2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

  1. Home
  2. Cric Special

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

କ୍ରିକେଟ୍ ଖବର : କ୍ରିକେଟ୍ ଜଗତ ସଂଘର୍ଷରେ ପରିପୂର୍ଣ୍ଣ। କାରଣ ଯଦି ଜଣେ ଖେଳାଳି ବହୁତ ଭଲ ଫର୍ମରେ ଥାଏ, କିନ୍ତୁ ସେ କୌଣସି ଦିନ ଭଲ ଖେଳି ନଥାଏ, ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ ର ଟପ ଏକାଦଶରୁ ମଧ୍ୟ ବାହାର କରି ଦିଆଯାଇପାରେ। ଅନ୍ୟପଟେ ତଥାପି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ କି …


2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

କ୍ରିକେଟ୍ ଖବର : କ୍ରିକେଟ୍ ଜଗତ ସଂଘର୍ଷରେ ପରିପୂର୍ଣ୍ଣ। କାରଣ ଯଦି ଜଣେ ଖେଳାଳି ବହୁତ ଭଲ ଫର୍ମରେ ଥାଏ, କିନ୍ତୁ ସେ କୌଣସି ଦିନ ଭଲ ଖେଳି ନଥାଏ, ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚ୍ ର ଟପ ଏକାଦଶରୁ ମଧ୍ୟ ବାହାର କରି ଦିଆଯାଇପାରେ। ଅନ୍ୟପଟେ ତଥାପି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ କି ଅନେକ ସୁଯୋଗ ଦିଆଯାଏ। କାରଣ ସେହି ଖେଳାଳୀମାନେ କୌଣସି ପ୍ରକାରରେ ଦଳ ପାଇଁ ନିଜର ଶ୍ରେଷ୍ଠ ଅବଦାନ ଦେବେ।

କ୍ରିକେଟ୍ ଦୁନିଆରେ ଏପରି ଅନେକ ବ୍ୟାଟ୍ସମ୍ୟାନ୍ ଅଛନ୍ତି, ଯେଉଁମାନେ ନିଜେ ମ୍ୟାଚ୍ ର ମୋଡ଼ ବଦଳାଇବାର କ୍ଷମତା ରଖିଛନ୍ତି। ଯଦିଓ ସେମାନେ କିଛି ସମୟ ହେଲା ତାଙ୍କ ଫର୍ମରେ ନାହାଁନ୍ତି, ତଥାପି ସେମାନେ ଅଳ୍ପ ବହୁତ ସ୍କୋର କରୁଛନ୍ତି। ଏହି ବ୍ୟାଟ୍ସମ୍ୟାନ୍ ମାନେ ନିଶ୍ଚିତ ଭାବରେ ଏହି ବର୍ଷ ଫର୍ମକୁ ଫେରିପାରନ୍ତି, ଅନ୍ୟପଟେ ଏହି ଖେଳାଳି ମାନେ ବର୍ତ୍ତମାନ ସୁଦ୍ଧା ଚଳିତ ବର୍ଷ ଏକ ଶତକ ସ୍କୋର କରିବାରେ ବଞ୍ଚିତ ହୋଇଛନ୍ତି। ଆଜି ଆମେ ଏପରି ୬ ଜଣ ବ୍ୟାଟ୍ସମ୍ୟାନ୍ଙ୍କ ବିଷୟରେ କହିବୁ ଯେଉଁମାନେ ଚଳିତ ବର୍ଷ ଗୋଟିଏ ବି ଶତକ ହାସଲ କରିନାହାଁନ୍ତି।

୬) ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ତଥା ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଆରୋନ୍ ଫିଞ୍ଚ ୨୦୧୮ ମସିହାରେ ଶେଷ ଟେଷ୍ଟ ଏବଂ ୨୦୨୦ ମସିହାରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ସେ କ୍ରମାଗତ ଭାବରେ ଟି – ୨୦ ମ୍ୟାଚ୍ ଖେଳୁଛନ୍ତି। ତେବେ ସେ ଚଳିତ ବର୍ଷ ୨୨ ଫେବୃଆରୀରୁ ୧୬ ଜୁଲାଇ ମଧ୍ୟରେ ମୋଟ ୧୦ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ଥରେ ଅପରାଜିତ ଥିବାବେଳେ ମୋଟ୍ ଉପରେ ୩୨୪ ରନ୍ ସ୍କୋର କରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୨୯.୦୮ ରହିଛି।

