ପ୍ରଥମେ ଧୋନି ଆଉ ବର୍ତ୍ତମାନ ରିଷଭ ପନ୍ତଙ୍କ ପାଇଁ ଏହି ଖେଳାଳି ବର୍ତ୍ତମାନ ଅବସର ନେବେ, ଜାଣନ୍ତୁ କିଏ ସେ ଖେଳାଳି

  1. Home
  2. Cricket News

ପ୍ରଥମେ ଧୋନି ଆଉ ବର୍ତ୍ତମାନ ରିଷଭ ପନ୍ତଙ୍କ ପାଇଁ ଏହି ଖେଳାଳି ବର୍ତ୍ତମାନ ଅବସର ନେବେ, ଜାଣନ୍ତୁ କିଏ ସେ ଖେଳାଳି

କ୍ରିକେଟ ଖବର : ଟିମ୍ ଇଣ୍ଡିଆର ବର୍ତ୍ତମାନ ଷ୍ଟାର୍ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ସମ୍ପୂର୍ଣ୍ଣ ଭାବେ ପକ୍କା କରିଛନ୍ତି। ସେ ଦ୍ରୁତ ବ୍ୟାଟିଂ ଏବଂ ଉତ୍କୃଷ୍ଟ ୱିକେଟ୍ କିପିଂ କରି ଦଳର ଅଧିନାୟକ ବିରାଟ କୋହଲିଙ୍କ ବିଶ୍ୱାସ ଜିତିଛନ୍ତି। ଯେହେତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର …


ପ୍ରଥମେ ଧୋନି ଆଉ ବର୍ତ୍ତମାନ ରିଷଭ ପନ୍ତଙ୍କ ପାଇଁ ଏହି ଖେଳାଳି ବର୍ତ୍ତମାନ ଅବସର ନେବେ, ଜାଣନ୍ତୁ କିଏ ସେ ଖେଳାଳି

କ୍ରିକେଟ ଖବର : ଟିମ୍ ଇଣ୍ଡିଆର ବର୍ତ୍ତମାନ ଷ୍ଟାର୍ ୱିକେଟ୍ କିପର ଓ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଖୁବଶୀଘ୍ର ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ସମ୍ପୂର୍ଣ୍ଣ ଭାବେ ପକ୍କା କରିଛନ୍ତି। ସେ ଦ୍ରୁତ ବ୍ୟାଟିଂ ଏବଂ ଉତ୍କୃଷ୍ଟ ୱିକେଟ୍ କିପିଂ କରି ଦଳର ଅଧିନାୟକ ବିରାଟ କୋହଲିଙ୍କ ବିଶ୍ୱାସ ଜିତିଛନ୍ତି। ଯେହେତୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟ୍ ରୁ ବିଦାୟ ନେଲେ, ସେହି କାରଣରୁ ପନ୍ତ , ଧୋନିଙ୍କ ସ୍ଥାନରେ ନିଜକୁ ରଖିସାରିଛନ୍ତି।କିନ୍ତୁ ବର୍ତ୍ତମାନ ଏପରି ଜଣେ ଖେଳାଳୀ ମଧ୍ୟ ଅଛନ୍ତି, ଯାହାକୁ ନେଇ ସାଧାରଣରେ ଖୁବ୍ ଚର୍ଚ୍ଚା ଚାଲିଛି। କାରଣ ପ୍ରଥମେ ଧୋନିଙ୍କ କାରଣରୁ ତାଙ୍କୁ ଭାରତୀୟ କ୍ରିକେଟ୍ ଦଳରେ ସ୍ଥାନ ମିଳିନଥିଲା। ଆଉ ବର୍ତ୍ତମାନ ରିଷଭ୍ ପନ୍ତଙ୍କ ଯୋଗୁଁ ତାଙ୍କୁ ପଡ଼ିଆରେ ଦେଖିବାକୁ ମିଳୁନି। ଏକ ପ୍ରକାରରେ କହିବାକୁ ଗଲେ ଏହି ଖେଳାଳିଙ୍କ ଭବିଷ୍ୟତ ନଷ୍ଟ ହେବାକୁ ବସିଲାଣି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ମୁତାବକ ଏହି ଖେଳାଳି ଜଣକ ବର୍ତ୍ତମାନ ନିଜର ଅବସର ନେବା ପାଇଁ ଘୋଷଣା କରିବେ।

