ଅଷ୍ଟ୍ରେଲୀୟ ଯୁବ କ୍ରିକେଟରଙ୍କ ବଡ଼ ବୟାନ- କେ.ଏଲ୍ ରାହୁଲ ୱିକେଟ୍ ପଛରୁ ତାଙ୍କୁ ଯାହା କହିଲେ ସେ ବଞ୍ଚି ଥିଲା ଯାଏଁ ମନେ ରଖିବେ

  1. Home
  2. Cricket News

ଅଷ୍ଟ୍ରେଲୀୟ ଯୁବ କ୍ରିକେଟରଙ୍କ ବଡ଼ ବୟାନ- କେ.ଏଲ୍ ରାହୁଲ ୱିକେଟ୍ ପଛରୁ ତାଙ୍କୁ ଯାହା କହିଲେ ସେ ବଞ୍ଚି ଥିଲା ଯାଏଁ ମନେ ରଖିବେ

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପାଦ ଦେଇଥିବା କାମ୍ରୁନ୍ ଗ୍ରୀନ୍ ଭାରତୀୟ ୱିକେଟ୍ କିପର କେ.ଏଲ୍ ରାହୁଲଙ୍କ ପ୍ରଶଂସା କରିଛନ୍ତି । ପ୍ରଥମ ମ୍ୟାଚ୍ ଖେଳିବା ପରେ ରାହୁଲ ତାଙ୍କୁ କିପରି ସହଜ ଅନୁଭବ କରିଥିଲେ ସେ କହିଥିଲେ । ସେ ଭାରତୀୟ ଖେଳାଳି ରାହୁଲଙ୍କ ପ୍ରଶଂସା କରିବା ସହ ଏହାକୁ …


ଅଷ୍ଟ୍ରେଲୀୟ ଯୁବ କ୍ରିକେଟରଙ୍କ ବଡ଼ ବୟାନ- କେ.ଏଲ୍ ରାହୁଲ ୱିକେଟ୍ ପଛରୁ ତାଙ୍କୁ ଯାହା କହିଲେ ସେ ବଞ୍ଚି ଥିଲା ଯାଏଁ ମନେ ରଖିବେ

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପାଦ ଦେଇଥିବା କାମ୍ରୁନ୍ ଗ୍ରୀନ୍ ଭାରତୀୟ ୱିକେଟ୍ କିପର କେ.ଏଲ୍ ରାହୁଲଙ୍କ ପ୍ରଶଂସା କରିଛନ୍ତି । ପ୍ରଥମ ମ୍ୟାଚ୍ ଖେଳିବା ପରେ ରାହୁଲ ତାଙ୍କୁ କିପରି ସହଜ ଅନୁଭବ କରିଥିଲେ ସେ କହିଥିଲେ । ସେ ଭାରତୀୟ ଖେଳାଳି ରାହୁଲଙ୍କ ପ୍ରଶଂସା କରିବା ସହ ଏହାକୁ ସର୍ବଦା ମନେ ରଖିବେ ବୋଲି କହିଥିଲେ ।

ଗ୍ରୀନ୍ ପ୍ରଥମ ମ୍ୟାଚ୍ ର ଅନୁଭୂତି ବାଣ୍ଟି ଏକ ଇଂରାଜୀ ୱେବସାଇଟ୍ ସହିତ କଥା ହେଲେ । ସେ କହିଛନ୍ତି ଯେ ଭାରତୀୟ ଖେଳାଳିମାନେ ସ୍ଲେଡିଂ ନକରି ତାଙ୍କୁ ଉତ୍ସାହିତ କରିଥିଲେ । କେ.ଏଲ୍ ରାହୁଲଙ୍କ ବିଷୟରେ କଥାବାର୍ତ୍ତା କରି କହିଛନ୍ତି, “ସେ ୱିକେଟ୍ ପଛରେ ଥିବାରୁ ମୁଁ ବହୁତ ପ୍ରଭାବିତ ହୋଇଥିଲି। ସେ ମୋତେ ପଚାରିଥିଲେ ଯେ ମୁଁ ନର୍ଭସ ଅଛି କି ନାହିଁ । ମୁ କହିଥିଲି ହଁ, ତାପରେ ସେ ମୋତେ କହିଥିଲେ ଯେ ତୁମେ ଯୁବକ ଖେଳାଳି ସକାରାତ୍ମକ ଖେଳ ତ ଭଲ କରି ପାରିବ । ତେଣୁ ମୁଁ ଏହି ଜିନିଷକୁ ସବୁଦିନ ପାଇଁ ମାନେ ରଖିବି ।

ଅଷ୍ଟ୍ରେଲୀୟ ଯୁବ କ୍ରିକେଟରଙ୍କ ବଡ଼ ବୟାନ- କେ.ଏଲ୍ ରାହୁଲ ୱିକେଟ୍ ପଛରୁ ତାଙ୍କୁ ଯାହା କହିଲେ ସେ ବଞ୍ଚି ଥିଲା ଯାଏଁ ମନେ ରଖିବେ

କାନବ୍ରାଠାରେ ଖେଳାଯାଇଥିବା ସିରିଜର ତୃତୀୟ ମ୍ୟାଚ୍‌ରେ ଗ୍ରୀନ୍‌ ଭାରତ ବିପକ୍ଷରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ । ସେ ଅଷ୍ଟ୍ରେଲିଆ ପାଇଁ ODI ଖେଳିବା ପାଇଁ 230 ତମ ଖେଳାଳି ହୋଇଥିଲେ | ସେ ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ହାତ ରୁ ଡେବ୍ୟୁ କ୍ୟାପ ପାଇଥିଲେ । ପ୍ରଥମ ମ୍ୟାଚ୍‌ରେ ସେ ଚାରି ଓଭର ବୋଲିଂ କରିଥିଲେ ମଧ୍ୟ କୌଣସି ୱିକେଟ୍ ନେଇପାରିନଥିଲେ । ସେଠାରେ ବ୍ୟାଟିଂ କରୁଥିବାବେଳେ ସେ 21 ରନ୍ ସ୍କୋର କରିଥିଲେ ।

Read also: ଟେଷ୍ଟ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ଏହି ଖେଳାଳି ହେଲେ ଆତଙ୍କିତ, କହିଲେ ଭାରତୀୟ ବୋଲରଙ୍କୁ ଟେଷ୍ଟ ମ୍ୟାଚରେ ଖେଳିବା କଷ୍ଟକର

ତାଙ୍କ ବୋଲିଂ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଗ୍ରୀନ୍ କହିଛନ୍ତି, “ମୁଁ ଭାବୁଛି ଏହା ମୋ ପାଇଁ ଏକ ଭଲ ବିରୋଧୀ ଦଳ ହୋଇଛି । ମୁଁ ଅନୁଭବ କରୁଛି ଯେ କିଛି ସମୟ ପାଇଁ ବିରାଟ ଟିକେ ଆକ୍ରମଣାତ୍ମକ ହେବାକୁ ଚେଷ୍ଟା କରୁଥିଲେ । ହଁ, ଏହା ଠିକ୍ ଥିଲା, ମୁଁ ସର୍ବଦା ଏହି ପ୍ରଥମ ମ୍ୟାଚ୍ ର ସମସ୍ତ ଜିନିଷ ମାନେ ରଖିବି, ଏହା ମୋତେ ଆଜୀବନ ମାନେ ପଡିବ । “