KL ରାହୁଲଙ୍କ ସ୍ଥାନ ଅତି ଶୀଘ୍ର ନେଇଯିବେ ଏହି 20 ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍, ଖେଳୁଛନ୍ତି ବିସ୍ଫୋରକ ଢଙ୍ଗରେ

 
k l rahul alternative player

କ୍ରିକେଟ ଖବର : ଟି -20 ବିଶ୍ୱକପ 2022 ରେ ସେମିଫାଇନାଲରେ ଇଂଲଣ୍ଡ ଠାରୁ ପରାଜୟ ସହ ଭାରତୀୟ ଦଳ ଟୁର୍ନାମେଣ୍ଟରୁ ବାଦ ପଡିଥିଲା।  ଏହି ସମଗ୍ର ଟୁର୍ନାମେଣ୍ଟରେ ଭାରତର ଓପନର୍ କେ.ଏଲ୍ ରାହୁଲ ବହୁତ ଖରାପ ଖେଳିଥିଲେ। ରାହୁଲଙ୍କ ବ୍ୟାଟରୁ କେବଳ ଦୁଇଟି ଅର୍ଦ୍ଧଶତକ ଆସିଥିଲା। କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସେ ଫ୍ଲପ୍ ହୋଇଥିବା ଦେଖିବାକୁ ମିଳିଥିଲା। 

k l rahul vs ban

ତାଙ୍କ ପ୍ରଦର୍ଶନ ପରେ ଦଳରେ ତାଙ୍କ ସ୍ଥାନ ମଧ୍ୟ ବିପଦରେ ଥିବା ସ୍ପଷ୍ଟ ହୋଇଛି। ତେବେ ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫିରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜଣେ 20 ବର୍ଷୀୟ ଯୁବ ପ୍ରତିଭା। ଆଉ ଭବିଷ୍ୟତରେ ସେ ରାହୁଲଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ପାଇଁ ଖେଳିବେ ବୋଲି ଚର୍ଚ୍ଚା ହେଉଛି। 

ଆହୁରି ପଢ଼ନ୍ତୁ : ସବୁ ପୁରୁଣା କଥାକୁ ମିଛ ପ୍ରମାଣିତ କଲେ ଜାଡେଜା, ଧୋନିଙ୍କ ସହିତ ଫଟୋ ସେୟାର କରି କହିଲେ ଏମିତି...

ଏହି 20 ବର୍ଷୀୟ ଖେଳାଳିଙ୍କ ବିଷୟରେ ହେଉଛି ଚର୍ଚ୍ଚା :

ଭାରତୀୟ ଘରୋଇ ଟୁର୍ନାମେଣ୍ଟରେ ୟଶ ଧୁଲ୍ ବିସ୍ଫୋରକ ଢଙ୍ଗରେ ଖେଳୁଛନ୍ତି। ଘରୋଇ କ୍ରିକେଟର ବିଜୟ ହଜାରେ ଟ୍ରଫି ଅଧୀନରେ ଦିଲ୍ଲୀ ପାଇଁ ଖେଳୁଥିବା ୟଶ ତାଙ୍କ ଚମତ୍କାର ବ୍ୟାଟିଂ କାରଣରୁ ମେଘାଳୟ ବିପକ୍ଷ ମ୍ୟାଚ ଜିତାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଦିଲ୍ଲୀର ଏହି ବିଜୟରେ ୟଶ ଧୁଲ୍ ଦଳ ପାଇଁ ହିରୋ ଭାବରେ ଉଭା ହୋଇଛନ୍ତି। ୟଶ ଦ୍ରୁତ ଇନିଂସ ଖେଳି ଦଳକୁ 8 ୱିକେଟରେ ଏକ ବଡ଼ ବିଜୟ ହାସଲ ଦେଇଥିଲେ। ଏହି ମ୍ୟାଚରେ ତୃତୀୟ ନମ୍ବରରେ ବ୍ୟାଟିଂ କରି ସେ 64 ବଲରୁ ଅପରାଜିତ 71 ରନ୍ କରିଥିଲେ।  ଏଭଳି ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିଥିବା ୟଶ କେ.ଏଲ୍ ରାହୁଲଙ୍କ ସ୍ଥାନ ପାଇଁ ଏକ ବଡ଼ ବିପଦ ବୋଲି ଆଲୋଚନା ହେଉଛି।