ଡିଆରେ ମତଭେଦ
Cricket News: ଫେବ୍ରୁଆରୀ ୨୯ ତାରଖରୁ ଆରମ୍ଭ ହେବାକୁ ଯାଉଛି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ । ଟିମ୍ ଇଣ୍ଡିଆ ତା’ର ପ୍ରଥମ ମ୍ୟାଚ୍ ବାଂଲାଦେଶ ବିରୋଧରେ ଫେବ୍ରୁଆରୀ ୨୦ ଖେଳିବ । କିନ୍ତୁ ଆଇସିସି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଭାରତୀୟ ଦଳରେ ଦେଖା ଦେଇଛି ମତଭେଦ। ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଖବର ସାମ୍ନାକୁ ଆସିଛି । ହେଡ୍ କୋଚଙ୍କ କଠୋର ମନୋଭାବ ଖେଳାଳିଙ୍କୁ ନାପସନ୍ଦ କରିଛି।
ଗୌତମ ଗମ୍ଭୀରଙ୍କ ସାମ୍ନାରେ ଖେଳାଳିଙ୍କ ଖରାପ ପ୍ରଦର୍ଶନ ଅପେକ୍ଷା ଦଳରେ ବିଦ୍ରୋହ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅନେକ ଖେଳାଳି ତାଙ୍କର କାମ କରିବାର ଶୈଳୀକୁ ପସନ୍ଦ କରୁନାହାନ୍ତି । ଅଷ୍ଟ୍ରେଲିଆ ଗସ୍ତ ସମୟରେ ହେଡ୍ କୋଚ୍ ଏବଂ ଅଧିନାୟକଙ୍କ ମଧ୍ୟରେ ମଧ୍ୟ ମତଭେଦ ଖବର ଆସିଥିଲା। କେବଳ ଏତିକି ନୁହେଁ, ବିସିସିଆଇ ସହିତ ଆଲୋଚନା କରି ଖେଳାଳିଙ୍କ ପାଇଁ କଠୋର ନିୟମ ଲାଗୁ କରିବାକୁ ଯାଉଛନ୍ତି ।
ତେବେ ମୁଖ୍ୟ ପ୍ରଶିକ୍ଷକଙ୍କ ଏଭଳି କଠୋର ମନୋଭାବ ଚାମ୍ପିଅନ୍ସ ଟ୍ରଫି ପାଇଁ ଘାତକ ହୋଇପାରେ ବୋଲି କୁହାଯାଉଛି । ତେଣୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇପାରେ ବୋଲି କୁହାଯାଉଛି । ୨୦୧୭ରେ, ଅନିଲ୍ କୁମ୍ବଲେଙ୍କୁ ତାଙ୍କର କଠୋର ମନୋଭାବ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପରେ ଇସ୍ତଫା ଦେବାକୁ ପଡିଥିଲା। ଭାରତୀୟ ଦଳର ଅଭିଜ୍ଞ ସ୍ପିନର ଅନିଲ କୁମ୍ବଲେ ଜୁନ୍ ୨୦୧୬ରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ତାଙ୍କ ନିଯୁକ୍ତିକୁ କ୍ରିକେଟ୍ ପରାମର୍ଶଦାତା କମିଟିର ସଦସ୍ୟ ଥିବା ସୌରଭ ଗାଙ୍ଗୁଲି, ସଚିନ ତେନ୍ଦୁଲକର ଏବଂ ଭିଭିଏସ ଲକ୍ଷ୍ମଣଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିମାନେ ସବୁଜ ସଙ୍କେତ ଦେଇଥିଲେ। ମାତ୍ର କୁମ୍ବଲେ ଏବଂ ସେତେବେଳର ଅଧିନାୟକ ବିରାଟ୍ କୋହଲିଙ୍କ ମତଭେଦ ସୃଷ୍ଟି ହୋଇଥିଲା। ଚାମ୍ପିଅନ୍ସ ଟ୍ରଫି ପରେ ପ୍ରଶିକ୍ଷକ ପଦରୁ ଓହରି ଯାଇଥିଲେ ଅନିଲ୍ କୁମ୍ବଲେ।