ଧୋନି ଏବଂ ରୋହିତଙ୍କ ମଧ୍ୟରେ କିଏ ସର୍ବଶ୍ରେଷ୍ଠ ଅଧିନାୟକ? ଉତ୍ତର ଦେଲେ ହରଭଜନ ସିଂ, ଜାଣନ୍ତୁ କଣ କହିଲେ ସେ

 

କ୍ରିକେଟ ଖବର: ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2023 ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ସମସ୍ତେ ଉତ୍ସାହର ସହିତ ଏହି ମହାନ ଟୁର୍ନାମେଣ୍ଟକୁ ଅପେକ୍ଷା କରିଛନ୍ତି। ଏହି ଗ୍ରାଣ୍ଡ ଟୁର୍ନାମେଣ୍ଟ ପୂର୍ବରୁ ଭାରତର ପୂର୍ବତନ ଖେଳାଳି ହରଭଜନ ସିଂ ନିଜର ଶ୍ରେଷ୍ଠ ଆଇପିଏଲ ଅଧିନାୟକ ବାଛିଛନ୍ତି।

ଆଇପିଏଲର 15 ବର୍ଷ ପାଳନ କରିବା ପାଇଁ ଷ୍ଟାର ସ୍ପୋର୍ଟସ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବତନ୍ତ୍ର ଭାବରେ ଭାଷଣ ଦେଇ ପୂର୍ବତନ ଭାରତ ଅଫ୍ ସ୍ପିନର ହରଭଜନ ସିଂ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଏମଏସ ଧୋନିଙ୍କ ମଧ୍ୟରେ ଆଇପିଏଲର ଶ୍ରେଷ୍ଠ ଅଧିନାୟକ କିଏ , ତାହାର ମତାମତ ଦେଇଛନ୍ତି।

ରୋହିତ ଆଉ ଧୋନିଙ୍କ ମଧ୍ୟରୁ କାହାକୁ ଶ୍ରେଷ୍ଠ ଅଧିନାୟକ ରୂପେ ବାଛିଲେ ଭଜି:

ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଏବଂ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏକାଠି ମୋଟ 9 ଥର ଏହି ଟାଇଟଲ ଜିତିଛନ୍ତି। ଏହି 15 ଟି ସଂସ୍କରଣରେ ଧୋନି ଆଉ ରୋହିତ ମିଶି 9 ଟି ଟାଇଟଲ୍ ଜିତିଛନ୍ତି ଯାହା ଏକ ରେକର୍ଡ ଅଟେ।

ସେହି ସାମ୍ବାଦିକ ସମ୍ମିଳନୀରେ ହରଭଜନ ସିଂ ମଧ୍ୟ ଉପସ୍ଥିତ ଥିଲେ ଯିଏକି ମହେନ୍ଦ୍ର ସିଂ ଧୋନିଙ୍କୁ ନିଜର ଶ୍ରେଷ୍ଠ ଅଧିନାୟକ ରୂପେ ଚୟନ କରିଥିଲେ। ହରଭଜନ ସିଂ କହିଛନ୍ତି, 'ମୁଁ ଧୋନିଙ୍କୁ ଭୋଟ୍ ଦେବାକୁ ଚାହୁଁଛି କାରଣ ସେ ପ୍ରଥମ ସିଜିନରୁ ସମାନ ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ତାଙ୍କର ଫ୍ରାଞ୍ଚାଇଜକୁ ସଫଳ କରିବାରେ ସେ ଏକ ବଡ଼ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେ କିପରି ଭାବରେ କ୍ୟାପଟେନ୍ ହୋଇଛନ୍ତି ତାହା ପ୍ରଶଂସନୀୟ। ବାକି ଅଧିନାୟକମାନେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ ଏବଂ ଟୁର୍ନାମେଣ୍ଟ ଜିତିଥିଲେ କିନ୍ତୁ ମୋଟାମୋଟି ମୋ ଭୋଟ୍ ଧୋନିଙ୍କ ନିକଟକୁ ଯିବ।" 

ଆହୁରି ପଢ଼ନ୍ତୁ:IPL 2023 ର କାର୍ଯ୍ୟସୂଚୀ ହେଲା ଜାରି, ଜାଣନ୍ତୁ ପ୍ରଥମ ମ୍ୟାଚ କାହା କାହା ମଧ୍ୟରେ ଅଛି, ଦେଖନ୍ତୁ ସମ୍ପୂର୍ଣ କାର୍ଯ୍ୟସୂଚୀ