K L ରାହୁଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଯୋଗୁଁ ମ୍ୟାଚ ହାରିଲା କି ଭାରତ ? କଣ କହିଲେ ଦୀନେଶ କାର୍ତ୍ତିକ

 
dinesh karthik statement

କ୍ରିକେଟ ଖବର : ଭାରତୀୟ କ୍ରିକେଟ୍ ଦଳ ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ ହାରିଛି। ଦଳ ସିରିଜର ପ୍ରଥମ ମ୍ୟାଚ 1 ୱିକେଟ୍ ବ୍ୟବଧାନରେ ହରାଇଛି। ଟିମ୍ ଇଣ୍ଡିଆର ବୋର୍ଡରେ 186 ରନ୍ ସ୍କୋର ହିଁ ହୋଇ ପାରିଥିଲା। ରୋହିତ ବାହିନୀ ପ୍ରଥମେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବା ପରେ ପରବର୍ତ୍ତୀ ସମୟରେ ଫିଲଡିଂ ବି ଭଲ କରି ନ ଥିଲା। 

ind vs ban bangladesh win by 1 wicket

ଏହି ମ୍ୟାଚରେ ଭାରତ ବିଜୟ ଆଡକୁ ଗତି କରୁଥିବା ପରି ମନେ ହେଉଥିଲା, କିନ୍ତୁ ୱିକେଟ୍ କିପର କେ.ଏଲ୍ ରାହୁଲ ମେହିଦି ହାସନ୍ ମିରାଜଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ଛାଡିଥିଲେ। ଏହା ପରେ ୱାଶିଂଟନ୍ ସୁନ୍ଦର ମଧ୍ୟ ଏକ କ୍ୟାଚ୍ ଧରି ନଥିଲେ। ତାହା ଏକ ସହଜ କ୍ୟାଚ୍ ଥିଲା। ଟିମ୍ ଇଣ୍ଡିଆ ହାରିବା ପରେ ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଟିମ୍ ଇଣ୍ଡିଆର ଫିଲ୍ଡିଂ ଅଭାବକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। 

କଣ କହିଲେ କାର୍ତ୍ତିକ :

କ୍ରିକବଜ୍ ସହ ଏକ ଚାଟ୍ ରେ କାର୍ତ୍ତିକ କହିଛନ୍ତି ଯେ ସୁନ୍ଦର କାହିଁକି ବଲ୍ ଧରିବାକୁ ଚେଷ୍ଟା କରି ନଥିଲେ, ସେ ତାହା ବୁଝିପାରିଲେ ନାହିଁ। ହଁ ଏହା ସ୍ପଷ୍ଟ ଯେ, ଶେଷରେ, କେ.ଏଲ୍ ରାହୁଲଙ୍କ କ୍ୟାଚ୍ ଡ୍ରପ୍ ଏବଂ ସୁନ୍ଦରଙ୍କ କ୍ୟାଚ ନ ଧରିବା ଦଳର ଟ୍ରନିଂ ପଏଣ୍ଟ ହୋଇଗଲା। ସୁନ୍ଦର କାହିଁକି କ୍ୟାଚ୍ ନେବାକୁ ଆସିଲେ ନାହିଁ , ସେ ବୁଝିପାରିଲେ ନାହିଁ। ଖରାପ ଆଲୋକ କିମ୍ବା ଅନ୍ୟ କିଛି ହେତୁ ଏହା ଘଟିଛି କି ନାହିଁ ମୁଁ ଜାଣେ ନାହିଁ। ଯଦି ସେ ବଲ୍ ଦେଖିଥାନ୍ତେ, ସେ  ଧରିବା ପାଇଁ ଯାଇଥାନ୍ତେ ବୋଲି କାର୍ତ୍ତିକ କହିଛନ୍ତି। 

ଆହୁରି ପଢ଼ନ୍ତୁ : IND vs BAN: କୋହଲିଙ୍କ ଅଜବ ପ୍ରକାରର କ୍ୟାଚ୍ ଧରିଲେ ଲିଟନ୍ ଦାଶ, ନିଜେ ବିରାଟ ହେଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ ଭିଡିଓ

ସେ ଆହୁରି ବି କହିଛନ୍ତି ଯେ, ଏହା କେବଳ ଏକ ପ୍ରଶ୍ନ ଯାହା ସେ କେବଳ ଉତ୍ତର ଦେଇପାରିବେ। ସାମଗ୍ରିକ ଫିଲ୍ଡିଂରେ ଭାରତୀୟ ଦଳର ପ୍ରୟାସ 50-50 ରହିଲା। ଯଦି ସର୍ବୋତ୍ତମ ନୁହେଁ, ତେବେ ଏହା ମଧ୍ୟ ଖରାପ ଦିନ ନୁହେଁ।