ଦ୍ୱିତୀୟ ODI ରେ ୱିକେଟ୍ ପାଇଁ ସଂଘର୍ଷ କଲେ କୁଲଦୀପ ଯାଦବ ଏବଂ କଲେ ଅଜବ କାର୍ଯ୍ୟ, ଅମ୍ପାୟାର ମଧ୍ୟ ହେଲେ ଆଶ୍ଚର୍ଯ୍ୟ, ଭିଡିଓ ହେଲା ଭାଇରାଲ

 

କ୍ରିକେଟ୍ ଖବର: ଶେଷ ହୋଇଛି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ଵିତୀୟ ଦିନିକିଆ ମ୍ୟାଚ। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ 8 ୱିକେଟରେ ଜିତିଛି। ଆଉ ସିରିଜକୁ ମଧ୍ୟ 2-0 ରେ କବ୍ଜା କରିବାରେ ସଫଳ ହୋଇଛି। ତେବେ ଏହି ମ୍ୟାଚରେ ସ୍ପିନର୍ କୂଳଦୀପ ଯାଦବଙ୍କୁ ନେଇ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ସେ ୱିକେଟ୍ ପାଇଁ ସଂଘର୍ଷ କରୁଥିବାର ଦେଖାଯାଇଥିଲା। 

ସ୍ପିନ୍ ବୋଲର କୁଲଦୀପ ଯାଦବଙ୍କ ଯାଦୁ ଏହି ମ୍ୟାଚରେ କୌଣସି ବିଶେଷ କାମ କରିପାରିଲା ନାହିଁ। ସେ ନିଜର 6 ଓଭରର କୋଟା ପର୍ଯ୍ୟନ୍ତ ଗୋଟିଏ ବି ସଫଳତା ହାସଲ କରି ନ ଥିଲେ। ଯେତେବେଳେ କି ଅନ୍ୟ ସମସ୍ତ ବୋଲର୍ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ। ଏହି ସମୟରେ, ସେ ନିଶ୍ଚିତ ଭାବରେ ଏକ ସୁଯୋଗ ପାଇଲେ, ଯାହାକୁ ସେ ଏକ ଅଜବ ଢ଼ଙ୍ଗରେ ହରାଇଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: IND vs NZ 2nd ODI: ସିରିଜ ଜିତିବା ସହିତ ଭାରତୀୟ କ୍ରିକେଟ୍ ଇତିହାସ ସୃଷ୍ଟି କରିଛି, ଏହା କରିବାରେ ବିଶ୍ୱର ପ୍ରଥମ ଦେଶ ହେଲା