T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

  1. Home
  2. Cricket News

T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

କ୍ରିକେଟ ଖବର : ଟି-୨୦ ବିଶ୍ୱକପ ନିକଟବର୍ତ୍ତୀ ହୋଇସାରିଛି ଏବଂ ଏହାରି ମଧ୍ୟରେ ଭାରତୀୟ ଦଳ ପାଇଁ ଆସିଛି ଏକ ଦୁଃଖ ଖବର। ସ୍ପିନର ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଅସୁସ୍ଥ ହୋଇପଡିଛନ୍ତି। ବରୁଣଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଅନ୍ୟପଟେ ବରୁଣଙ୍କ ଉପସ୍ଥିତି ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ହେଉଛନ୍ତି ଭୟାନକ ସ୍ପିନ୍ …


T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

କ୍ରିକେଟ ଖବର : ଟି-୨୦ ବିଶ୍ୱକପ ନିକଟବର୍ତ୍ତୀ ହୋଇସାରିଛି ଏବଂ ଏହାରି ମଧ୍ୟରେ ଭାରତୀୟ ଦଳ ପାଇଁ ଆସିଛି ଏକ ଦୁଃଖ ଖବର। ସ୍ପିନର ବରୁଣ ଚକ୍ରବର୍ତ୍ତୀ ବର୍ତ୍ତମାନ ଅସୁସ୍ଥ ହୋଇପଡିଛନ୍ତି। ବରୁଣଙ୍କ ଆଣ୍ଠୁରେ ଆଘାତ ଲାଗିଛି। ଅନ୍ୟପଟେ ବରୁଣଙ୍କ ଉପସ୍ଥିତି ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେ ହେଉଛନ୍ତି ଭୟାନକ ସ୍ପିନ୍ ବୋଲର। କିନ୍ତୁ ଏହି ସମୟ ମଧ୍ୟରେ ତାଙ୍କ ଆଘାତର ଖବର ସାମ୍ନାକୁ ଆସୁଛି, ଯାହା ବିସିସିଆଇ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ବରୁଣଙ୍କୁ ନେଇ ମଧ୍ୟ ଆଲୋଚନା ଜୋରସୋରରେ ଚାଲିଛି। ଅନ୍ୟପକ୍ଷରେ ବରୁଣ ଯଦି ନ ଖେଳିପାରିବେ ତେବେ ତାଙ୍କ ସ୍ଥାନରେ କିଏ ଖେଳିବ ତାକୁ ନେଇ ଚର୍ଚ୍ଚା ଲାଗିଛି।

T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

ମିଳିଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ବରୁଣ ଚଳିତ ଆଇପିଏଲ୍ ର ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ଦଳର ଏକାଦଶ ଖେଳାଳିଙ୍କ ମଧ୍ୟରୁ ବାହାରି ନାହାଁନ୍ତି। କିନ୍ତୁ, ଯଦି ବିସିସିଆଇ ତାଙ୍କୁ ଟି-୨୦ ବିଶ୍ୱକପରେ ଖେଳେଇବାକୁ ଚାହୁଁଛି, ତେବେ ବରୁଣଙ୍କ ଉପରେ ଡାକ୍ତରୀ ଦଳକୁ ଅଧିକ କଠିନ ପରିଶ୍ରମ କରିବାକୁ ପଡିବ। କୁହାଯାଉଛି ଯେ ତାଙ୍କ ଆଣ୍ଠୁ ସମ୍ପୂର୍ଣ୍ଣ ଭଲ ହୋଇନାହିଁ। ତଥାପି ସେ ଆଇପିଏଲ୍ ଖେଳୁଛନ୍ତି। ତେବେ ଅକ୍ଟୋବର ୧୦ ପର୍ଯ୍ୟନ୍ତ ଦଳ ପରିବର୍ତ୍ତନ କରିବା ପାଇଁ ଅନୁମତି ଦିଆଯାଇଛି। କିନ୍ତୁ, ଆଣ୍ଠୁ ସମସ୍ୟା ପରେ ମଧ୍ୟ ଏହି ସ୍ପିନର ଟିମ୍ ଇଣ୍ଡିଆ ପାଇଁ ଖେଳିବା ନିଶ୍ଚିତ।

T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

ଅନ୍ୟପଟେ ଆହତ ହେବା ପରେ ମଧ୍ୟ ବରୁଣ ଚକ୍ରବର୍ତ୍ତୀ କ୍ରମାଗତ ଭାବରେ ଚଳିତ ଆଇପିଏଲ୍ ମ୍ୟାଚ୍ ରେ ଅଂଶଗ୍ରହଣ କରୁଛନ୍ତି। ଏହି ବିଶ୍ୱକପ ଆରମ୍ଭରେ ଭାରତୀୟ ଦଳ ପାକିସ୍ତାନ ଦଳ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଏଥିରୁ ସ୍ପଷ୍ଟ ଯେ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ନିଜର ରହସ୍ୟ ସ୍ପିନରଙ୍କୁ ସେମାନଙ୍କ ବିପକ୍ଷରେ ଖେଳାଇବାକୁ ଶତ ଚେଷ୍ଟା କରିବ। ଏଭଳି ପରିସ୍ଥିତିରେ ବିସିସିଆଇ ଏହି ସପ୍ତାହରେ ଚୂଡାନ୍ତ ଏକାଦଶ ପ୍ରସ୍ତୁତ କରିବ। ତେଣୁ ବିସିସିଆଇ ବରୁଣଙ୍କୁ ସ୍ଥାନ ଦେବା ପାଇଁ ଉଦ୍ୟମ କରୁଛି। କାରଣ ବରୁଣ ହେଉଛନ୍ତି ଦଳ ପାଇଁ ଏକ ଅସ୍ତ୍ର।

T-20 ବିଶ୍ୱକପ ପୂର୍ବରୁ ଚିନ୍ତା ରେ BCCI, ଆଣ୍ଠୁରେ ଆଘାତ କାରଣରୁ ଏହି ଷ୍ଟାର ଖେଳାଳି ହୋଇପାରନ୍ତି ଦଳରୁ ବାହାର

ଏ ବିଷୟରେ ନ୍ୟୁଜ୍ ଏଜେନ୍ସି ପିଟିଆଇ ସହିତ କଥାବାର୍ତ୍ତା କରିବା ସମୟରେ ବୋର୍ଡ ସୂତ୍ରରୁ ପ୍ରକାଶ କରାଯାଇଛି ଯେ, ‘ବରୁଣଙ୍କ ଆଣ୍ଠୁର ଅବସ୍ଥା ଭଲ ନୁହେଁ। ଆଣ୍ଠୁ କାରଣରୁ ତାଙ୍କୁ ବହୁତ କଷ୍ଟ ହେଉଛି। କିନ୍ତୁ, ଯଦି ଟି-୨୦ ବିଶ୍ୱକପ ପାଇଁ ହୋଇନଥାନ୍ତା, ତେବେ ଭାରତୀୟ ଦଳ ପରିଚାଳନା କମିଟି ତାଙ୍କୁ ଖେଳାଇବା ପାଇଁ ଇଚ୍ଛାପ୍ରକାଶ କରିନଥାନ୍ତେ। ବର୍ତ୍ତମାନ ଟି-୨୦ ବିଶ୍ୱକପ ପାଇଁ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦେବା ଉପରେ ଧ୍ୟାନ ଦିଆଯାଇଛି। ଏହା ପରେ ପୁନଃ ବିଚାର କରାଯିବ। ‘ସେ ଏପର୍ଯ୍ୟନ୍ତ ଚଳିତ ଆଇପିଏଲ୍ ରେ ୧୩ ଟି ମ୍ୟାଚ୍ ଖେଳି ୧୫ ଟି ୱିକେଟ୍ ନେଇସାରିଲେଣି।

ଏହା ସହିତ ‘କେକେଆରର ସପୋର୍ଟ ଷ୍ଟାଫ୍ ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏକ ବିସ୍ତୃତ ଫିଟନେସ୍ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି। ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ଇଞ୍ଜେକ୍ସନ ମଧ୍ୟ ଦିଆଯାଉଛି। ଯାହାଫଳରେ ସେ ୪ ଓଭର ବୋଲିଂ କରିପାରିବେ। ଏହି ଇଞ୍ଜେକ୍ସନଗୁଡ଼ିକ ଯନ୍ତ୍ରଣାରେ ଆରାମ ଦେଇଥାଏ। ତାଙ୍କର ଯନ୍ତ୍ରଣା ଟିଭିରେ ଦୃଶ୍ୟମାନ ହେଉନାହିଁ। କିନ୍ତୁ, ଯେତେବେଳେ ସେ ବୋଲିଂ କରୁନାହାଁନ୍ତି ସେତେବେଳେ ତାଙ୍କୁ କଷ୍ଟ ଅନୁଭବ ହେଉଛି।ଆମେ ଦେଖିଚେ ଯେ, ଏହି ଯୁବ କ୍ରିକେଟର ମଧ୍ୟ ତାଙ୍କ ବୋଲିଂ ପ୍ରତିଭା ସହିତ ଏମଏସ ଧୋନିଙ୍କ ଭଳି କିମ୍ବଦନ୍ତୀ ଖେଳାଳୀଙ୍କୁ ପ୍ରଭାବିତ କରିଛନ୍ତି।