BCCI ଏସିଆ କପ୍ କୁ ନେଇ ନେବ ବଡ଼ ନିଷ୍ପତି, ଅଧିନାୟକ ବିରାଟ କୋହଲି ଙ୍କ ସହିତ ରୋହିତ, ରିଷଭ, ବୁମରା ମଧ୍ୟ ଖେଳିବେ ନାହିଁ ଏସିଆ କପ୍!
ଭାରତ ଇଂଲଣ୍ଡ ମଧ୍ୟ ରେ ଟେଷ୍ଟ ରେ ଭାରତ ଦଳ ଇଂଲଣ୍ଡକୁ ପରାସ୍ତ କରି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ର ଫାଇନାଲକୁ ପ୍ରବେଶ କରିଛି ଏବଂ ଏହି ଫାଇନାଲ ମୁକାବିଲା ଜୁନ ୧୮ରେ ଖେଳାଯିବ ବୋଲି ସୂଚନା ମିଳିଛି । କିନ୍ତୁ ଏହି ସମୟରେ ଶ୍ରୀଲଙ୍କାରେ ଏସିଆ କପ୍ ମଧ୍ୟ ଆୟୋଜନ ହୋଇପାରେ। ସେଥିପାଇଁ ପ୍ରଶ୍ନ ଉଠୁଛି ଯେ, ଭାରତୀୟ ଦଳ କେମିତି ଏହି ଦୁଇ ପ୍ରତିଯୋଗିତାରେ ଭାଗ ନେବ? ତେବେ ବିସିସିଆଇ ଏହାକୁ ନେଇ ଏକ ସମାଧାନ ବାହାର କରିଛି ।
ରିପୋର୍ଟ୍ସ ଅନୁଯାୟୀ ବିସିସିଆଇ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ରେ ନିଜର ବି-ଟିମ୍କୁ ପଠାଇବ। କାରଣ ଟାଇମ୍ସ ଅଫ ଇଣ୍ଡିଆରେ ମଧ୍ୟ ଛପି ଥିବା ରିପୋର୍ଟ ଅନୁଯାୟୀ, ବିସିସିଆଇ ଏସିଆ କପ୍ରେ ନିଜର ଦ୍ଵିତୀୟ ଦଳକୁ ପଠାଇବ ବୋଲି ଉଲ୍ଲେଖ ରହିଛି। ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ପଡିବ ଏବଂ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ୍ର ପରେ ଏହି ସିରିଜ୍ ଆରମ୍ଭ ହେବ। ଅନ୍ୟପଟେ ଭାରତର ଦ୍ଵିତୀୟ ଦଳ ଶ୍ରୀଲଙ୍କାରେ ଏସିଆ କପ୍ରେ ଭାଗ ନେବ।
ଆଗାମୀ ସମୟ କ୍ରିକେଟ୍ରଙ୍କ ପାଇଁ ବହୁତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ପାଖରେ ଦ୍ଵିତୀୟ ଦଳକୁ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ହି ନାହିଁ। ବିସିସିଆଇ ଚାହୁଁନାହିଁ ଯେ କ୍ରିକେଟ୍ର ଦୁଇ ଥର କ୍ଵାରେଣ୍ଟାଇନ୍ରେ ରୁହନ୍ତୁ। ଏବଂ ବୋର୍ଡ ଇଂଲଣ୍ଡ ସିରିଜ୍ର ପ୍ରସ୍ତୁତିରେ କୌଣସି ରିକ୍ସ ନେବାକୁ ଚାହୁଁ ନାହିଁ। ଯଦି ଏସିଆ କପ୍ ଆୟୋଜନ ହୁଏ ତେବେ ବିସିସିଆଇ ଦ୍ଵିତୀୟ ଦଳକୁ ପଠାଇବ।
ଦ୍ଵିତୀୟ ଦଳର ଅର୍ଥ ଏସିଆ କପରେ ଭାରତୀୟ ଦଳରେ ବିରାଟ କୋହଲି, ରୋହିତ ଶର୍ମା, ରିଷଭ ପନ୍ତ, ଯଶପ୍ରୀତ ବୁମରା, ମହମ୍ମଦ ସାମିଙ୍କ ପରି ରହିବେ ନାହିଁ। ଦଳ ପାଖରେ ଏମିତି ଖେଳାଳି ରହିଛନ୍ତି ଯେଉଁମାନେ ଏସିଆ କପ୍ରେ ଦମଦାର ପ୍ରଦର୍ଶନ କରି ପାରିବେ। ତେଣୁ ଭାରତୀୟ ଦଳର ବେଞ୍ଚ ଷ୍ଟ୍ରେଙ୍ଗଥ୍ ବହୁତ ମଜବୁତ ରହିଛି। ଗତ ଦୁଇ ଏସିଆ କପ୍ରେ ଭାରତ ଚମ୍ପିଆନ ହୋଇଛି। ଭାରତ ସର୍ବାଧିକ ୭ ଥର ଏସିଆ କପ୍ ନିଜ ନାମରେ କରିଛି।