IPL ମଝିରେ ବାୟୋ-ବବୁଲ୍ ନିୟମ କୁ ଭାଙ୍ଗିଲେ କ୍ରିସ୍ ଗେଲ୍, ଏହା ପରେ ଗେଲ୍ କୁ ନେଇ ପଞ୍ଜାବ କିଙ୍ଗ୍ସର ର ଆସିଲା ବୟାନ

  1. Home
  2. IPL Top News

IPL ମଝିରେ ବାୟୋ-ବବୁଲ୍ ନିୟମ କୁ ଭାଙ୍ଗିଲେ କ୍ରିସ୍ ଗେଲ୍, ଏହା ପରେ ଗେଲ୍ କୁ ନେଇ ପଞ୍ଜାବ କିଙ୍ଗ୍ସର ର ଆସିଲା ବୟାନ

କ୍ରିକେଟ୍ ଖବର : ଚଳିତ ବର୍ଷର ବାକି ଆଇପିଏଲ୍ ମ୍ୟାଚ୍ ଗୁଡିକରେ ଖେଳିବେ ନାହିଁ ଓ୍ବେଷ୍ଟଇଣ୍ଡିଜ୍ ର ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ସେ ବାୟୋ-ବବୁଲ୍ ରୁ ବାହାରି ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଉ ଆଇପିଏଲ୍ ରୁ କାହିଁକି ଅଧାରୁ ଛାଡିବେ ତାହା ମଧ୍ୟ କହିଛନ୍ତି ଗେଲ୍। ଚଳିତ ବର୍ଷର ଆଇପିଏଲ୍ …


IPL ମଝିରେ ବାୟୋ-ବବୁଲ୍ ନିୟମ କୁ ଭାଙ୍ଗିଲେ କ୍ରିସ୍ ଗେଲ୍, ଏହା ପରେ ଗେଲ୍ କୁ ନେଇ ପଞ୍ଜାବ କିଙ୍ଗ୍ସର ର ଆସିଲା ବୟାନ

କ୍ରିକେଟ୍ ଖବର : ଚଳିତ ବର୍ଷର ବାକି ଆଇପିଏଲ୍ ମ୍ୟାଚ୍ ଗୁଡିକରେ ଖେଳିବେ ନାହିଁ ଓ୍ବେଷ୍ଟଇଣ୍ଡିଜ୍ ର ବିସ୍ଫୋରକ ବାମହାତୀ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍। ସେ ବାୟୋ-ବବୁଲ୍ ରୁ ବାହାରି ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଉ ଆଇପିଏଲ୍ ରୁ କାହିଁକି ଅଧାରୁ ଛାଡିବେ ତାହା ମଧ୍ୟ କହିଛନ୍ତି ଗେଲ୍।

ଚଳିତ ବର୍ଷର ଆଇପିଏଲ୍ ଚାଲୁଥିବା ମଧ୍ୟରେ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଚଳିତ ଆଇପିଏଲ୍ ରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। ଗେଲ୍ ଗୁରୁବାର ଦିନ ବାୟୋ-ବବଲରୁ ବାହାରିବେ ବୋଲି ଘୋଷଣା କରିଥିଲେ। ଏହାର ଅର୍ଥ ହେଉଛି ଏହି ସିଜିନର ଅବଶିଷ୍ଟ ମ୍ୟାଚ୍‌ରେ କ୍ରିସ୍ ଗେଲ୍ ପଞ୍ଜାବ କିଙ୍ଗ୍ସ ଦଳ ସହିତ ରହିବେ ନାହିଁ। ବାୟୋ – ବବୁଲରେ ରହିବା ହେତୁ ଗେଲ୍ ଙ୍କୁ ମାନସିକ ଥକାପଣ ଲାଗୁଛି। ଏହି କାରଣ ହେତୁ ଗେଲ୍ ଏହି ନିଷ୍ପତ୍ତି ନେଇଛନ୍ତି। ଗେଲ କହିଛନ୍ତି ଯେ ଆସନ୍ତା ମାସର ଟି-୨୦ ବିଶ୍ୱକପ ରହିଛି। ତେଣୁ ଏହା ପୂର୍ବରୁ ସେ ନିଜକୁ ମାନସିକ ସ୍ତରରେ ସୁସ୍ଥ ରଖିବାକୁ ଚାହୁଁଛନ୍ତି।

IPL ମଝିରେ ବାୟୋ-ବବୁଲ୍ ନିୟମ କୁ ଭାଙ୍ଗିଲେ କ୍ରିସ୍ ଗେଲ୍, ଏହା ପରେ ଗେଲ୍ କୁ ନେଇ ପଞ୍ଜାବ କିଙ୍ଗ୍ସର ର ଆସିଲା ବୟାନ

ଗତ ୩୦ ସେପ୍ଟେମ୍ବର ଗୁରୁବାର ଦିନ ପଞ୍ଜାବ କିଙ୍ଗ୍ସ ଏକ ଟ୍ୱିଟ କରି ଏହା ନିଶ୍ଚିତ କରିଛନ୍ତି। ଏହି ଦଳ ଟୁଇଟ ମାଧ୍ୟମରେ ଉଲେଖ କରିଛନ୍ତି ଯେ, ଗେଲ୍ କିଛି ସମୟ ହେବ ବିଭିନ୍ନ ଦଳ ସହିତ ଏକ ବାୟୋ-ବବୁଲରେ ଅଛନ୍ତି। ଯେଉଁଥିପାଇଁ ସେ ମାନସିକ ଥକାପଣର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଗେଲ ଚାହାଁନ୍ତି ଯେ ତାଙ୍କର ମାନସିକ ଥକାପଣ ଟି-୨୦ ବିଶ୍ୱରେ ତାଙ୍କ ଜାତୀୟ ଦଳ ଉପରେ ପ୍ରଭାବ ନପକାଉ। ତେଣୁ ସେ ବାୟୋ-ବବୁଲ୍ ରୁ ବାହାରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆଉ ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ।

୪୨ ବର୍ଷୀୟ ଗେଲ୍ , ୨୦୨୧ ମସିହାରେ ୩୭ଟି ଟି -୨୦ ମ୍ୟାଚ୍ ଖେଳି ସାରିଲେଣି। ଗେଲ୍ ଙ୍କ ଏହି ନିଷ୍ପତ୍ତି ବାବଦରେ ପଞ୍ଜାବ କିଙ୍ଗ୍ସର ପ୍ରଶିକ୍ଷକ ଅନିଲ କୁମ୍ବଲେ କହିଛନ୍ତି ଯେ ପଞ୍ଜାବ ଦଳ ଗେଲଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛି ଏବଂ ଟି-୨୦ ବିଶ୍ୱକପ ପାଇଁ ଗେଲଙ୍କୁ ସମୟ ଦେବାରେ ଆମର କୌଣସି ଆପତ୍ତି ନାହିଁ।