ଦେଖନ୍ତୁ ଭିଡିଓ: ଅର୍ଦ୍ଧ ଶତକର ପାଖରେ ପହଁଚି ରୋହିତ ହୋଇଗଲେ ଆଉଟ୍ ତେବେ ନିଜକୁ କରି ପାରିଲେ ନାହିଁ କଣ୍ଟ୍ରୋଲ, ରାଗିଯାଇ କଲେ ଏମିତି

 
Rohit out

କ୍ରିକେଟ୍ ଖବର: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ODI ସିରିଜର ଶେଷ ତଥା ତୃତୀୟ ମ୍ୟାଚ୍ ଜାନୁଆରୀ 15 ରେ କେରଳର ଥିରୁବନନ୍ତପୁରମରେ ଖେଳାଯାଉଛି। ଯେଉଁଥିରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ମଧ୍ୟ ବହୁତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଥିଲା। 

ଦଳ ପକ୍ଷରୁ ଓପନର୍ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଏକ ଭଲ ଆରମ୍ଭ କରିଥିଲେ। ହିଟମ୍ୟାନ୍ ଭଲ ଫର୍ମରେ ବି ରହିଥିଲେ, କିନ୍ତୁ ତାଙ୍କର ଅର୍ଦ୍ଧଶତକକୁ ମାତ୍ର 8 ରନ୍ ଥିବା ବେଳେ ସେ ଆଉଟ୍ ହୋଇ ଯାଇଥିଲେ। ଏଭଳି ପରିସ୍ଥିତିରେ ଏବେ ତାଙ୍କ ୱିକେଟ ଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Rohit out

ଚାମିକା କରୁଣାତ୍ନେ ଭାରତୀୟ ଇନିଂସର 16 ତମ ଓଭରରେ ବୋଲିଂ କରିଥିଲେ। ରୋହିତ ଶର୍ମା ତାଙ୍କ ଓଭରର ଦ୍ୱିତୀୟ ବଲରେ ଷ୍ଟ୍ରାଇକ୍ କରିଥିଲେ।  କରୁଣାତ୍ନେ ବଲକୁ ସର୍ଟ ରଖିଥିଲେ ଏହା ଦେଖି ହିଟମ୍ୟାନ ଲୋଭ କରି ବଡ଼ ସଟ୍ ମାରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଅବୀସ୍କା ଫର୍ନାଣ୍ଡୋଙ୍କ ହାତରେ ବଲକୁ କ୍ୟାଚ୍  ଦେଇଥିଲେ। 

ଏଭଳି ପରିସ୍ଥିତିରେ ରୋହିତ ଶର୍ମା 2ଟି  ଚୌକା ଓ 3ଟି ଛକା ସହାୟତାରେ 42 ରନ୍ ସ୍କୋର କରିବା ପରେ ପାଭିଲିୟନକୁ ଆଉଟ୍ ହୋଇ ଫେରିଥିଲେ। ତେବେ ସେ ଆଉଟ୍ ହୋଇ ଯିବା ସମୟରେ ବହୁତ ନିରାଶ ଦେଖାଯାଉଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି। 

ଦେଖନ୍ତୁ ଭିଡ଼ିଓ: