ଟିମ୍ ଇଣ୍ଡିଆକୁ ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବଡ଼ ଝଟକା, ଖେଳି ନ ପାରନ୍ତି ଏହି ଚାମ୍ପିଅନ୍ ବୋଲର...
ଚାମ୍ପିଅନ୍ସ ଟ୍ରଫି ରୁ ବାଦ ଦେବେ ଏହି ଚାମ୍ପିଅନ୍ ବୋଲର : ଆଇସିସି ଚାମ୍ପିଅନ୍ସ ଟ୍ରଫି ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି । ଫେବ୍ରୁଆରୀ ୧୯ ତାରିଖରୁ ଆରମ୍ଭ ହେବ ଟୁର୍ଣ୍ଣାମେଣ୍ଟ । ମାତ୍ର ଏହା ପୂର୍ବରୁ ଟିମ୍ ଇଣ୍ଡିଆକୁ ମିଳିପାରେ ବଡ଼ ଝଟକା.
ଆହତ କାରଣରୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିପାରନ୍ତି ଚାମ୍ପିଅନ୍ ବୋଲର ଯଶପ୍ରୀତ୍ ବୁମରା । ଗ୍ରୁପ ଷ୍ଟେଜ୍ର କିଛି ମ୍ୟାଚ୍ରୁ ଯଶପ୍ରୀତ୍ ବୁମରା ବାଦ୍ ପଡ଼ିପାରନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଷ୍ଟାର ବୋଲର ଥିଲେ ବୁମରା । ତାଙ୍କ ଖେଳ କଙ୍ଗାରୁ ଟିମ ପାଇଁ ଥିବା କାଠିକର ପାଠ। ମୋଟ୍ ୫ଟି ଟେଷ୍ଟ ମ୍ୟାଚରୁ ସେ ସର୍ବାଧିକ ୩୨ଟି ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ତେବେ ଅନ୍ତିମ ଟେଷ୍ଟ ଖେଳୁଥିବା ବେଳେ ବୁମାର ଆହତ ହୋଇଥିଲେ । ତାଙ୍କ ପିଠି ରେ ଆଘାତ ଲାଗିବାରୁ ସେ ଦ୍ବିତୀୟ ଦିନରେ ଡ୍ରେସିଂ ରୁମ୍ ଚାଲିଯାଇଥିଲେ ଏବଂ ଦ୍ବିତୀୟ ଇନିଂସରେ ବୋଲିଂ କରିବାକୁ ଆସିନଥିଲେ ।
ତାଙ୍କ ପିଠିରେ ଏବଂ ଆଣ୍ଠୁରେ ଆଘାତ ଲାଗିଥିବା ଜଣାପଡିଥିଲା। ଫିଟନେସ୍ ପାଇଁ ଶୀଘ୍ର ବେଙ୍ଗାଲୁରୁ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ରିପୋର୍ଟ କରିବେ । ଯଶପ୍ରୀତ୍ ବୁମରା ଆହତ ଥିବାରୁ ଚାମ୍ପିଅନ୍ସ ଟ୍ରଫି ଟିମରେ ତାଙ୍କ ଚୟନ କୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ଏନସିଏରୁ ରିପୋର୍ଟ ଆସିବା ପରେ ଚୟନକର୍ତ୍ତା ଅନ୍ତିମ ନିଷ୍ପତ୍ତି ନେବାର ସୂଚନା ମିଳିଛି.