IND vs AUS: ବିରାଟ କୋହଲି ODI କ୍ରିକେଟରେ ସଚିନଙ୍କ ରେକର୍ଡ ଭାଙ୍ଗି ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କଲେ ମାତ୍ର କେରିଅର ରେ ଲାଗିଗଲା ଦାଗ

କାନବେରା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦଳ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ODI ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି 12 ହଜାର ରନ୍ ଅତିକ୍ରମ କରିଛନ୍ତି। ଏହା ସହ ରନ୍ ମେସିନ୍ ବିରାଟ କୋହଲି ମଧ୍ୟ ବିଶ୍ୱ ରେକର୍ଡ …
 

କାନବେରା ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଦଳ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ODI ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲି 12 ହଜାର ରନ୍ ଅତିକ୍ରମ କରିଛନ୍ତି। ଏହା ସହ ରନ୍ ମେସିନ୍ ବିରାଟ କୋହଲି ମଧ୍ୟ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କ ଭଳି ମହାନ ଖେଳାଳିଙ୍କୁ ପଛରେ ଛାଡିଛନ୍ତି।

ବିରାଟ କୋହଲି ODI ଆନ୍ତର୍ଜାତୀୟ କ୍ରିକେଟ୍ ରେ ଦ୍ରୁତତମ 12 ହଜାର ରନ୍ ରେକର୍ଡ କରିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ସଚିନ ତେନ୍ଦୁଲକର, ରିକି ପଣ୍ଟିଙ୍ଗ, କୁମାର ସାଙ୍ଗାକାରା, ସନାଥ ଜୟସୁରିଆ ଏବଂ ମହେଲା ଜୟୱାର୍ଡେନଙ୍କ ଭଳି ଖେଳାଳିଙ୍କୁ ଛାଡିଛନ୍ତି। ବିରାଟ କୋହଲି ମାତ୍ର 242 ODI ଇନିଂସରେ 12 ହଜାର ରନ୍ ପୂରଣ କରିଥିବାବେଳେ ସଚିନ ତେନ୍ଦୁଲକର 300 ODI ଇନିଂସରେ ଏହା କରିଛନ୍ତି। ଏହିପରି ଭାବରେ ବିରାଟ ସମସ୍ତଙ୍କଠାରୁ ଆଗରେ ଅଛନ୍ତି |

12 ହଜାର ରନ୍ ପୂରଣ କରିଥିବା ଖେଳାଳୀମାନଙ୍କ ଲିଷ୍ଟ:

242 ଇନିଂସ – ବିରାଟ କୋହଲି

300 ଇନିଂସ – ସଚିନ ତେନ୍ଦୁଲକର

314 ଇନିଂସ – ରିକି ପଣ୍ଟିଂ

336 ଇନିଂସ – କୁମାର ସାଙ୍ଗାକାରା

379 ଇନିଂସ – ସନାଥ ଜୟସୁରିଆ

399 ଇନିଂସ – ମହେଲା ଜୟୱାର୍ଡେନ

Read also: IND VS AUS: ବର୍ତ୍ତମାନ ରୋହିତ ଶର୍ମା ଅଧିନାୟକ ଏବଂ ଧୋନିଙ୍କୁ କୋଚ୍ କରିବାର ସମୟ ! ବିରାଟ କୋହଲି -ଶାସ୍ତ୍ରୀଙ୍କ ସମୟ ଗଲା

ରେକର୍ଡ ସହ କୋହଲିଙ୍କ ଉପରେ ଲାଗିଲା ଦାଗ :

2020 କରୋନା କଲା ରେ ବିରାଟ କୋହଲି ଗୋଟିଏ ମଧ୍ୟ ଶତକ ମାରି ନାହାନ୍ତି । ଦୀର୍ଘ ବର୍ଷ ଧରି 2008 ରୁ 2019 ଯାଏଁ ODI କ୍ରିକେଟ୍ ରେ ସେ ଶତକ କରିଥିଲେ ମାତ୍ର ଏହି 2020 ରେ ପ୍ରଥମ ଥର ସେ ODI ରେ ଗୋଟିଏ ବି ଶତକ ହାସଲ କରିପାରିନଥିଲେ।