ଦେଖନ୍ତୁ ଭିଡିଓ : ଟିମ୍ ସାଉଦୀଙ୍କ ବଲରେ ଫ୍ଲାଟ୍ ଛକା ମାରିଲେ ପାଣ୍ଡ୍ୟା, ସାଉଦୀଙ୍କ ଚେହେରା ଦେଖିବା ଯୋଗ୍ୟ ଥିଲା

 

କ୍ରିକେଟ ଖବର : ଆୟର୍ଲାଣ୍ଡ ବିପକ୍ଷ ଟି -20 ସିରିଜରେ ନିଜର ଅଧିନାୟକତ୍ୱ ପ୍ରମାଣ କରି ସାରିଥିବା ହାର୍ଦ୍ଦିକ ପୁଣିଥରେ ପ୍ରମାଣ କରିଛନ୍ତି ଯେ ସେ କାହିଁକି ଜଣେ ସଫଳ ତଥା ଶାନ୍ତ ଅଧିନାୟକ? ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି -20 ସିରିଜକୁ 1-0 ଜିତି ନେଇଛି। ଏଥି ସହିତ ହାର୍ଦ୍ଦିକଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଆଉ ଏକ କପ୍ ଦଖଲ କରିଛି।

ଏହି ଟି-20 ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ନାପିଅର୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ମ୍ୟାଚରେ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ଦଳ 19.4 ଓଭରରେ 160 ରନରେ ନିଜର ସମସ୍ତ ୱିକେଟ ହରାଇଥିଲା। ଏଥି ସହିତ 161 ରନର ଟାର୍ଗେଟକୁ ଲକ୍ଷ୍ୟ କରି ଭାରତୀୟ ଦଳ ମାତ୍ର 9 ଓଭର ଖେଳି ପାରିଥିଲା। ବାକି ଓଭର ଖେଳିବା ପୂର୍ବରୁ ବର୍ଷା ମ୍ୟାଚକୁ ଧୂଳିସାତ କରିଦେଇଥିଲା। ତାପରେ ଡକୱର୍ଥ-ଲୁଇସ ନିୟମ ଅନୁଯାୟୀ ମ୍ୟାଚକୁ ଟାଇ ଘୋଷିତ କରାଯାଇଛି।  ଯେଉଁଠାରେ ଭାରତ ସିରିଜକୁ1-0 ରେ ବିଜୟୀ ହୋଇଛି।

ଆହୁରି ପଢ଼ନ୍ତୁ : ଯେଉଁ ଖେଳାଳିଙ୍କୁ ରୋହିତ ବିଶ୍ୱକପରେ କରିଥିଲେ ଅଣଦେଖା, ପାଣ୍ଡ୍ୟାଙ୍କ ହେଲେ ସବୁଠାରୁ ବଡ ମ୍ୟାଚ୍ ବିଜେତା ଖେଳାଳି

ନ୍ୟୁଜିଲ୍ୟାଣ୍ଡ ପାଇଁ ଡିଭନ୍ କନୱେ ସର୍ବାଧିକ 59 ରନ୍ ସଂଗ୍ରହ କରିଥିଲେ। ଏଥି ସହିତ ପାଞ୍ଚ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ଫିଲିପ୍ସ 54 ରନ୍ ସଂଗ୍ରହ କରିଥିଲେ। ଟିମ୍ ଇଣ୍ଡିଆ ପକ୍ଷରୁ ଅର୍ଶଦୀପ ସିଂ ଏବଂ ମହମ୍ମଦ ସିରାଜ ସର୍ବାଧିକ 4ଟି ଲେଖାଏଁ ୱିକେଟ୍ ନେଇଥିଲେ। ନ୍ୟୁଜିଲ୍ୟାଣ୍ଡର ଶେଷ 8 ଟି ୱିକେଟ୍ ଶେଷ 23ଟି ବଲରେ ପଡିଥିଲା ​​ଯେଉଁଠାରେ ଭାରତ ମାତ୍ର 30 ରନ୍ ଦେଇଥିଲା।

ହାର୍ଦ୍ଦିକ ଖେଳୁଥିଲେ ନିଜର ଅଧିନାୟକ ଇନିଂସ :

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ 19.4 ଓଭରରେ 160 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତୀୟ ଦଳ 9 ଓଭରରେ 4 ୱିକେଟ୍ ହରାଇ 75 ରନ୍ ସଂଗ୍ରହ କରିଥିଲା ​​ଯେଉଁଠାରେ ହାର୍ଦ୍ଦିକଙ୍କ ସହ ଦୀପକ ହୁଡା ପଡ଼ିଆରେ ଖେଳୁଥିଲେ। କିନ୍ତୁ 9 ଓଭର ପରେ ବର୍ଷା କାରଣରୁ ମ୍ୟାଚ ସ୍ଥଗିତ ରହିଲା। ଏହି ମ୍ୟାଚରେ ଇଶାନ କିଶନ 10 ରନ, ରିଷଭ ପନ୍ତ 11 ରନ  ଏବଂ ସୂର୍ଯ୍ୟକୁମାର 13 ରନ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ହାର୍ଦ୍ଦିକ 18 ବଲରେ 3 ଟି ଚୌକା ଓ ଗୋଟିଏ ଛକା ସହାୟତାରେ 30 ରନ୍ ସ୍କୋର କରିବା ପରେ ବର୍ଷା ହୋଇଥିଲା। ଏହା ପରେ ସେ ଅପରାଜିତ ରହିଥିଲେ।

ତେବେ ସେ ଟିମ୍ ସାଉଦିଙ୍କ ଓଭରରେ ଜବରଦସ୍ତ  ଫ୍ଲାଟ୍ ଛକା ମାରିଥିଲେ। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଟିମ୍ ସାଉଦିଙ୍କ 5ମ ଓଭରର ତୃତୀୟ ବଲରେ ହାର୍ଦ୍ଦିକ ଏହି ଛକା ମାରିଥିଲେ। ପାଣ୍ଡ୍ୟାଙ୍କ ଏହି ଛକା ଦେଖିବା ପରେ ଟିମ୍ ସାଉଦିଙ୍କ ମୁହଁ ଦେଖିବା ଯୋଗ୍ୟ ରହିଥିଲା। ସେ ଏହି ଛକା ଦେଖି ନିଜେ ବି ବହୁତ ନିରାଶ ଆଉ ଆଶ୍ଚର୍ଯ୍ୟ ହୋଇଥିଲେ।

ଦେଖନ୍ତୁ ଭିଡିଓ :