IPL 2023: ମିନି ନିଲାମରେ CSK ଫ୍ରାଞ୍ଚାଇଜ୍ ଏହି 3 ଜଣ ଖେଳାଳିଙ୍କୁ କିଣିବାକୁ କରିବ ଆପ୍ରାଣ ଉଦ୍ୟମ

 
csk want these 3 players

କ୍ରିକେଟ ଖବର : ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ପାଇଁ ଫ୍ରାଞ୍ଚାଇଜମାନେ ସେମାନଙ୍କର ରିଟେନ ଆଉ ରିଲିଜ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଚଳିତ ବର୍ଷର ରିଟେନ ଏବଂ ରିଲିଜ୍ ତାଲିକା କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଇପିଏଲ୍ ର ଆଗାମୀ ସଂସ୍କରଣ ପାଇଁ, ଫ୍ରାଞ୍ଚାଇଜ୍ ଅନେକ ବଡ ଖେଳାଳିଙ୍କୁ ରିଲିଜ କରିଛନ୍ତି। 

rp singh feels one more loss will put csk out of the top 4 in IPL 2022

ଏହା ପରେ, ବର୍ତ୍ତମାନ ଆଇପିଏଲ୍ 2023 ମିନି ନିଲାମରେ, ଦଳମାନେ ସେମାନଙ୍କ ତାଲିକାରେ ନୂତନ ଖେଳାଳିଙ୍କୁ ଯୋଗ କରିବେ। ଏହି ସମୟରେ, ଯେଉଁଠାରେ ଚେନ୍ନାଇ ସୁପର କିଙ୍ଗ୍ସ (CSK) ଅନେକ ଖେଳାଳିଙ୍କୁ ମୁକ୍ତ କରିଛି, ସେମାନେ ମହେନ୍ଦ୍ର ସିଂ ଧୋନି (ଏମଏସ ଧୋନି) ଏବଂ ରବିନ୍ଦ୍ର ଜାଡେଜାଙ୍କୁ ପୁଣି ଥରେ ଦଳରେ ରଖିଛନ୍ତି। ଏଥି ସହିତ, କିଛି ସମୟ ପୂର୍ବରୁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ଏହି ସିଜନ ଧୋନିଙ୍କ ଶେଷ ଆଇପିଏଲ୍ ସିଜନ ହୋଇପାରେ।

ଗତ ବର୍ଷ ରବିନ୍ଦ୍ର ଜାଡେଜା ଅଧିନାୟକ ଭାବରେ ଫ୍ଲପ୍ ହେବା ପରେ CSK ଏହାର ନୂତନ ଅଧିନାୟକ ଖୋଜୁଛି।ଏଥି ସହିତ, ଦଳର ଏହି ସନ୍ଧାନ ମିନି ନିଲାମରେ ଶେଷ ହେବ। ତେବେ ଆସନ୍ତୁ ଜାଣିବା କେଉଁ ତିନି ଖେଳାଳିଙ୍କୁ କିଣିବା ପାଇଁ CSK ମିନି ନିଲାମରେ ବୃହତ ପରିମାଣର ଟଙ୍କା ଖର୍ଚ୍ଚ କରିବ। 

ଏହି 3 ଅଧିନାୟକଙ୍କୁ କିଣିପାରେ CSK ଦଳ 

1) କେନ୍ ୱିଲିୟମ୍ସନ୍ :

ଆଇପିଏଲ୍ 2023 ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କେନ୍ ୱିଲିୟମସନଙ୍କୁ ତାଙ୍କ ଦଳରୁ ରିଲିଜ କରିଛି।  ଆଇପିଏଲ୍ 2022 ରେ ଏହି ଖେଳାଳିଙ୍କ ଖରାପ ପ୍ରଦର୍ଶନ ହେତୁ ହାଇଦ୍ରାବାଦ ଦଳ ତାଙ୍କୁ ମୁକ୍ତ କରିଛି। ତେବେ ବର୍ତ୍ତମାନ ତାଙ୍କୁ ମିନି ନିଲାମରେ ଚେନ୍ନାଇ କିଣିବା ପାଇଁ ଚେଷ୍ଟା କରିବ ବୋଲି ଆଲୋଚନା ହେଉଛି। କାରଣ ସେ ନ୍ୟୁଜିଲାଣ୍ଡ ଦଳ ପାଇଁ ଅଧିନାୟକତ୍ୱ କରୁଛନ୍ତି। ଆଉ ଚେନ୍ନାଇ ଟିମରେ ଧୋନିଙ୍କ ପରେ ଜଣେ ଭଲ ମ୍ୟାଚ ୟୁନିର ଅଧିନାୟକ ଦରକାର। ଯିଏକି କେନ୍ ୱିଲିୟମ୍ସନ୍ ହୋଇ ପାରିବେ। 

