ଟି -୨୦ ବିଶ୍ଵକପରେ ରେ ଭାରତ ପାକିସ୍ତାନ ମ୍ୟାଚ୍ ର ଟିକେଟ ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ ରହିଛି ଟିକେଟ ମୂଲ୍ୟ

  1. Home
  2. Cricket News

ଟି -୨୦ ବିଶ୍ଵକପରେ ରେ ଭାରତ ପାକିସ୍ତାନ ମ୍ୟାଚ୍ ର ଟିକେଟ ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ ରହିଛି ଟିକେଟ ମୂଲ୍ୟ

କ୍ରିକେଟ୍ ଖବର : ଆଇସିସି ଟି-୨୦ ବିଶ୍ଵକପ ଆରମ୍ଭ ହେବା ପାଇଁ ଆଉ ବେସି ଦିନ ବାକି ନାହିଁ। ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକମାନେ ଖେଳ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। କାରଣ ଆଇସିସି ମଧ୍ୟ ୭୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ଦେଇଛି। ଅନ୍ୟପଟେ ଅକ୍ଟୋବର ୩ ତାରିଖରୁ ଆଇସିସି ଦ୍ୱାରା …


ଟି -୨୦ ବିଶ୍ଵକପରେ ରେ ଭାରତ ପାକିସ୍ତାନ ମ୍ୟାଚ୍ ର ଟିକେଟ ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ ରହିଛି ଟିକେଟ ମୂଲ୍ୟ

କ୍ରିକେଟ୍ ଖବର : ଆଇସିସି ଟି-୨୦ ବିଶ୍ଵକପ ଆରମ୍ଭ ହେବା ପାଇଁ ଆଉ ବେସି ଦିନ ବାକି ନାହିଁ। ଏଭଳି ପରିସ୍ଥିତିରେ କ୍ରିକେଟ୍ ପ୍ରଶଂସକମାନେ ଖେଳ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି। କାରଣ ଆଇସିସି ମଧ୍ୟ ୭୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମକୁ ଯିବାକୁ ଅନୁମତି ଦେଇଛି। ଅନ୍ୟପଟେ ଅକ୍ଟୋବର ୩ ତାରିଖରୁ ଆଇସିସି ଦ୍ୱାରା ଟୁର୍ନାମେଣ୍ଟ ପାଇଁ ଟିକେଟ୍ ବିକ୍ରି ମଧ୍ୟ ଆରମ୍ଭ ହୋଇଛି। ୟୁଏଇ ବିଷୟରେ କହିବାକୁ ଗଲେ ସର୍ବନିମ୍ନ ମୂଲ୍ୟର ଟିକେଟ୍ ୬୦୦ ଟଙ୍କାରେ ଉପଲବ୍ଧ ହେଉଛି। କିନ୍ତୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରଶଂସକଙ୍କୁ ଟିକେଟ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ମ୍ୟାଚ୍ ର ଟିକେଟ୍ ପ୍ରାଇସ୍ ୩୩୩ ଗୁଣ ମହଙ୍ଗା ଦରରେ ବିକ୍ରି ହେଉଛି। ପାଖାପାଖି ୨ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି ଭାରତ ପାକିସ୍ତାନ ମ୍ୟାଚ୍ ର ଟିକେଟ ମୂଲ୍ୟ। ଯାହାକି ଜାତୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ କରାଯାଇଛି।

