ପରାଜୟ ପରେ ପ୍ୟାଟ୍ କମିନ୍ସ ହେଲେ କ୍ରୋଧିତ ଭାରତ କୁ ଧମକ ଦେଇ କହିଲେ "ବିଶ୍ୱକପ ରେ ଆମେ ଭାରତକୁ ଦେଖିବୁ..."
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 3 ଟି ODI ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯାଇଥିଲା । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି 50 ଓଭରରେ 276 ରନ୍ ସଂଗ୍ରହ କରିଥିଲା । ଏହି ଟାର୍ଗେଟକୁ ଗୋଡାଇବା ବେଳେ ଭାରତ 5 ୱିକେଟ୍ ଏବଂ 8 ବଲ ବାକି ରହି ମ୍ୟାଚ୍ ଜିତିଥିଲା ।
ଏହି ବିଜୟ ପରେ ଭାରତ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ 1-0 ଅଗ୍ରଣୀ ହାସଲ କରିଛି । ତେବେ ଏହି ମ୍ୟାଚ୍ରେ ପରାଜୟ ପରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ନିଜର ଅସନ୍ତୋଷ ବ୍ୟକ୍ତ କରି ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି ।
ପରାଜୟ ପରେ ପ୍ୟାଟ୍ କମିନ୍ସ ତାଙ୍କ ବୟାନ ରେ କହିଲଥିଲେ:
ପ୍ରଥମ ମ୍ୟାଚରେ ପରାଜୟ ପରେ ଅଧିନାୟକ ପ୍ୟାଟ୍ କମିନ୍ସ ବହୁତ ନିରାଶ ହୋଇ କହିଲେ "ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଏହି ସିରିଜକୁ ପ୍ରସ୍ତୁତି ରୂପେ ଗ୍ରହଣ କରୁଛି, ଏହି ମ୍ୟାଚରେ ଡେଭିଡ ୱାର୍ନର ଏବଂ ଷ୍ଟିଭ ସ୍ମିଥ ଭଲ ଇନିଂସ ଖେଳିଥିଲେ ।
ମୁଁ ଫେରିବା ପରେ ଖୁସି ଅଛି । ଆଜି କିଛି ଖେଳାଳି ଭଲ ଖେଳିଥିଲେ । ଯଦିଓ ଆମେ ଭଲ ପ୍ରଦର୍ଶନ କରିପାରିଲୁ ନାହିଁ । ଆଜି ୱାର୍ଣ୍ଣର ଏବଂ ସ୍ମିଥଙ୍କ ବ୍ୟାଟିଂ ଦେଖିବା ଭଲ ଥିଲା । ଏହି ସିରିଜରୁ ଆମେ ଭଲ ଗତି ପାଇବୁ ଏବଂ ତା’ପରେ ବିଶ୍ୱକପକୁ ଯିବୁ ଏବଂ ବିଶ୍ୱକପ ରେ ଆମେ ଆମର ସତ ପ୍ରତିଶତ ଦେବୁ ।
ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ନିରାଶ ହୋଇଛନ୍ତି:
ଭାରତ ବିପକ୍ଷ ODI ସିରିଜରେ ଅଷ୍ଟ୍ରେଲିଆ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନ୍ ଖେଳାଇଥିଲା । ତେଣୁ ଅଧିନାୟକ ପ୍ୟାଟ୍ କମିନ୍ସ ନିଜେ ନଵମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ । 9 ବଲରେ 21 ରନ୍ ସ୍କୋର କରିବା ପରେ କମିନ୍ସ ଶାମିଙ୍କ ଶିକାର ହୋଇଥିଲେ ।