IPL 2023: 12 ଟି ଭାଷାରେ ପ୍ରସାରଣ ହେବ ଚଳିତବର୍ଷ IPL, ଓଡ଼ିଆରେ ବି ଦେଖିବାକୁ ମିଳିବ, ପଢନ୍ତୁ ଏହି ଖାସ ରିପୋର୍ଟ

 

କ୍ରିକେଟ୍ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର 16 ତମ ସଂସ୍କରଣ ଆସନ୍ତା ମାର୍ଚ୍ଚ 31 ତାରିଖରୁ ଆରମ୍ଭ ହେବ। ଏଥର ଟୁର୍ଣ୍ଣାମେଣ୍ଟର ଡିଜିଟାଲ ପ୍ରସାରଣ ଅଧିକାର ହଟଷ୍ଟାର ବଦଳରେ ଜିଓ ସିନେମାକୁ ମିଳିଛି। ଉପଭୋକ୍ତାମାନଙ୍କ ପାଇଁ ଆଇପିଏଲ୍ ଅଭିଜ୍ଞତାକୁ ଆକର୍ଷଣୀୟ କରିବାକୁ ମନସ୍ଥ କରି ଜିଓ ସିନେମା ଷ୍ଟ୍ରିମିଂରେ ଅନେକ ନୂତନ ବୈଶିଷ୍ଟ୍ୟକୁ ସାମିଲ କରାଯାଇଛି। ଯାହା ଆଇପିଏଲର ଚଳିତ ସିଜନରେ ଦେଖିବାକୁ ମିଳିବ।

ଜିଓ ଓ ଷ୍ଟାରକୁ ମିଡ଼ିଆ ରାଇଟସ:

ଜିଓ 20,500 କୋଟିରେ ଆଇପିଏଲର ଡିଜିଟାଲ ମିଡିଆ ଅଧିକାର କିଣିଛି। ଏଥି ସହିତ ଷ୍ଟାର 23,575 କୋଟି ଟଙ୍କାରେ ଟିଭି ପ୍ରସାରଣ ରାଇଟସ କିଣିଥିଲେ।ଭାରତ ବାହାରେ ମିଡିଆ ଅଧିକାର ବିକ୍ରୟ ପରେ, ବିସିସିଆଇ ୫ ବର୍ଷ ପାଇଁ ମୋଟ 48,390 କୋଟିରେ IPL ଅଧିକାର ବିକ୍ରି କରିଛି। ଅର୍ଥାତ୍ ବିସିସିଆଇ ଗୋଟିଏ ମ୍ୟାଚ୍ ପାଇଁ ପ୍ରାୟ 3 କୋଟି ଟଙ୍କା ପାଇବ। ଟିଭିରେ ଉପଭୋକ୍ତାମାନେ ଷ୍ଟାର୍ ସ୍ପୋର୍ଟସ1 ଏବଂ 3 ରେ ମ୍ୟାଚ୍ ଦେଖିପାରିବେ। ଏହି ସମୟରେ, ଆପଣ ଇଣ୍ଟରନେଟରେ ଜିଓ ସିନେମାରେ ପୁରା ଟୁର୍ଣ୍ଣାମେଣ୍ଟ ଦେଖିପାରିବେ।

ଜିଓ ଦେବ ମାଗଣା IPL ଦେଖିବାର ମଜା:

ଚଳିତବର୍ଷ ମାଗଣାରେ ଆଇପିଏଲ ଦେଖାଇବାକୁ ବିସିସିଆଇ ଜିଓ ସିନେମାକୁ ଅନୁମତି ଦେଇଛି। ଜିଓ ସିନେମାରେ ଉପଭୋକ୍ତାମାନେ ଟୁର୍ଣ୍ଣାମେଣ୍ଟର ପୁରା 74ଟି ମ୍ୟାଚ୍ ମାଗଣାରେ ଦେଖିପାରିବେ। ପୂର୍ବରୁ, ହଟଷ୍ଟାରରେ ମ୍ୟାଚ୍ ଦେଖିବା ପାଇଁ ଉପଭୋକ୍ତାମାନଙ୍କୁ ଏକ ପ୍ରିମିୟମ୍ ଯୋଜନା କିଣିବାକୁ ପଡୁଥିଲା।

ଅନ୍ୟପଟେ ଭାରତରେ କ୍ରିକେଟ୍ ମ୍ୟାଚ୍ ସାଧାରଣତଃ ହିନ୍ଦୀ, ଇଂରାଜୀ, ତେଲୁଗୁ ଏବଂ ତାମିଲ ଭାଷାରେ ଦେଖାଯାଉଥିଲା। ଏଥର ଆଇପିଏଲରେ ପ୍ରାୟ 12 ଟି ଭାଷାରେ ଦେଖି ପାରିବେ। ଏହି ଭାଷାଗୁଡ଼ିକରେ ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜୁରାଟୀ, ଭୋଜପୁରୀ, ଓଡିଆ, ତେଲୁଗୁ, ତାମିଲ ଏବଂ କନ୍ନଡ ଭାଷାରେ ମଧ୍ୟ ଦେଖିପାରିବେ।

ଆହୁରି ପଢ଼ନ୍ତୁ: IPL 2023: ନିଜର ଶେଷ IPL ରେ ଧୋନୀଙ୍କୁ ଲାଗିଲା ବଡ଼ ଝଟକା, ଯିଏ ହୋଇଥାନ୍ତା ଆଗାମୀ ଅଧିନାୟକ ସେ ହିଁ ଅଧାରୁ ଛାଡିଲେ ଦଳର ହାତ!

ଅମିତାଭ ବଚ୍ଚନ ମଧ୍ୟ କରିବେ କମେଣ୍ଟ୍ରି:

ଲାଇଭ୍ ମ୍ୟାଚ୍ ସମୟରେ ଉପଭୋକ୍ତାମାନେ ସମୀକ୍ଷକଙ୍କ ସହ ଚାଟ୍ କରିବାକୁ ସମର୍ଥ ହେବେ। ଆଇପିଏଲ୍ ମ୍ୟାଚ୍ ସମୟରେ କୌନ ବାନେଗା କରୋଡ଼ପତି ଭଳି କୁଇଜ୍ ପ୍ରତିଯୋଗିତା ଏବଂ ପୁରସ୍କାର ବିଜେତା ପ୍ରତିଯୋଗିତା ମଧ୍ୟ ହେବ। ଜିଓ ପ୍ରଶ୍ନପତ୍ର ପଚାରିବା ପାଇଁ ଅମିତାଭ ବଚ୍ଚନଙ୍କ ସମେତ ଅନେକ ବଲିଉଡ ଅଭିନେତାଙ୍କ ସହ ବାନ୍ଧି ହେବାକୁ ଯୋଜନା କରୁଛନ୍ତି। ଯଦି ଟାଇପ୍ ଅପ୍ ସଫଳ ହୁଏ ତେବେ ବଲିଉଡର ବିଗ୍ ବି ଆଇପିଏଲରେ କୁଇଜ୍ ପ୍ରଶ୍ନ ପଚାରୁଥିବାର ଦେଖାଯିବ।