କଣ ଏହି ICC World Cup Super League ? ଭାରତ କେଉଁ ସ୍ଥାନରେ ଅଛି, ଦେଖନ୍ତୁ ପଏଣ୍ଟ ଟେବୁଲ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା 3 ମ୍ୟାଚ୍ ବିଶିଷ୍ଟ ODI ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଖେଳାଯାଇଥିଲା । ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ଭ୍ରମଣକାରୀ ଇଂରାଜୀ ଦଳକୁ 7 ରନରେ ପରାସ୍ତ କରି ସିରିଜକୁ 2-1ରେ ଜିତିଥିଲା ।
କଣ ଏହି ICC Cricket World Cup Super League ?
2023 ବିଶ୍ୱକପ ପୂର୍ବରୁ ICC ଗୋଟିଏ ଲିଗ ର ଆୟୋଜନ କରିଛି ଯାହାକୁ ICC Cricket World Cup Super League ନାମ ଦିଆ ଯାଇଛି ।
ଏହି ଲିଗ ଜୁଲାଇ 2020 ରୁ ମାର୍ଚ୍ଚ 2023 ମଧ୍ୟରେ ହେବାକୁ ଥିବା ସମସ୍ତ ODI ମ୍ୟାଚ ରେ ଦଳ ମାନଙ୍କ ପଦର୍ଶନ ଉପରେ ନିର୍ଭର କରେ । 13 ଟି ଟିମ ରୁ 10ଟି ଟିମ 2023 ବିଶ୍ୱକପ ରେ ସ୍ଥାନ ପାଇବେ ।
ଭାରତ ବନାମ ଇଂଲଣ୍ଡ ODI ପରେ ଅପଡେଟ୍ ହୋଇଥିବା ଆଇସିସି କ୍ରିକେଟ୍ ବିଶ୍ୱକପ୍ ସୁପର ଲିଗ୍ ପଏଣ୍ଟ ଟେବୁଲକୁ ଦେଖନ୍ତୁ:
6ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ କୁ 29 ପଏଣ୍ଟ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଧୀର ଓଭର ହାର ହେତୁ ବିରାଟ କୋହଲିଙ୍କ ଦଳ ଗୋଟିଏ ପଏଣ୍ଟ କମ ପାଇଛନ୍ତି ।