ଏବେ ଖେଳାଳିଙ୍କ ମନମାନି ଆଉ ଚାଲିବ ନାହିଁ, ଏଣିକି ଏ ନିୟମ ନ ମାନିଲେ ଟିମ୍ ଇଣ୍ଡିଆ ରୁ ବାହାର ହେବେ ଖେଳାଳୀ
BCCI ର ନୂଆ ୧୦ଟି କଡା ନିୟମ: ବର୍ଡର ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆ ବିପକ୍ଷ ରେ ଟିମ୍ ଇଣ୍ଡିଆ ଶୋଚନୀୟ ଭାବରେ ପରାଜୟ ଫଳରେ ଶକ୍ତ ହୋଇଛି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) । ଖେଳାଳିଙ୍କ ପାଇଁ ୧୦ଟି ଶୃଙ୍ଖଳାଗତ ଆଡ୍ଭାଇଜରି ଜାରି କରିଛି । ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପରାମର୍ଶକ୍ରମେ ବିସିସିଆଇ ଏହି ନିର୍ଦ୍ଦେଶନାମା ଜାରି କରିଥିବା ଜାତୀୟ ଗଣମାଧ୍ୟମରେ ଜଣା ପଡିଛି ।
ଖେଳାଳିମାନଙ୍କୁ ମ୍ୟାଚ୍ ଖେଳିବାକୁ ଯିବା ବେଳେ ନିଜର ବ୍ୟକ୍ତିଗତ ଆରାମ ପାଇଁ ରୋଷେୟା, ବ୍ୟକ୍ତିଗତ ସୁରକ୍ଷାକର୍ମୀ, ହେୟାରଡ୍ରେସର, ଷ୍ଟାଇଲିଷ୍ଟ ଆଦିମାନଙ୍କୁ ନେବାରେ ପ୍ରତିବନ୍ଧକ ଲଗାଇଛି ବିସିସିଆଇ।
ଏହା ବାଦ ଖେଳାଳିମାନଙ୍କୁ ଅଭ୍ୟାସ ସମୟ କିମ୍ବା ମ୍ୟାଚ୍ ଖେଳିବାକୁ ଯିବା ବେଳେ ଦଳର ଏକତା ଓ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଯାତାୟତ ପାଇଁ ନିଜସ୍ୱ ଖର୍ଚ୍ଚରେ ଅଲଗା ଗାଡ଼ିରେ ଆସିବାକୁ ଅନୁମତି ଦିଆଯିବ ନାହିଁ। କ୍ରିକେଟ ପାଇଁ ଖେଳାଳିଙ୍କ ଗସ୍ତବେଳେ ସେମାନଙ୍କ ସହିତ ଆସୁଥିବା ପରିବାର ସଦସ୍ୟମାନଙ୍କ ପାଇଁ କଡ଼ା ସୀମାରେଖା ରଖା ଯାଇଛି।
ଭାରତୀୟ ପୁରୁଷ କ୍ରିକେଟ ଦଳ ପାଇଁ ଜାରି ହୋଇଥିବା ସମ୍ପୂର୍ଣ୍ଣ ଗାଇଡ୍ଲାଇନ୍:
ଘରୋଇ ମ୍ୟାଚରେ ଅଂଶଗ୍ରହଣ: ବିସିସିଆଇର ନିର୍ଦ୍ଦେଶାବଳୀ ଅନୁସାରେ ଖେଳାଳିମାନଙ୍କୁ ଜାତୀୟ ଦଳରେ ଚୟନ ତଥା କେନ୍ଦ୍ରୀୟ ଚୁକ୍ତିନାମା ପାଇଁ ଯୋଗ୍ୟ ବିବେଚିତ ହେବାକୁ ଘରୋଇ ମ୍ୟାଚ୍ ଖେଳିବା ବାଧ୍ୟତାମୂଳକ। ମ୍ୟାଚ୍ ଫିଟନେସ୍ ବଜାଇ ରହିବା ସହିତ ସାମଗ୍ରିକ ଘରୋଇ ଫର୍ମାଟ୍ରେ ସ୍ଥିତି ମଜବୁତ କରିବାରେ ସହଯୋଗ ମିଳିବ। ଏହା ସହିତ, ଏହା ଉଦୀୟମାନ ଖେଳାଳୀମାନଙ୍କୁ ବଡ଼ ବଡ଼ କ୍ରିକେଟରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ମିଳିବ।
