ସଂକଟରେ ଟିମ୍ ଇଣ୍ଡିଆ! ସନ୍ଦେହରେ ବୁମରା ଏବଂ ଶାମିଙ୍କ ପ୍ରତ୍ୟାବର୍ତ୍ତନ….

 
Shami bumrah

ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆଘାତ ସମସ୍ୟା ଏକ ବଡ଼ ପ୍ରଶ୍ନ ଚିହ୍ନ ପାଲଟିଛି। ଜସପ୍ରୀତ ବୁମରା ଏବଂ ମହମ୍ମଦ ଶାମିଙ୍କ ଯୋଡିଙ୍କୁ ଦେଖିବାକୁ ପ୍ରଶଂସକମାନେ ଚାହିଁ ବସିଛନ୍ତି। କିନ୍ତୁ ଯେତେବେଳେ ଶାମିଙ୍କ ପ୍ରତ୍ୟାବର୍ତ୍ତନ ଆଶା ବଢିଛି, ବୁମରା ସମସ୍ତଙ୍କ ଟେନସନକୁ ବଢ଼ାଇ ଦେଇଛନ୍ତି। ସିଡନୀ ଟେଷ୍ଟ ସମୟରେ ଜସପ୍ରୀତ ବୁମ୍ରା ଅଧା ମ୍ୟାଚ୍ ରୁ ପଡ଼ିଆ ଛାଡିଥିଲେ।

Team india

କ୍ରିକବଜ୍ ରିପୋର୍ଟ ଅନୁଯାୟୀ ଦ୍ରୁତ ବୋଲର ମହମ୍ମଦ ଶାମି ଇଂଲଣ୍ଡ ବିପକ୍ଷ ଧଳା ବଲ୍ ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଚାମ୍ପିଅନ୍ସ ଟ୍ରଫି ୨୦୨୫ ରେ ମଧ୍ୟ ଶାମିଙ୍କ ପ୍ରତ୍ୟାବର୍ତ୍ତନର ସମ୍ପୂର୍ଣ୍ଣ ଆଶା ରହିଛି। ନଭେମ୍ବର ୨୦୨୩ ରେ ହୋଇଥିବା ବିଶ୍ୱକପ ଫାଇନାଲ ପରଠାରୁ ଶାମି ଟିମ୍ ଇଣ୍ଡିଆକୁ ଫେରିନାହାଁନ୍ତି। ଭାରତ-ଅଷ୍ଟ୍ରେଲିଆ ସିରିଜରେ ମଧ୍ୟ ଶାମି ଫେରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ ଏହା ସମ୍ଭବ ହୋଇପାରିନଥିଲା।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବିସିସିଆଇର ଏନସିଏ ମେଡିକାଲ୍ ଟିମ୍ ଶାମିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛି।  ତାଙ୍କର ଡାହାଣ ଗୋଇଠିରେ ଆଘାତ ଲାଗିଥିଲା ଯାହା ବର୍ତ୍ତମାନ ଭଲ ହୋଇଯାଇଛି। କିନ୍ତୁ ତାଙ୍କ ଆଣ୍ଠୁରେ ସାମାନ୍ୟ ଫୁଲା ଅଛି, ଯେଉଁଥିପାଇଁ ଅଷ୍ଟ୍ରେଲିଆ ଗସ୍ତ ପାଇଁ ସେ ସମ୍ପୂର୍ଣ୍ଣ ଭାବରେ ଫିଟ୍ ନଥିଲେ। ତେବେ ଘରୋଇ କ୍ରିକେଟରେ ଶାମି ନିଜକୁ ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ ଅନୁଯାୟୀ, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ସିରାଜ ବିଜିଟି ପରେ ବିଶ୍ରାମ ନେବେ।  ଚୟନକର୍ତ୍ତାମାନେ ଏନସିଏ ମ୍ୟାନେଜରଙ୍କ ରିପୋର୍ଟକୁ ଅପେକ୍ଷା କରିଥିବାରୁ ବୁମରାଙ୍କ ଅବସ୍ଥା ଅନିଶ୍ଚିତ ରହିଛି। ତେବେ ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ବୁମରା ଫିଟ୍ ହେବେ ବୋଲି ସମସ୍ତଙ୍କ ଆଶା ରହିଛି। କିନ୍ତୁ ଏହା ପୂର୍ବରୁ ତାଙ୍କୁ ଏନସିଏର ଅନୁମୋଦନ ଆବଶ୍ୟକ ହେବ। ବୁମରା ମଧ୍ୟ ଖୁବ୍ ଶୀଘ୍ର ଏନସିଏକୁ ରିପୋର୍ଟ କରିବେ ବୋଲି ଆଶା କରାଯାଉଛି। ଟିମ୍ ଇଣ୍ଡିଆ ୨୨ ଜାନୁଆରୀ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବ। ଏହା ପରେ ୬ ଫେବୃଆରୀରୁ ଏକଦିବସିୟ ସିରିଜରେ ଇଂରାଜୀ ଦଳ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ରହିବ ଭାରତ।