ବିରାଟଙ୍କ ଘାତକ ବ୍ୟାଟିଂ ଦେଖି କଣ ଇର୍ଷା କଲେ କି ରୋହିତ? କୋହଲି ପରିବର୍ତ୍ତେ ଏହି ଖେଳାଳିଙ୍କୁ ବିଜୟର ହିରୋ ବୋଲି କହିଲେ ରୋହିତ

 

କ୍ରିକେଟ୍ ଖବର: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ 2023 ବର୍ଷର ଦ୍ୱିତୀୟ ସିରିଜ୍ ଜିତିଛି।ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ODI ସିରିଜ୍ 3-0 ରେ ଜିତିଛି। ODI ସିରିଜର ଶେଷ ମ୍ୟାଚ୍ 15 ଜାନୁଆରୀରେ ଖେଳାଯାଇଥିଲା ଯେଉଁଥିରେ ଆୟୋଜକ ଟିମ୍ ଇଣ୍ଡିଆ 317 ରନରେ ଜିତିଛି।

ଏହି ସମୟରେ କ୍ୟାପଟେନ ଶର୍ମା ଏହି ମ୍ୟାଚ୍ ଏବଂ ସିରିଜ୍ ଜିତିବା ପରେ ବହୁତ ଖୁସି ହୋଇଥିଲେ। ଏଥି ସହିତ, ସେ ବିରାଟ କୋହଲିଙ୍କୁ ପ୍ରଶଂସା ନ କରି ଅନ୍ୟ ଜଣେ ଖେଳାଳଙ୍କୁ ସିରିଜ୍ ବିଜୟର ହିରୋ କହିଥିଲେ।

ଏହି ଖେଳାଳିଙ୍କୁ ସିରିଜ୍ ବିଜୟର ଶ୍ରେୟ ଦେଲେ ରୋହିତ:

ଶ୍ରୀଲଙ୍କା ବିପକ୍ଷ ODI ସିରିଜରେ ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ପ୍ରଦର୍ଶନ ଆଶ୍ଚର୍ଯ୍ୟଜନକ ଥିଲା।  ଯେଉଁଥିପାଇଁ ତାଙ୍କୁ ସିରିଜ୍ ଶେଷ ହେବା ପରେ ପ୍ଲେୟାର୍ ଅଫ୍ ଦି ସିରିଜର ପୁରସ୍କାର ଦିଆଯାଇଥିଲା। କିନ୍ତୁ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା ମ୍ୟାଚ୍ ଉପସ୍ଥାପନାରେ ଏକ ସାକ୍ଷାତକାରରେ ଥରେ ବି କିଙ୍ଗ କୋହଲିଙ୍କ ବିଷୟରେ ଉଲ୍ଲେଖ କରିନାହାଁନ୍ତି। ବରଂ ସେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତାଙ୍କ ବିଜୟର ହିରୋ ଭାବରେ ବିବେଚନା କରିଥିଲେ।

ଆହୁରି ପଢ଼ନ୍ତୁ: IND vs SL: ବିରାଟ ଆଉ ଶୁଭମନଙ୍କ ଶତକୀୟ ଇନିଂସ ପରେ ସିରାଜଙ୍କ ଦ୍ରୁତ ବୋଲିଂ, ଭାରତ 317 ରନରେ ଜିତିଲା ତୃତୀୟ ଦିନିକିଆ, ଜାଣନ୍ତୁ ପୂରା ମ୍ୟାଚ ବିଷୟରେ

ଆହୁର ରୋହିତ ଶର୍ମା କହିଛନ୍ତି ଯେ ନ୍ୟୁଜିଲ୍ୟାଣ୍ଡ ସିରିଜ ଜିତିବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହେବ। ବର୍ତ୍ତମାନ ଆମେ ନ୍ୟୁଜିଲ୍ୟାଣ୍ଡ ସିରିଜ ଉପରେ ନଜର ରଖିଛୁ। ନ୍ୟୁଜିଲ୍ୟାଣ୍ଡ ଦଳ ପାକିସ୍ତାନରେ ଏକ ସିରିଜ୍ ବିଜୟ କରି ଆସୁଛନ୍ତି, ତେଣୁ ଏହା ଆମ ପାଇଁ ସହଜ କାମ ହେବ ନାହିଁ। "