ଜାନୁୟାରୀ ୨୪ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଏହି ଶ୍ରେଷ୍ଠ ଖେଳାଳି

  1. Home
  2. T20 Cricket

ଜାନୁୟାରୀ ୨୪ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଏହି ଶ୍ରେଷ୍ଠ ଖେଳାଳି

ରବିବାର ଦିନ ଭାରତୀୟ ଦଳ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷଣା କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଲାଗି ଉଭୟ ରୋହିତ୍ ଓ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା କିନ୍ତୁ ବର୍ତମାନ ଉପ-ଅଧିନାୟକ ରୋହିତ୍ ଶର୍ମାଙ୍କ ସମେତ ଦ୍ରୁତ ବୋଲର ମହମ୍ମଦ ସାମି ଘୋଷିତ ୧୬ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ …


ଜାନୁୟାରୀ ୨୪ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଏହି ଶ୍ରେଷ୍ଠ ଖେଳାଳି

ରବିବାର ଦିନ ଭାରତୀୟ ଦଳ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ଲାଗି ଘୋଷଣା କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଲାଗି ଉଭୟ ରୋହିତ୍‌ ଓ ସାମିଙ୍କୁ ବିଶ୍ରାମ ଦିଆଯାଇଥିଲା କିନ୍ତୁ ବର୍ତମାନ ଉପ-ଅଧିନାୟକ ରୋହିତ୍‌ ଶର୍ମାଙ୍କ ସମେତ ଦ୍ରୁତ ବୋଲର ମହମ୍ମଦ ସାମି ଘୋଷିତ ୧୬ ଜଣିଆ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଜାନୁୟାରୀ ୨୪ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଏହି ଶ୍ରେଷ୍ଠ ଖେଳାଳି

ତେବେ ଶ୍ରୀଲଙ୍କା ସିରିଜରେ ସ୍ଥାନ ପାଇଥିବା ସାମସନଙ୍କୁ ନିରାଶ ହେବାକୁ ପଡ଼ିଛି,କେରଳ ଉଇକେଟ୍‌କିପର ସଞ୍ଜୁ ସାମସନଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଅନ୍ତିମ ତଥା ୩ୟ ଟି୨୦ ମ୍ୟାଚ୍‌ରେ ମାତ୍ର ୬ ରନ କରିଥିବା ସାମସନ ନ୍ୟୁଜିଲାଣ୍ଡ ଟୁର୍‌ରୁ ବାଦ୍‌ ପଡ଼ିଛନ୍ତି। ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଭାରତ ୫ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବ। ଜାନୁୟାରୀ ୨୪ରେ ଅକ୍‌ଲାଣ୍ଡରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏହାପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩ ଟି ଦିନିକିଆ ଓ ୨ ଟି ଟେଷ୍ଟ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। କିନ୍ତୁ ଏଥିଲାଗି ଦଳ ଘୋଷଣା ଖୁବ ଶୀଘ୍ର କରାଯିବ ବୋଲି ସୂଚନା ରହିଛି।

ଜାନୁୟାରୀ ୨୪ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ହେଲେ ଏହି ଶ୍ରେଷ୍ଠ ଖେଳାଳି

ଭାରତୀୟ ଟି୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ୍‌ ଶର୍ମା (ଉପ-ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାଓ୍ବନ, ଶ୍ରେୟାସ ଆୟାର, ରିଷଭ ପନ୍ତ (ଉଇକେଟ୍‌କିପର),ରବୀନ୍ଦ୍ର ଜାଡେଜା, ମନୀଷ ପାଣ୍ଡେ,କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ,ଯଶପ୍ରୀତ୍‌ ବୁମ୍‌ରା, ଶିଭମ ଦୁବେ, ଶାର୍ଦ୍ଦୁଳ ଠାକୁର, ନବଦୀପ ସଇନି, ବାଶିଂଟନ ସୁନ୍ଦର ଓ ମହମ୍ମଦ ସାମି।