2) ମୟଙ୍କ ଅଗ୍ରୱାଲ :

ପଞ୍ଜାବ କିଙ୍ଗ୍ସର ନେତୃତ୍ୱ ନେଇଥିବା ମୟଙ୍କ ଅଗ୍ରୱାଲ ଆଇପିଏଲ 2024 ରେ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅଂଶ ହୋଇପାରନ୍ତି। ଆଇପିଏଲ 2023 ପୂର୍ବରୁ ପଞ୍ଜାବ କିଙ୍ଗସ ମୟଙ୍କଙ୍କୁ ରିଲିଜ କରିଛି। ଅଗ୍ରୱାଲ ଦୁଇ ବର୍ଷ ପାଇଁ ପଞ୍ଜାବ କିଙ୍ଗ୍ସର ଅଧିନାୟକତ୍ୱ ରହିଥିଲେ। ଯେଉଁଥିରେ ସେ ରନ୍ ସ୍କୋର କରିବାରେ ବିଫଳ ହୋଇଥିଲେ ମଧ୍ୟ ସେ ଦଳକୁ ଭଲ ଭାବରେ ପରିଚାଳନା କରିଛନ୍ତି। ଏହା ବ୍ୟତୀତ ସେ ପ୍ରତ୍ୟେକ ଖେଳାଳିଙ୍କୁ ନିଜକୁ ପ୍ରମାଣ କରିବାର ସୁଯୋଗ ଦେଇଥିଲେ। ତାଙ୍କ ଅଧିନାୟକତ୍ୱକୁ ଧ୍ୟାନରେ ରଖି ଚେନ୍ନାଇ ସୁପର କିଙ୍ଗ୍ସ ମିନି ନିଲାମରେ ତାଙ୍କ ଉପରେ ବଡ ବାଜି ଲଗାଇପାରେ।

ଆହୁରି ପଢ଼ନ୍ତୁ :IPL 2023 : ଧୋନିଙ୍କ ଅତି ବିଶ୍ୱସ୍ତ ଖେଳାଳିଙ୍କୁ ଚେନ୍ନାଇ ଦଳ କଲା ବାହାର, ମୋଟ 8 ଜଣ ଖେଳାଳିଙ୍କୁ କଲା ରିଲିଜ୍

3) ଜେସନ୍ ହୋଲଡର :

ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଜେସନ ହୋଲଡରଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଡୁୱେନ ବ୍ରାଭୋଙ୍କୁ ରିଲିଜ କରିବା ପରେ, ହୋଲ୍ଡରକୁ CSK ର ଭବିଷ୍ୟତର ଅଧିନାୟକ ଭାବରେ ଦେଖାଯାଉଛି। ୱିଣ୍ଡିଜ୍ ଦଳର ଏହି ଅଲରାଉଣ୍ଡର ମାତ୍ର ଅଳ୍ପ କିଛି ବଲରେ ମ୍ୟାଚର ଗତି ବଦଳାଇବାର ଶକ୍ତି ରଖନ୍ତି। ଏହି କାରଣରୁ, ସେ ଆଇପିଏଲ୍ 2023 ର ସବୁଠାରୁ ମହଙ୍ଗା ଖେଳାଳି ହୋଇପାରନ୍ତି। ହୋଲ୍ଡରଙ୍କ କାର୍ଯ୍ୟଦକ୍ଷତା ଏବଂ ତାଙ୍କ ଅଭିଜ୍ଞତା ହେତୁ ଚେନ୍ନାଇ ଦଳ ତାଙ୍କୁ କିଣିବା ପାଇଁ ଆଗ୍ରହ ଦେଖାଇପାରେ।