ପରିବାର ସହିତ ଅଲଗା ଭାବେ ଯାତ୍ରା କରିବା: ମ୍ୟାଚ୍ କିମ୍ବା ଅଭ୍ୟାସ ପାଇଁ ଗସ୍ତ ବେଳେ ଏକତା କାଏମ ରଖିବାକୁ ଖେଳାଳିମାନେ ଦଳର ଅନ୍ୟ ଖେଳାଳିମାନଙ୍କ ସହିତ ଯିବା ଉଚିତ୍। ପରିବାର ସହିତ ଅଲଗା ଭାବେ ଯାତ୍ରା ବ୍ୟବସ୍ଥା କରିବାକୁ ବିସିସିଆଇ ପରାମର୍ଶ ଦିଏ ନାହିଁ। ତେବେ ବିଶେଷ ପରିସ୍ଥିତିରେ ଆବଶ୍ୟକ ହେଲେ ଉକ୍ତ ଖେଳାଳି ମୁଖ୍ୟ କୋଚ କିମ୍ବା ଚୟନ କମିଟିର ଅଧ୍ୟକ୍ଷଙ୍କ ଠାରୁ ଅନୁମୋଦନ ନେବା ଜରୁରୀ ।
ଅତ୍ୟଧିକ ବ୍ୟାଗ୍ ଓ ନିଜସ୍ୱ ସାମଗ୍ରୀ ପାଇଁ ସୀମା: ଖେଳାଳିମାନେ ବ୍ୟାଗ୍ ପତ୍ର କ୍ଷେତ୍ରରେ ଅନ୍ୟ ଖେଳାଳିମାନଙ୍କ ସହିତ ନିର୍ଦ୍ଧାରିତ ସୀମାକୁ ପାଳନ କରିବା ଉଚିତ। ତେବେ ଏହା ଠାରୁ ଅଧିକ ସାମଗ୍ରୀ ନେଲେ ଖେଳାଳିଙ୍କୁ ଏଥିପାଇଁ ହେବାକୁ ଥିବା ଖର୍ଚ୍ଚ ବ୍ୟକ୍ତିଗତ ଭାବେ ବହନ କରିବାକୁ ପଡ଼ିବ। ଏହି ନୀତି ଲଜିଷ୍ଟିକ୍ସକୁ ଶୃଙ୍ଖଳିତ କରିବାରେ ଏବଂ ଅନାବଶ୍ୟକ ଖର୍ଚ୍ଚକୁ ଏଡ଼ାଇବାରେ ସାହାଯ୍ୟ କରିବ।
ଦୀର୍ଘ ସମୟ ଯାତ୍ରା ପାଇଁ ( ୩୦ ଦିନରୁ ଅଧିକ): ଖେଳାଳି- ମୋଟ ୫ଟି ବ୍ୟାଗ୍ ନେଇପାରିବେ। ଯେଉଁଥିରେ ୩ ସୁଟ୍କେଶ ଏବଂ ୨ଟି କିଟ୍ ବ୍ୟାଗ୍ କିମ୍ବା ମୋଟ ୧୫୦ କେଜି ଓଜନର ବ୍ୟାଗ୍ ନେଇପାରିବେ। ସପୋର୍ଟ ଷ୍ଟାପ୍ - ୩ ବ୍ୟାଗ୍ (୨ ବଡ଼ ତା ସହିତ ୧ ସ୍ମଲ ସୁଟ କେଶ) କିମ୍ବା ୮୦ କେଜି ପର୍ଯ୍ୟନ୍ତ ନେଇପାରିବେ।
ସ୍ୱଳ୍ପ ସମୟ ଯାତ୍ରା (୩୦ ଦିନରୁ କମ): ଖେଳାଳି: ୪ ପିସ୍ (୨ ସୁଟକେସ୍ + ୨ କିଟ୍ ବ୍ୟାଗ୍) କିମ୍ବା ୧୨୦ କିଲୋଗ୍ରାମ ପର୍ଯ୍ୟନ୍ତ। ସହାୟକ କର୍ମଚାରୀ: ୨ ପିସ୍ (୨ ସୁଟକେସ୍) କିମ୍ବା ୬୦ କିଲୋଗ୍ରାମ ପର୍ଯ୍ୟନ୍ତ।