ପ୍ରଥମେ ଧୋନି ଆଉ ବର୍ତ୍ତମାନ ରିଷଭ ପନ୍ତଙ୍କ ପାଇଁ ଏହି ଖେଳାଳି ବର୍ତ୍ତମାନ ଅବସର ନେବେ, ଜାଣନ୍ତୁ କିଏ ସେ ଖେଳାଳି

ତେବେ ସେହି ଖେଳାଳି ଜଣକ ହେଲେ ସିନିୟର ୱିକେଟ୍ କିପର ରିଦ୍ଧିମାନ ସାହା। ବରିଷ୍ଠ ୱିକେଟ୍ କିପର ରିଦ୍ଧିମାନ ସାହାଙ୍କ ଟେଷ୍ଟ କ୍ୟାରିୟର ରିଷଭ ପନ୍ତଙ୍କ କାରଣରୁ ଶେଷ ହୋଇଯାଇଛି। ଏହାପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ କାରଣରୁ ଏହି ଖେଳାଳି ଟିମ୍ ଇଣ୍ଡିଆରେ କୌଣସି ସ୍ଥାନ ପାଇ ପାରିନଥିଲେ। ଧୋନିଙ୍କ ଅବସର ଘୋଷଣା ପରେ ରିଷଭ୍ ପନ୍ତ , ଧୋନିଙ୍କ ସ୍ଥାନ ନେଇଥିବାରୁ ସାହାଙ୍କୁ ଅଧିକ ସୁଯୋଗ ମିଳିନଥିଲା। ଧୋନି ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ, ଏହା ପରେ ସାହା ଭାରତୀୟ ଟେଷ୍ଟ କ୍ରିକେଟ୍ ରେ ନିଶ୍ଚିତ ଭାବରେ ସୁଯୋଗ ପାଇଥିଲେ, କିନ୍ତୁ ଖୁବଶୀଘ୍ର ତାଙ୍କୁ ଓ୍ବିକେଟ୍ କିପର୍ ପଦରୁ ବାହାର କରାଯାଇ ପନ୍ତଙ୍କୁ ଏହି ସ୍ଥାନ ଦିଆଯାଇଥିଲା।

ପ୍ରଥମେ ଧୋନି ଆଉ ବର୍ତ୍ତମାନ ରିଷଭ ପନ୍ତଙ୍କ ପାଇଁ ଏହି ଖେଳାଳି ବର୍ତ୍ତମାନ ଅବସର ନେବେ, ଜାଣନ୍ତୁ କିଏ ସେ ଖେଳାଳି

ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ସାହା କ୍ରମାଗତ ଭାବରେ ଦଳରେ ୱିକେଟ୍ କିପର ଭାବରେ ଖେଳୁଥିଲେ। କିନ୍ତୁ ପନ୍ତ ଦଳରେ ସ୍ଥାନ ପାଇବା ମାତ୍ରେ ସାହାଙ୍କୁ ସେହି ଦିନଠାରୁ ବହୁତ କମ୍ ସୁଯୋଗ ମିଳିଛି। ସାହାଙ୍କ ପାଇଁ ପୁନର୍ବାର ଟିମ୍ ଇଣ୍ଡିଆରେ ସୁଯୋଗ ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ବର୍ତ୍ତମାନ ସାହା ପୁନର୍ବାର ଦଳରେ ସ୍ଥାନ ପାଇ ପାରିବେ, କିନ୍ତୁ ଯେତେବେଳେ କି ରିଷଭ ପନ୍ତ ଆହତ କାରଣରୁ ଖେଳିବେ ନାହିଁ। ଅନ୍ୟପଟେ ସାହା ବର୍ତ୍ତମାନ ୩୬ ବର୍ଷରେ ପଦାର୍ପଣ କରିସାରିଲେଣି ଏବଂ ଏହି ବୟସରେ ଅନେକ କ୍ରିକେଟର ଅବସର ନେବାକୁ ମନସ୍ଥ କରନ୍ତି। ଏଭଳି ପରିସ୍ଥିତିରେ ସାହା ଯେକୌଣସି ସମୟରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇପାରନ୍ତି।