IND vs BAN: ଯଶସ୍ୱୀ ଜସୱାଲ ଭାଙ୍ଗିଲେ 147 ବର୍ଷର ଟେଷ୍ଟ ରେକର୍ଡ, ଏମିତି କଲେ ଯାହା କୋହଲି କେବେ କରିପାରି ନାହାନ୍ତି

  1. Home
  2. Cricket News

IND vs BAN: ଯଶସ୍ୱୀ ଜସୱାଲ ଭାଙ୍ଗିଲେ 147 ବର୍ଷର ଟେଷ୍ଟ ରେକର୍ଡ, ଏମିତି କଲେ ଯାହା କୋହଲି କେବେ କରିପାରି ନାହାନ୍ତି


ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଚେନ୍ନାଇ ଗ୍ରାଉଣ୍ଡରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଛି । ଆର ଅଶ୍ୱିନଙ୍କ ଶତକୀୟ ଇନିଂସ ଯୋଗୁଁ ଟିମ୍ ଇଣ୍ଡିଆ ମ୍ୟାଚର ପ୍ରଥମ ଇନିଂସରେ 376 ରନ୍ ସଂଗ୍ରହ କରିଥିଲା ।

ବାଂଲାଦେଶ ବିପକ୍ଷରେ ଭାରତ ବର୍ତମାନ ଭଲ ସ୍ଥିତି ରେ ଅଛି, ଅଶ୍ୱିନଙ୍କ ବ୍ୟତୀତ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜସୱାଲ ମଧ୍ୟ ପ୍ରଥମ ଇନିଂସରେ 118 ବଲରେ 56 ରନ୍ ସଂଗ୍ରହ କରିଥିଲେ। ଜସୱାଲଙ୍କ ଏହି ଇନିଂସ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଆସିଥିଲା। ଏହା ସହିତ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି ।

ଜସୱାଲ ଏହି ବଡ଼ ରେକର୍ଡ କରିଥିଲେ:

ଗତ କିଛି ଟେଷ୍ଟ ସିରିଜରେ ଜସୱାଲ କ୍ରମାଗତ ଭାବେ ଦଳ ପାଇଁ ରନ୍ ସଂଗ୍ରହ କରିଛନ୍ତି । ବାଂଲାଦେଶ ବିପକ୍ଷ ପ୍ରଥମ ଇନିଂସରେ ତାଙ୍କର ଅର୍ଦ୍ଧଶତକ ହାସଲ କରି ଜସୱାଲ ଏମିତି ଏକ ବ୍ୟାଟ୍ସମ୍ୟାନ୍ ହୋଇପାରିଛନ୍ତି ଯିଏ ଘରେ ପ୍ରଥମ 10 ଇନିଂସରେ ସର୍ବାଧିକ ଟେଷ୍ଟ ରନ୍ ସଂଗ୍ରହ କରିଛ ନ୍ତି। ଜସୱାଲଙ୍କ ପୂର୍ବରୁ ଏହି ରେକର୍ଡ ୱେଷ୍ଟଇଣ୍ଡିଜ୍ ର ଜର୍ଜ ହେଡଲିଙ୍କ ନାମରେ ଥିଲା ।ଯିଏ 1935 ରେ 747 ରନ୍ ସ୍କୋର କରିଥିଲେ ।

ଘରୋଇ ଗ୍ରାଉଣ୍ଡରେ ପ୍ରଥମ 10 ଇନିଂସ ର ରେକର୍ଡ:

755 * - ଯଶସ୍ୱୀ ଜସୱାଲ (ଭାରତ)

747 - ଜର୍ଜ ହାଡଲେ (ୱେଷ୍ଟଇଣ୍ଡିଜ୍)

743 - ଜାଭେଦ୍ ମିଆନାଦ୍ (ପାକିସ୍ଥାନ)

687 - ଡେଭ୍ ହଫଟନ୍ (ଜିମ୍ବାୱେ)

680 - ସାର୍ ଭିଭ୍ ରିଚାର୍ଡସ୍ (ୱେଷ୍ଟଇଣ୍ଡିଜ୍)