ରୋହିତ-ଦ୍ରାବିଡ ନୁହଁ, ସୂର୍ଯ୍ୟକୁମାର ଯାଦବ ଏହି 2 ଖେଳାଳିଙ୍କୁ ଦେଲେ ନିଜର ବିସ୍ଫୋରକ ବ୍ୟାଟିଂର ଶ୍ରେୟ

 

କ୍ରିକେଟ ଖବର : ସରିଛି ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜ୍। ଏହି 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜକୁ ଟିମ୍ ଇଣ୍ଡିଆ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ 1-0 ରେ ବିଜୟୀ ହୋଇଛି। ସିରିଜର ପ୍ରଥମ ମ୍ୟାଚ ବର୍ଷା କାରଣରୁ ହୋଇ ନଥିଲା। କିନ୍ତୁ ଦ୍ଵିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ଖେଳ ପ୍ରଦର୍ଶନ କରି 65 ରନରେ ମ୍ୟାଚ ଜିତିଥିଲା। ଆଉ ତୃତୀୟ ମ୍ୟାଚ ବର୍ଷା ବାଧ୍ଯକ କାରଣରୁ ଅଧାରୁ ଅଟକିଗଲା। DLS ରୁଲ୍ ଅନୁଯାୟୀ ତୃତୀୟ ମ୍ୟାଚ ଟାଇ ହୋଇଗଲା। ଏହି କାରଣରୁ ଟିମ୍ ଇଣ୍ଡିଆ ସିରିଜକୁ 1-0 ରେ ଜିତିନେଲା।

ତେବେ ଦ୍ଵିତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଆଉ ବୋଲିଂରେ କମାଲ୍ ପ୍ରଦର୍ଶନ କରିଥିଲେ। ଷ୍ଟାର୍ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମାତ୍ର 51 ଟି ବଲରେ 111 ରନ ସଂଗ୍ରହ କରିଥିଲେ। ଏଥିରେ ତାଙ୍କ ବ୍ୟାଟରୁ 11ଟି ଚୌକା ଆଉ 7ଟି ଗଗନଚୁମ୍ବି ଛକା ମାରିଥିଲେ। ସୂର୍ଯ୍ୟଙ୍କ ବିସ୍ଫୋରକ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡକୁ 65 ରନରେ ପରାସ୍ତ କରି ପାରିଥିଲା।

ଆହୁରି ପଢ଼ନ୍ତୁ : ଏହି 3 ଟି କାରଣ ପାଇଁ ସଞ୍ଜୁ ସାମସନଙ୍କୁ ମିଳୁନି ଟିମ୍ ଇଣ୍ଡିଆରେ ସ୍ଥାନ, 2 ନମ୍ବର କାରଣ ତ ସବୁଠୁ ବଡ଼ ଆଶ୍ଚର୍ଯ୍ୟ !

ନିଜର ବ୍ୟାଟିଂର ଶ୍ରେୟ ଏହି ଦୁଇ ଖେଳାଳିଙ୍କୁ ଦେଲେ SKY :

ତାଙ୍କ ସଫଳତାର ରହସ୍ୟ ପ୍ରକାଶ କରି ସୂର୍ଯ୍ୟକୁମାର ଯାଦବ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସୂର୍ଯ୍ୟକୁମାର ଯାଦବ କହିଛନ୍ତି ଯେ 'ମୁଁ ଯେତେବେଳେ ଫ୍ରାଞ୍ଚାଇଜ୍ କ୍ରିକେଟ୍ ଖେଳୁଥିଲି, ସେତେବେଳେ ସଚିନ୍ ସାର୍ ଖେଳୁଥିଲେ, ମୁଁ ତାଙ୍କଠାରୁ ବହୁତ କିଛି ଶିଖିଲି। ଆଉ ଯେତେବେଳେ ବି ଆମେ ଏକାଠି ଖେଳୁ, ମୁଁ ସବୁବେଳେ ବିରାଟ ଭାଇଙ୍କଠାରୁ ବହୁତ କିଛି ଶିଖିଛି। ତାଙ୍କଠାରୁ ଶିଖାଯାଇଥିବା ଜିନିଷ ବ୍ୟାଟିଂରେ ବହୁତ ସାହାଯ୍ୟ କରିଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟି -20 ଇଣ୍ଟରନ୍ୟାସନାଲରେ ସୂର୍ଯ୍ୟକୁମାର ଯାଦବଙ୍କର ଏହା ଦ୍ୱିତୀୟ ଶତକ ଥିଲା। ଏହାପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ଏକ ଶତକ ହାସଲ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଚମତ୍କାର ଫର୍ମରେ ଅଛନ୍ତି। ସେ ମଧ୍ୟ 196 ର ଷ୍ଟ୍ରାଇକ୍ ହାରରେ ଟି -20 ବିଶ୍ୱକପରେ 235 ରନ୍ ସଂଗ୍ରହ କରିଥିଲେ। ସେଥିରେ ତାଙ୍କର ତିନିଟି ଅର୍ଦ୍ଧଶତକ ରହିଥିଲା।