ଏହି ଟୁର୍ନାମେଣ୍ଟ ଅକ୍ଟୋବର ୧୭ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହାର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୪ ତାରିଖରେ ଖେଳାଯିବ। ତେବେ ଅକ୍ଟୋବର ୨୪ ତାରିଖରେ ଭାରତୀୟ ଦଳ ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହିତ ମୁହାଁମୁହିଁ ହେବ। ସୂଚନା ମୁତାବକ, ଟୁର୍ଣ୍ଣାମେଣ୍ଟରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି। ଏହି ଦୁଇ ଦଳ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି। ଅନ୍ୟପଟେ ବିଶ୍ୱକପ୍‌ରେ ପାକିସ୍ତାନ ଏପର୍ଯ୍ୟନ୍ତ ଭାରତକୁ ପରାସ୍ତ କରିପାରି ନାହିଁ। ଟିମ୍ ଇଣ୍ଡିଆ ୨୦୦୭ ମସିହାରେ ଆଇସିସି ଟି-୨୦ ବିଶ୍ଵକପ ଟାଇଟଲ୍ ଜିତିଥିଲା। ଏହା ପରେ ଦଳ କେବେବି ଟାଇଟଲ୍ ଜିତି ନାହିଁ। ଅର୍ଥାତ୍ ଭାରତୀୟ କ୍ରିକେଟ ଦଳ ୧୪ ବର୍ଷ ହେଲା ଆଇସିସି ଟି-୨୦ ବିଶ୍ଵକପ ଟାଇଟଲ୍ ଜିତିବା ପାଇଁ ଅପେକ୍ଷା କରିଛି।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେଉଥିବା ମ୍ୟାଚର ରୋମାଞ୍ଚକତା ସର୍ବଦା ଭିନ୍ନ ଅଟେ। ଏହି ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମକୁ ଯିବା ପାଇଁ ପ୍ରଶଂସକମାନେ ଯେକୌଣସି ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାଆନ୍ତି। ତେବେ ଏହି ମ୍ୟାଚର ସବୁଠାରୁ ମହଙ୍ଗା ଟିକେଟ୍ ମୂଲ୍ୟ ପ୍ରାୟ ଲକ୍ଷ ଟଙ୍କା, ଯାହା ସାଧାରଣ ତୁଳନାରେ ପ୍ରାୟ ୩୩୩ ଗୁଣ ମହଙ୍ଗା। ତେବେ ବିଭିନ୍ନ ଷ୍ଟାଣ୍ଡ ଟିକେଟର ଭିନ୍ନ ଭିନ୍ନ ମୂଲ୍ୟ ରହିଛି। ଏହି ମ୍ୟାଚ୍ ର ଆରମ୍ଭ ଟିକେଟ୍ ର ମୂଲ୍ୟ ୧୨,୫୦୦ ଟଙ୍କାରେ ଉପଲବ୍ଧ | ଏହା ବ୍ୟତୀତ ପ୍ରଶଂସକମାନେ ପ୍ରିମିୟମ ପାଇଁ ଟିକେଟ୍ କିଣିପାରିବେ । ଯାହାର ମୂଲ୍ୟ ୩୧,୨୦୦ ଟଙ୍କା ଏବଂ ୫୪,୨୦୦ ଟଙ୍କା ରହିଛି। ମାତ୍ର ଏହି ତିନୋଟି ବର୍ଗର ଟିକେଟ୍ ପ୍ରାୟ ଶେଷ ହୋଇଯାଇଛି।

ଟି -୨୦ ବିଶ୍ଵକପରେ ରେ ଭାରତ ପାକିସ୍ତାନ ମ୍ୟାଚ୍ ର ଟିକେଟ ମୂଲ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେତେ ରହିଛି ଟିକେଟ ମୂଲ୍ୟ

ଅନ୍ୟପକ୍ଷରେ ଅକ୍ଟୋବର ୩୧ ତାରିଖରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ର ଭିଆଇପି ଟିକେଟର ମୂଲ୍ୟ ୧ ଲକ୍ଷ ୯୬ ହଜାର ଟଙ୍କା ରହିଛି। ଏଭଳି ପରିସ୍ଥିତିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ପାଇଁ ଟିକେଟ୍ ର ମୁଲ୍ୟ ଅଧିକ ମହଙ୍ଗା ହେବାର ସମ୍ଭାବନା ରହିଛି। କାରଣ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚର ସର୍ବନିମ୍ନ ଟିକେଟ୍ ମୂଲ୍ୟ ୧୦ ହଜାର ୪୦୦ ଟଙ୍କାରେ ଉପଲବ୍ଧ ହେଉଛି।