ଏହି 5 ଜଣ ଭାରତୀୟ ଖେଳାଳି ଟେଷ୍ଟ ମ୍ୟାଚରେ ହାସଲ କରିଛନ୍ତି ଦ୍ରୁତତମ ଶତକ, ଜଣେ ଏବେ ବି ଖେଳୁଛନ୍ତି ଭାରତୀୟ ଦଳରେ, ଦେଖନ୍ତୁ ଲିଷ୍ଟ

 

କ୍ରିକେଟ ଖବର: ବିଶ୍ୱର ଟେଷ୍ଟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ନାମରେ ଅଛି। ସେ 2016 ମସିହାରେ ନିଜର ଶେଷ ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର 54 ବଲରେ ଏହି ଶତକ ହାସଲ କରିଥିଲେ। ଯଦି ଆମେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ଶତକ ହାସଲ କରିଥିବା ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ ଆଲୋଚନା କରିବା, ତେବେ ଏଥିରେ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସାମିଲ ହୋଇନାହାଁନ୍ତି।

ଭାରତ ପାଇଁ ଦ୍ରୁତତମ ଟେଷ୍ଟ ଶତକ ସ୍କୋର କରିବାର ରେକର୍ଡ ମିଳିତ ଭାବେ କପିଲ ଦେବ ଏବଂ ମହମ୍ମଦ ଅଜହରୁଦ୍ଦିନଙ୍କ ନାମରେ ଅଛି। ଦୁନିଆର ଦ୍ରୁତତମ ଟେଷ୍ଟ ଶତକ ସ୍କୋର କରିବାରେ ଏମାନଙ୍କ ସ୍ଥାନ ଏକାଦଶ ସ୍ଥାନରେ ରହିଛି।

ଭାରତ ପାଇଁ ଦ୍ରୁତତମ ଟେଷ୍ଟ ଶତକ ହାସଲ କରିଛନ୍ତି ଏହି 5 ଜଣ ବ୍ୟାଟ୍ସମ୍ୟାନ୍ :

5) ହାର୍ଦିକ ପାଣ୍ଡ୍ୟା :

ହାର୍ଦ୍ଦିକ ପାଣ୍ଡ୍ୟା 2017 ରେ ପାଲଲେକେଲରେ ଶ୍ରୀଲଙ୍କା ବିପକ୍ଷରେ 86ଟି ବଲରେ ଶତକ ପୂରଣ କରିଥିଲେ।  ପ୍ରଥମ ଇନିଂସରେ ଭାରତ 487 ରନ୍ ସ୍କୋର କରିଥିଲା, ଏହାର ଉତ୍ତରରେ ଶ୍ରୀଲଙ୍କା ଦଳ ମାତ୍ର 135 ଏବଂ 181 ସ୍କୋର କରିପାରିଥିଲା ଏବଂ ସେମାନଙ୍କୁ ଏକ ଇନିଂସ ଏବଂ 171 ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା 96 ବଲରେ 8ଟି ଚୌକା ଓ 7ଟି ଛକା ସହାୟତାରେ 108 ରନ୍ କରିଥିଲେ ଏବଂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମଧ୍ୟ ବିବେଚିତ ହୋଇଥିଲେ।

4) ଶିଖର ଧାୱନ:

2013 ମସିହାରେ ଶିଖର ଧାୱନ ଡେବ୍ୟୁ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର 85 ବଲରେ ଏକ ଶତକ ହାସଲ କରିଥିଲେ। ଶିଖର ଧାୱନ 174 ବଲରେ 33 ଟି ଚୌକା ଆଉ 2ଟି ଛକା ସହାୟତାରେ 187 ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମଧ୍ୟ ଦିଆଯାଇଥିଲା।

3) ବିରେନ୍ଦ୍ର ସେହୱାଗ୍ :

2006 ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ସେଣ୍ଟ ଲୁସିଆ ଟେଷ୍ଟରେ ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍ ବିରେନ୍ଦର ସେହୱାଗ ମାତ୍ର 78 ବଲରେ ଶତକ ହାସଲ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ସେହୱାଗ 190 ବଲରେ 20ଟି ଚୌକା ଓ 2ଟି ଛକା ସହାୟତାରେ 180 ରନ୍ ସଂଗ୍ରହ କରିଥିଲେ।

2) ମହମ୍ମଦ ଅଜହରୁଦ୍ଦିନ:

ଭାରତ ପାଇଁ ଦ୍ରୁତତମ ଟେଷ୍ଟ ଶତକ ଦୃଷ୍ଟିରୁ ମହମ୍ମଦ ଅଜହରୁଦ୍ଦିନ 1996 ମସିହାରେ କପିଲ ଦେବଙ୍କ ବରାବରୀ କରିଥିଲେ। ଅଜହର ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତା ଟେଷ୍ଟରେ 74 ଟି ବଲରେ ଶତକ ପୂରଣ କରିଥିଲେ ଏବଂ 18 ଟି ଚୌକା ଓ ଗୋଟିଏ ଛକା ସହାୟତାରେ 77 ବଲରେ 109 ରନ୍ ସଂଗ୍ରହ କରିଥିଲେ।

1) କପିଲ୍ ଦେବ:

ଭାରତର ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ଅଲରାଉଣ୍ଡର କପିଲ ଦେବ 1986 ରେ ଶ୍ରୀଲଙ୍କା ବିପକ୍ଷ କାନପୁର ଟେଷ୍ଟରେ ମାତ୍ର 74 ବଲରେ ଶତକ ହାସଲ କରି ଏକ ରେକର୍ଡ ସୃଷ୍ଟି କରିଥିଲେ। କପିଲ ଦେବ ତାଙ୍କ ଇନିଂସରେ 163 ରନ୍ ସଂଗ୍ରହ କରି 19 ଟି ଚୌକା ଓ ଗୋଟିଏ ଛକା ସହାୟତାରେ 165 ବଲ ଖେଳିଥିଲେ। ଏହା ବ୍ୟତୀତ କପିଲ ଦେବ କାନପୁରରେ 1982 ମସିହାରେ ଇଂଲଣ୍ଡ ବିପକ୍ଷରେ 86 ଟି ବଲରେ ଶତକ ହାସଲ କରିଥିଲେ। ସେହି ମ୍ୟାଚରେ କପିଲ ଦେବ 98 ବଲରେ 116 ରନ୍ ସ୍କୋର କରିଥିଲେ।

ଆହୁରି ପଢ଼ନ୍ତୁ: ଦେଖନ୍ତୁ ଭିଡ଼ିଓ: ବିରାଟ କୋହଲିଙ୍କୁ ଲିପ୍‌ କିସ୍‌ କଲେ ଯୁବତୀ ! ସୋସିଆଲ ମିଡ଼ିଆ ରେ ଭାଇରାଲ ହେଇଛି ଭିଡିଓ