ରୋହିତ ଶର୍ମା ଙ୍କ ବଡ଼ ବୟାନ, କହିଲେ "ଏଥର ବି ଭାରତ ଆସିବ ଟ୍ରଫି ଏବଂ...

  1. Home
  2. Cricket News

ରୋହିତ ଶର୍ମା ଙ୍କ ବଡ଼ ବୟାନ, କହିଲେ "ଏଥର ବି ଭାରତ ଆସିବ ଟ୍ରଫି ଏବଂ...


ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ : ଫେବୃଆରୀ ୧୯ ତାରିଖରୁ ପାକିସ୍ତାନ ଏବଂ ଦୁବାଇରେ ଆରମ୍ଭ ହେବାକୁ ଯାଉଛି ଚମ୍ପିଆନ୍ସ ଟ୍ରଫି ୨୦୨୫। ପ୍ରଥମ ମ୍ୟାଚ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଫେବୃଆରୀ ୨୦ରେ ଭାରତର ଏବଂ ବାଂଲାଦେଶ ମୁକାବିଲା ଦୁବାଇରେ ଖେଳାଯିବ। ଏହାପରେ ୨୩ରେ ଭାରତ-ପାକିସ୍ତାନ ଟକ୍କର । ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଏବଂ ଭାରତ ମଧ୍ୟରେ ମୁକାବିଲା ରହିଛି। ଏସବୁ ଭିତରେ ଭାରତୀୟ ସ୍କ୍ୱାର୍ଡ ଘୋଷଣା ସରିଛି । ଯାହାର ଅଧିନାୟକ ରହିଛନ୍ତି ରୋହିତ ଶର୍ମା ।

ଓ୍ୱାଙ୍ଖଡେ ଷ୍ଟାଡିୟମର ୫୦ତମ ବାର୍ଷିକ ଉତ୍ସବ ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଆୟୋଜନ କରାଯାଇଥିଲା । ଏଥିରେ ସଚ୍ଚିନ ତେନ୍ଦୁଲକର, ରବି ଶାସ୍ତ୍ରୀ, ସୁନୀଲ ଗାଭାସ୍କର, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଶ୍ରେୟସ ଆୟର ପ୍ରମୁଖ ସାମିଲ ହୋଇଥିଲେ । ଏହି ଅବସରରେ ରୋହିତ ଶର୍ମା କହିଛନ୍ତି ଯେ, ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିବୁ । ଆଇସିସି ପ୍ରତିଯୋଗିତରେ ନିଜ ଦେଶର ପ୍ରତିନିଧିତ୍ୱ କରିବା ନିହାତି ଏକ ଗୌରବର ବିଷୟ । ୧୪୦ କୋଟି ଲୋକ ଆମ ପଛରେ ଅଛନ୍ତି । ଦେଶବାସୀଙ୍କ ପାଇଁ ଏହି ଆଇସିସି ଟ୍ରଫିକୁ ପୁଣି ଥରେ ଓ୍ୱାଙ୍ଖଡେ ଷ୍ଟାଡିୟମ ଆଣିବା ଲାଗି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବୁ । 

ବର୍ତ୍ତମାନ ଯାଏଁ ୮ ଥର ଚମ୍ପିଆନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟ ଲିଷ୍ଟ :

୧୯୯୮ରେ ପ୍ରଥମ ଥର ପାଇଁ ବାଂଲାଦେଶରେ ଆୟୋଜନ ହୋଇଥିଲା ପ୍ରଥମ ଚମ୍ପିଆନ୍ସ ଟ୍ରଫି । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଦକ୍ଷିଣ ଆଫ୍ରିକା ଚମ୍ପିଆନ୍‌ ହୋଇଥିଲା । ଏହାପରେ ୨୦୦୦ ରେ କେନିଆରେ ହୋଇଥିଲା ଚମ୍ପିଆନ୍ସ ଟ୍ରଫି । ଏଥିରେ ଭାରତକୁ ହରାଇ ନ୍ୟୁଜିଲାଣ୍ଡ ହୋଇଥିଲା ଚମ୍ପିଆନ୍‌ । 

ତୃତୀୟ ଚମ୍ପିଆନ୍ସ ଟ୍ରଫି ରେ ଭାରତ ଏବଂ ଶ୍ରୀଲଙ୍କା ଯୌଥ ଭାବେ ବିଜେତା ଘୋଷିତ ହୋଇଥିଲେ । ୪ର୍ଥ ଚମ୍ପିଆନ୍ସ ଟ୍ରଫି ଇଂଲଣ୍ଡରେ ଆୟୋଜନ ହୋଇଥିଲା । ଏଥିରେ ଇଂଲଣ୍ଡକୁ ହରାଇ ଓ୍ୱେଷ୍ଟଇଣ୍ଡିଜ୍‌ ଚମ୍ପିଆନ୍‌ ହୋଇଥିଲା ।

୫ମ ଚମ୍ପିଆନ୍ସ ଟ୍ରଫି ଭାରତରେ ଖେଳାଯାଇଥିଲା । ଏଥିରେ ଓ୍ୱେଷ୍ଟଇଣ୍ଡିଜ୍‌କୁ ହରାଇ ଅଷ୍ଟ୍ରେଲିଆ ବିଜୟ ହୋଇଥିଲା । ୬ଷ୍ଠ ଚମ୍ପିଆନ୍ସ ଟ୍ରଫି ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା। ଯେଉଁଥିରେ ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିଆନ୍ ହୋଇଥିଲା ଅଷ୍ଟ୍ରେଲିଆ । 

୨୦୧୩ରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫି ରେ ଇଂଲଣ୍ଡକୁ ହରାଇ ଭାରତୀୟ ଟିମ୍‌ ଚମ୍ପିଆନ୍‌ ହୋଇଥିଲା । ଶେଷ ଥର ପାଇଁ ୨୦୧୭ରେ ଖେଳାଯାଇଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତକୁ ହରାଇ ଟ୍ରଫି ଜିତିଥିଲା ପାକିସ୍ତାନ ।