୫) ଜୋସ୍ ବଟଲର୍ (ଇଂଲଣ୍ଡ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ସମସ୍ତେ ଜାଣିଛନ୍ତି ଯେ, ଇଂଲଣ୍ଡ କ୍ରିକେଟ୍‌ ଦଳର ବିଜୟରେ ଇଂଲଣ୍ଡ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲର ପ୍ରମୁଖ ଅବଦାନ ଗ୍ରହଣ କରନ୍ତି। ସେ ଚଳିତ ବର୍ଷ ୩ଟି ଦିନିକିଆ , ୮ ଟି ଟି-୨୦ ଏବଂ ୧୧ ଟି ଟେଷ୍ଟ ମ୍ୟାଚ୍ ଖେଳି ସାରିଛନ୍ତି। କିନ୍ତୁ କୌଣସି ବି ମ୍ୟାଚ୍ ରେ ସେ ଶତକ ହାସଲ କରିନାହାନ୍ତି।

୪) ଚେତେଶ୍ୱର ପୂଜାରା (ଭାରତ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ଟେଷ୍ଟ କ୍ରିକେଟରେ ଭାରତର ବିଶ୍ୱସ୍ତ ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଚେତେଶ୍ୱର ପୂଜାରା। ସେ ଶେଷ ଥର ପାଇଁ ୨୦୧୪ ମସିହାରେ ଏକ ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ କେବଳ ଟେଷ୍ଟ ମ୍ୟାଚ୍ ଖେଳୁଛନ୍ତି। ସେ ନିଜର କ୍ୟାରିୟରରେ ୫ଟି ଦିନିକିଆ ଏବଂ ୯୦ ଟି ଟେଷ୍ଟ ମ୍ୟାଚ୍ ଖେଳିସାରିଲେଣି।ଏହାରି ମଧ୍ୟରେ ସେ ୧୮ ଟି ଶତକ ଏବଂ ୩୧ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟପଟେ ସେ ଟେଷ୍ଟରେ ପ୍ରାୟ ୭ହଜାର ରନ୍ ସ୍କୋର କରିସାରିଲେଣି। ତେବେ ଚେତେଶ୍ୱର ଚଳିତ ବର୍ଷ ୧୧ ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ହାରାହାରି ୩୧.୧୧ ହାରରେ ୫୯୧ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ବ୍ୟାଟ୍ ରୁ ୬ ଟି ଅର୍ଦ୍ଧଶତକ ଆସିଛି। କିନ୍ତୁ ଗୋଟିଏ ବି ଶତକ ଆସିନାହିଁ।

୩) ଶାକିବ ଅଲ ହାସନ (ବାଂଲାଦେଶ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ଚଳିତ ବର୍ଷ ଜୁଲାଇ ମାସରେ ନିଜର ଶେଷ ଟେଷ୍ଟ ଏବଂ ଦିନିକିଆ ଖେଳିଥିବା ଏବଂ ସେପ୍ଟେମ୍ବରରେ ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଥିବା ବାଂଲାଦେଶୀ କ୍ରିକେଟର ତଥା ଅଲରାଉଣ୍ଡର ଶାକିବ ଅଲ ହାସନ ଏପର୍ଯ୍ୟନ୍ତ ମୋଟ ୫୮ ଟେଷ୍ଟ, ୮୮ଟି ଟି-୨୦ ଏବଂ ୨୧୫ଟି ଅନ୍ତର୍ଜାତୀୟ ଦିନିକିଆ ଖେଳି ସାରିଛନ୍ତି। ଯେଉଁଥିରେ ତାଙ୍କର ମୋଟ୍ ସ୍କୋର ହେଉଛି ୧୨,୨୯୬।ଏହି ସମୟ ମଧ୍ୟରେ ସେ ମୋଟ୍ ୧୪ ଟି ଶତକ ଏବଂ ୭୫ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। କିନ୍ତୁ ୨୦୨୧ ମସିହାରେ ସେ ୯ ଟି ଦିନିକିଆ , ୧୨ ଟି ