ଚାମ୍ପିୟନ୍ସ ଟ୍ରଫିରେ କିଭଳି ରହିବ ଭାରତୀୟ ଦଳର ରୂପରେଖ! କିଏ ହେବ ସିଲେକ୍ଟ, କିଏ ପଡିବ ବାଦ୍….

 
Champions trophy

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ମେଗା ଇଭେଣ୍ଟ ପାଇଁ କୌଣସି ଦେଶ ନିଜ ଦଳ ଘୋଷଣା କରିନାହିଁ। କିନ୍ତୁ କିଛି ଖବର ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି। ଭାରତୀୟ ଦଳରେ କିଏ ସାମିଲ ହେବ ଏବଂ କିଏ ବାଦ୍ ପଡିବ ସେଥିନେଇ ଚର୍ଚ୍ଚା ଜାରି ରହିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨ ସୁଦ୍ଧା ଭାରତୀୟ ଦଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ କେ.ଏଲ୍ ରାହୁଲ, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଦଳ ବାହାରେ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରୁଛି। 

Team india

ପିଟିଆଇ ରିପୋର୍ଟ ଅନୁଯାୟୀ, ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଇଣ୍ଡିଆ ଦଳରେ କେ.ଏଲ୍ ରାହୁଲଙ୍କ ଉପସ୍ଥିତି ନିଶ୍ଚିତ ହୋଇନାହିଁ।  ଯଶସ୍ୱୀ ଜୟସୱାଲ ଦଳରେ ସାମିଲ ହୋଇପାରନ୍ତି। ଟି-୨୦ ଏବଂ ଟେଷ୍ଟରେ ବିସ୍ଫୋରକ ବ୍ୟାଟିଂ କରି ଯଶସ୍ୱୀ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି। ଟପ୍-୩ ରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ୍ ରହିଲେ ମଧ୍ୟ ଭାରତୀୟ ଦଳ ଉପକୃତ ହେବ ନିଶ୍ଚିତ। ଏଥିସହିତ ପନ୍ତ କେ.ଏଲ୍ ରାହୁଲଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛନ୍ତି।

ଯଦି ୱିକେଟ୍ କିପିଂ ପାଇଁ ଋଷଭ ପନ୍ତ ପ୍ରଥମ ପସନ୍ଦ ତେବେ ରାହୁଲଙ୍କୁ ବ୍ୟାକଅପ୍ ଭାବରେ ରଖିବାର କୌଣସି ଅର୍ଥ ନାହିଁ। ଏକଦିବସିୟ ବିଶ୍ୱକପ ୨୦୨୩ ପରେ, କେ.ଏଲ୍ ରାହୁଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଏକଦିବସିୟ ସିରିଜରେ ଅନ୍ତର୍ଭୁକ୍ତ ହୋଇଥିଲେ। କିନ୍ତୁ ସେ ଶ୍ରୀଲଙ୍କା ଗସ୍ତରେ ଟିମ୍ ଇଣ୍ଡିଆର ଅଂଶ ନଥିଲେ। ଟିମ୍ ଇଣ୍ଡିଆର ତାରକା ବୋଲର ମହମ୍ମଦ ଶାମିଙ୍କ ଫିଟନେସକୁ ନେଇ ଏବେ ମଧ୍ୟ ସନ୍ଦେହ ରହିଛି।

ବିଶ୍ୱକପ ୨୦୨୩ ପରଠାରୁ ଶାମି ଗୋଟିଏ ମଧ୍ୟ ଦିନିକିଆ ମ୍ୟାଚ୍ ଖେଳି ନାହାଁନ୍ତି। ବିଜୟ ହଜାରେ ଟ୍ରଫିରେ ଗତ ଦୁଇଟି ମ୍ୟାଚ୍‌ରେ ସେ ଆଠ ଓଭର ବୋଲିଂ କରିଥିଲେ। ଯଦି ଜସପ୍ରୀତ ବୁମ୍ରା ଆହତ ସମସ୍ୟା ହେତୁ ଖେଳିବାକୁ ଅସମର୍ଥ ହୁଅନ୍ତି, ତେବେ ଶାମିଙ୍କ ଅଭିଜ୍ଞତା ଅତ୍ୟନ୍ତ ଉପଯୋଗୀ ହୋଇପାରେ। ଅବଶ୍ୟ, ଅଭ୍ୟାସ ସମୟରେ ଶାମି କିଛି ବଲ ବୋଲିଂ କରିଥିଲେ ଯେଉଁଥିରେ ସେ ସମ୍ପୂର୍ଣ୍ଣ ଫିଟ୍ ଦେଖାଯାଉଥିବା ଜଣାପଡିଛି।