ଇଶାନ କିଶାନ 200 ମାରିବା ପରେ ସମସ୍ତେ ହେଲେ ଆଶ୍ଚର୍ଯ୍ୟ, ତାଙ୍କ ଗାର୍ଲଫ୍ରେଣ୍ଡ ସୋସିଆଲ ମିଡ଼ିଆରେ କଣ କହୁଛନ୍ତି ଦେଖନ୍ତୁ

 

କ୍ରିକେଟ ଖବର : ଆଜି ODI କ୍ରିକେଟରେ ଟିମ୍ ଇଣ୍ଡିଆର ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଶାନଙ୍କ ଦ୍ୱିଶତକୀୟ ଇନିଂସ ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ନିର୍ଭୟରେ ବ୍ୟାଟିଂ କରୁଥିବା ଇଶାନ କିଶାନ ମାତ୍ର 126 ବଲରେ ଦ୍ୱିଶତକ ହାସଲ କରିଥିଲେ। ଏହି ମ୍ୟାଚରେ ଇଶାନ 131 ବଲରେ 210 ରନ ସଂଗ୍ରହ କରିଥିଲେ।

ଏହି ଇନିଂସରେ ସେ 24 ଟି ଚୌକା ଓ 10ଟି ଛକା ଅନ୍ତର୍ଭୁକ୍ତ। ODI ରେ ଦ୍ୱିଶତକ ହାସଲ କରିବାରେ ଇଶାନ କିଶନ ଚତୁର୍ଥ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।  ଇଶାନ କିଶନଙ୍କ ପୂର୍ବରୁ ରୋହିତ ଶର୍ମା, ବିରେନ୍ଦ୍ର ସେହୱାଗ ଏବଂ ସଚିନ ତେନ୍ଦୁଲକର ODI ରେ ଦ୍ୱିଶତକ ହାସଲ କରିଛନ୍ତି।

କିଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆ ସୋସିଆଲ ମିଡିଆରେ କଲେ ପୋଷ୍ଟ:

ODI କ୍ରିକେଟ୍ ରେ ଇଶାନ୍ କିଶାନଙ୍କ ପ୍ରଥମ ଦ୍ଵିଶତକର ଆନନ୍ଦରେ ତାଙ୍କ ଗର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆ ନିଜ ମନର ଭାବବେଗକୁ ଅଟକାଇ ପାରିନଥିଲେ ଏବଂ ସୋସିଆଲ ମିଡିଆରେ ସେ ଏକ ପ୍ରତିକ୍ରିୟା ଦେଇଥିଲେ। ଇଶାନ କିଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆ ତାଙ୍କ ଇନଷ୍ଟାଗ୍ରାମ କାହାଣୀରେ ଦୁଇଟି ଚିତ୍ର ସେୟାର କରିଛନ୍ତି।

ଆହୁରି ପଢ଼ନ୍ତୁ : ଦେଖନ୍ତୁ ଭାଇରାଲ୍ ଭିଡ଼ିଓ: ଇଶାନ୍ କିଶାନ ଦ୍ୱିଶତକ ମାରିବା ପରେ ଭାଙ୍ଗଡ଼ା ନାଚିଲେ କିଙ୍ଗ୍ କୋହଲି

ପ୍ରଥମ ଚିତ୍ରରେ ସେ ଇଶାନ କିଶନଙ୍କ ଏକ ଫୋଟ ସେୟାର କରି ଏକ ହାର୍ଟ ଇମୋଜି ଦେବା ସହ ଇମୋସ୍ନାଲ୍ ଇମୋଜି ବି ସେୟାର କରିଛନ୍ତି। ଏହା ପରେ ଆଦିତି ହୁଣ୍ଡିଆ ଇଶାନ କିଶନଙ୍କ ଆଉ ଏକ ଚିତ୍ର ସେୟାର କରିଛନ୍ତି। ବିସିସିଆଇର ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର ହୋଇଥିବା ଇଶାନ କିଶାନଙ୍କ ଅନ୍ୟ ଏକ ଚିତ୍ର ମଧ୍ୟ ଆଦିତି ହୁଣ୍ଡିଆ ସେୟାର କରିଛନ୍ତି ଯେଉଁଥିରେ ସେ ଟିମ୍ ଇଣ୍ଡିଆର ଜର୍ସିରେ ଦ୍ୱିଶତକ ପୂରଣ କରିବା ପରେ ବ୍ୟାଟ୍ ଉଠାଇଥିବାର ନଜର ଆସିଛନ୍ତି। ଇଶାନଙ୍କ ଗାର୍ଲଫ୍ରେଣ୍ଡ ଆଦିତି ହୁଣ୍ଡିଆ ବୃତ୍ତି ଅନୁଯାୟୀ ଏକ ମଡେଲ ଏବଂ ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି।