IND vs WI: ଏହି ଖେଳାଳିମାନଙ୍କ ପାଇଁ ଦ୍ଵିତୀୟ ODI ରେ ୱେଷ୍ଟଇଣ୍ଡିଜ ଠାରୁ ହାରିଲା ଭାରତ, ପ୍ରଶଂସକମାନେ ହେଲେ କ୍ରୋଧିତ

  1. Home
  2. Cricket News

IND vs WI: ଏହି ଖେଳାଳିମାନଙ୍କ ପାଇଁ ଦ୍ଵିତୀୟ ODI ରେ ୱେଷ୍ଟଇଣ୍ଡିଜ ଠାରୁ ହାରିଲା ଭାରତ, ପ୍ରଶଂସକମାନେ ହେଲେ କ୍ରୋଧିତ


ଭାରତ ବନାମ ୱେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆକୁ 6 ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ହୋପ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ।

କିନ୍ତୁ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ 181 ରନ୍ ରେ ହିଁ ଆଲ ଆଉଟ୍ ହୋଇଥିଲେ । ଏଥି ସହିତ ୱେଷ୍ଟଇଣ୍ଡିଜ୍ ଦଳ ଏକପାଖିଆ 4 ୱିକେଟ୍ ହରାଇ ଏହି ଲକ୍ଷ କୁ ହାସଲ କରିଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ଅନେକ ଖେଳାଳି ପରାଜୟରେ ଦୋଷୀ ଥିଲେ।

ସଞ୍ଜୁ ସାମସନ:

sanju vs wi

ବାରବାଡୋସରେ ସିରିଜର ଦ୍ୱିତୀୟ ODI ରେ ସଞ୍ଜୁ ସାମସନ୍ ଙ୍କୁ ଅନ୍ତିମ 11 ରେ ଖେଳିବାକୁ ସୁଯୋଗ ମିଳିଥିଲା କିନ୍ତୁ ସେ ଏହି ସୁଯୋଗର ଫାଇଦା ନେଇପାରିନଥିଲେ । ସଞ୍ଜୁ ସାମସନ ଏହା ପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ 25 ନଭେମ୍ବର 2022 ରେ ଅକଲ୍ୟାଣ୍ଡରେ ଖେଳିଥିଲେ। ଏହି ମ୍ୟାଚ୍‌ରେ ସଞ୍ଜୁ ସାମସନ୍ ମାତ୍ର 9 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ସେ 19 ଟି ବଲ୍ ର ସମ୍ମୁଖୀନ ହୋଇଥିଲେ ଏବଂ ଗୋଟିଏ ବି ଚୌକା ପାରିନଥିଲେ।

ଅକ୍ସର ପଟେଲ:

ଏହି ମ୍ୟାଚରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲେ ଅଲରାଉଣ୍ଡର ଆକ୍ସର ପଟେଲ । ମାତ୍ର 1 ରନ୍ ସ୍କୋର କରିବା ପରେ ସେ ଶେପାର୍ଡଙ୍କ ବଲ୍ ର ଶିକାର ହୋଇଥିଲେ ଏବଂ ୱିକେଟ୍ କିପର ହୋପ୍ ତାଙ୍କ କ୍ୟାଚ ଧରିଥିଲେ । ଏହି ମ୍ୟାଚରେ ଆକ୍ସର ପଟେଲ ମଧ୍ୟ 2 ଓଭର ବୋଲିଂ କରିଥିଲେ ମଧ୍ୟ ସେ ୱିକେଟ୍ ପାଇବାରେ ବିଫଳ ହୋଇଥିଲେ।

ହାର୍ଦ୍ଦିକ ପାଣ୍ଡ୍ୟା:

ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଥିଲେ । ସେ କେବଳ 14 ବଲରେ 7 ରନର ଇନିଂସ ଖେଳିଥିଲେ | ଏଥି ସହିତ ସେ 6.4 ଓଭର ବୋଲିଂ ମଧ୍ୟ କରିଥିଲେ, ଯେଉଁଥିରେ ସେ ୱିକେଟ୍ ନ ନେଇ 30 ରନ୍ ଦେଇଥିଲେ ।

ଉମରନ୍ ମଲିକ୍:

ଏହି ମ୍ୟାଚରେ ଦ୍ରୁତ ବୋଲର ଉମ୍ରାନ ମଲିକଙ୍କ ଫ୍ଲପ ପ୍ରଦର୍ଶନ ମଧ୍ୟ ଜାରି ରହିଥିଲା । ଉମ୍ରାନ ମଲିକ ପୁଣି ଥରେ ୱିକେଟ୍ ପାଇବାରେ ବିଫଳ ହୋଇଥିଲେ । ଏହି ମ୍ୟାଚ୍‌ରେ ସେ 3 ଓଭରରେ 27 ରନ୍ ଖର୍ଚ୍ଚ କରିଦେଇଥିଲେ ।