ହୋମ ସିରିଜ୍ ଖେଳାଳି: ୪ ପିସ୍ (୨ ସୁଟକେସ୍ + ୨ କିଟ୍ ବ୍ୟାଗ୍) କିମ୍ବା ୧୨୦ କିଲୋଗ୍ରାମ ପର୍ଯ୍ୟନ୍ତ। ସହାୟକ କର୍ମଚାରୀ: ୨ ପିସ୍ (୨ ସୁଟକେସ୍) କିମ୍ବା ୬୦ କିଲୋଗ୍ରାମ ପର୍ଯ୍ୟନ୍ତ।
ବ୍ୟକ୍ତିଗତ କର୍ମଚାରୀଙ୍କ ଉପରେ ପ୍ରତିବନ୍ଧକ ବ୍ୟକ୍ତିଗତ କର୍ମଚାରୀ (ପର୍ସନାଲ ମ୍ୟାନେଜର, ରୋଷେୟା, ଆସିଷ୍ଟାଣ୍ଟ, ଏବଂ ସୁରକ୍ଷା କର୍ମୀ) ଙ୍କୁ ସିରିଜ ପାଇଁ ଗସ୍ତରେ ବିସିସିଆଇ ସ୍ପଷ୍ଟ ଅନୁମୋଦନ ନହେବା ପର୍ଯ୍ୟନ୍ତ କଟକଣା ରହିବ। ଏଥିରେ କାମରେ ଗୁରୁତ୍ୱ ରହିବା ସହିତ ଲଜିଷ୍ଟିକ୍ ଚ୍ୟାଲେଞ୍ଜର ସମାଧାନ ହୋଇପାରିବ।
ଉତ୍କର୍ଷ କେନ୍ଦ୍ରକୁ ବ୍ୟାଗ୍ ପଠାଇବା (ସେଣ୍ଟର ଅଫ୍ ଏକ୍ସଲେନ୍ସିକୁ ବ୍ୟାଗ୍ ପଠାଇବା) ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସଲେନ୍ସକୁ ସରଞ୍ଜାମ ଏବଂ ବ୍ୟକ୍ତିଗତ ଜିନିଷ ପଠାଇବା ବିଷୟରେ ଖେଳାଳିମାନେ ଦଳ ପରିଚାଳନା ସହିତ ସମନ୍ୱୟ ରକ୍ଷା କରିବା ଆବଶ୍ୟକ। ପୃଥକ ବ୍ୟବସ୍ଥା କଲେ ଏହା ସମ୍ପୂର୍ଣ୍ଣ ଖେଲାଳିଙ୍କ ଦାୟିତ୍ୱ ହେବ।
ଅଭ୍ୟାସରେ ଉପସ୍ଥାନ ସମସ୍ତ ଖେଳାଳି ନିର୍ଦ୍ଧାରିତ ଅଭ୍ୟାସରେ ସପୂର୍ଣ୍ଣ ଯୋଗଦେବା ଏବଂ ଭେନ୍ୟୁକୁ ଏବଂ ଏକତ୍ର ଯାତ୍ରା କରିବା ଆବଶ୍ୟକ। ଏହି ନିୟମ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରେ ଏବଂ ଦଳ ମଧ୍ୟରେ ଏକତା ବଢ଼ାଏ।
ସିରିଜ୍ / ଟୁର୍ ସମୟରେ ବ୍ୟକ୍ତିଗତ ଶୁଟ୍ ଉପରେ ପ୍ରତିବନ୍ଧକ ଚାଲୁଥିବା ସିରିଜ୍ କିମ୍ବା ଗସ୍ତ ସମୟରେ ଖେଳାଳିମାନଙ୍କୁ ବ୍ୟକ୍ତିଗତ ଶୁଟ୍ କିମ୍ବା କୌଣସି ବ୍ୟକ୍ତିଗତ ପ୍ରଚାର ପ୍ରସାରରେ ନିୟୋଜିତ ରହିବାକୁ ଅନୁମତି ନାହିଁ। ଏହା ନୀତିର ଉଲ୍ଲଂଘନ ହୋଇ ନଥାଏ ଓ ଖେଳାଳିମାନେ କ୍ରିକେଟ୍ ଏବଂ ଦଳ ପ୍ରତି ଦାୟିତ୍ୱବାନ ହୁଅନ୍ତି।
ପାରିବାରିକ ଭ୍ରମଣ ନୀତି : ଫ୍ୟାମିଲି ଟ୍ରାଭେଲ ପଲିସି ଖେଳାଳିଙ୍କ ବ୍ୟକ୍ତିଗତ ମଙ୍ଗଳ ଓ ଟିମ୍ ପ୍ରତିବଦ୍ଧତା ମଧ୍ୟରେ ସନ୍ତୁଳନ ରକ୍ଷା କରିବା ପାଇଁ ପରିକଳ୍ପନା କରାଯାଇଛି।
ବିଦେଶ ଗସ୍ତ ସମୟରେ ୪୫ ଦିନରୁ ଅଧିକ ସମୟ ଧରି ଭାରତ ବାହାରେ ରହିଲେ ଖେଳାଳିମାନଙ୍କୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିଥିବା ପ୍ରତି ସିରିଜ୍ (ଫର୍ମାଟ୍-ୱାଇଜ୍) ଅନୁସାରେ ସେମାନଙ୍କୁ ପତ୍ନୀ ଓ ପିଲା (୧୮ ବର୍ଷରୁ କମ୍)ଙ୍କୁ ଦେଖା କରିବାକୁ ସୁଯୋଗ ମିଳିବ। ତେବେ ନିର୍ଦ୍ଧାରିତ ଗସ୍ତ ସମୟରେ ହିଁ ବିସିସିଆଇ ଖେଳାଳିମାନଙ୍କର ଓ ତାଙ୍କ ପରିବାରର ଖର୍ଚ୍ଚ ବହନ କରିବେ। ତା ଠାରୁ ଅଧିକ ହେଲେ ଅନ୍ୟ ସମସ୍ତ ଖର୍ଚ୍ଚ ଖେଳାଳି ବହନ କରିବେ।
ସହଯୋଗ : କୋଚ୍, କ୍ୟାପଟେନ୍, ଏବଂ ଜିଏମ୍ ଅପରେସନ୍ସଙ୍କ ଅନୁମତି ପରିବାର ଲୋକେ ଥରେ ମାତ୍ର ଗସ୍ତ କରି ଖେଳାଳିଙ୍କୁ ଭେଟି ପାରିବା ଦରକାର। ବ୍ୟତିକ୍ରମ: ତେବେ କୋଚ୍, କ୍ୟାପଟେନ୍, ଏବଂ ଜିଏମ୍ ଅପରେସନ୍ ଠାରୁ ପୂର୍ବ-ଅନୁମତି ନେଇ ଏଥିରେ ଉଲ୍ଲଂଘନ କରିହେବ।
ବିସିସିଆଇର କାର୍ଯ୍ୟରେ ଅଂଶଗ୍ରହଣ: ଖେଳାଳିମାନେ ବିସିସିଆଇର ଅଫିସିଆଲ୍ ଶୁଟ୍, ପ୍ରୋତ୍ସାହନମୂଳକ କାର୍ଯ୍ୟ କିମ୍ବା କୌଣସି କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ରହିବେ। ଖେଳାଳିଙ୍କ ପ୍ରତି ପ୍ରତିବଦ୍ଧତା ପୂରଣ କରିବା ଏବଂ ଖେଳକୁ ଫଳପ୍ରଦ ଭାବରେ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଗଦାନ ସବୁ ଗୁରୁତ୍ୱପୂର୍ଣ୍ଣ। ଗସ୍ତ ଶେଷ ନିର୍ଦ୍ଧାରିତ ସମୟ ପୂର୍ବରୁ ମ୍ୟାଚ୍ ସରିଗଲେ ମଧ୍ୟ ମ୍ୟାଚ୍ ଓ ସିରିଜ୍ କିମ୍ବା ଭ୍ରମଣର ନିର୍ଦ୍ଧାରିତ ସମୟ ଶେଷ ପର୍ଯ୍ୟନ୍ତ ଖେଳାଳିମାନେ ଦଳ ସହିତ ରହିବେ। ଦଳ ମଧ୍ୟରେ ଏକତା, ପରସ୍ପର ସହଯୋଗ ଏବଂ ଦଳର ନୂତନତ୍ୱକୁ ଏହା କାଏମ ରଖିବ।