ଭିଡିଓ: ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ଟିମ ଉପରେ ଘାଇଲା ସିଂହ ପରି ଆକ୍ରମଣ କଲେ, ଆହତ ଆଙ୍ଗୁଠି ହେବ ସତ୍ୱେ ନେଲେ ୱିକେଟ୍

 

କ୍ରିକେଟ୍ ଖବର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା 3 ଟି ODI ସିରିଜର ଦ୍ୱିତୀୟ ମ୍ୟାଚ୍ ରାୟପୁରରେ ଖେଳାଯାଉଛି। ଏହି ମ୍ୟାଚରେ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଟିମ୍ ଇଣ୍ଡିଆ ସପକ୍ଷରେ ଯାଇଛି।କାରଣ ଉତ୍କୃଷ୍ଟ ବୋଲିଂ ଆଧାରରେ ଟିମ୍ ଇଣ୍ଡିଆ 5 କିୱି ବ୍ୟାଟ୍ସମ୍ୟାନଙ୍କୁ ମାତ୍ର 15 ରନ୍ ସ୍କୋରରେ ପାଭିଲିୟନକୁ ପଠାଇଥିଲା। ଯେଉଁଥିରେ ଦ୍ରୁତ ବୋଲର ମହମ୍ମଦ ଶାମି ପ୍ରଥମ ଦିନିକିଆରେ ଆହତ ହୋଇ ବି ଭଲ ବୋଲିଂ କରିଛନ୍ତି। 

ପ୍ରଥମ ମ୍ୟାଚରେ ଶାମି ମହଂଗା ସାବ୍ୟସ୍ତ ହେବା ପରେ ମଧ୍ୟ କ୍ୟାପଟେନ୍ ରୋହିତ ତାଙ୍କୁ ଦ୍ଵିତୀୟ ମ୍ୟାଚରେ ପୁଣି ଦଳରେ ସ୍ଥାନ ଦେଇଥିଲେ। ଅନ୍ୟପଟେ ଶାମି ମଧ୍ୟ ଅଧିନାୟକଙ୍କ ବିଶ୍ୱାସ ଜିଣିବାରେ ସକ୍ଷମ ହୋଇଛନ୍ତି। ସେ ଟିମ୍ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ।

 

ପ୍ରଥମ ମ୍ୟାଚରେ ବୋଲିଂ କରୁଥିବାବେଳେ ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇଥିଲେ। ଏଥି ସହିତ ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ଶାମିଙ୍କୁ ସୁଯୋଗ ମିଳିଥିଲା।  ଯଦିଓ ତାଙ୍କ ଆଙ୍ଗୁଠି ବ୍ୟାଣ୍ଡେଜ୍ ହୋଇଛି, ଏହା ପରେ ମଧ୍ୟ ଶାମି ଗୋଟିଏ ପରେ ଗୋଟିଏ ବିସ୍ପୋରକ କିୱି ବ୍ୟାଟ୍ସମ୍ୟାନଙ୍କୁ ଶୀଘ୍ର ଆଉଟ୍ କରି ପାଭିଲିୟନକୁ ପଠାଇଥିଲେ। 

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: ଦ୍ୱନ୍ଦ୍ୱରେ ପଡ଼ିଲେ ରୋହିତ ଏବଂ ମୁଣ୍ଡ ରେ ଦେଲେ ହାତ, ଟସ୍ ଜିତିବା ପରେ କଣ ନେବେ ନିଷ୍ପତ୍ତି ନେଇ ପାରିଲେ ନାହିଁ ନିର୍ଣ୍ଣୟ, ଭିଡିଓ ହେଲା ଭାଇରାଲ୍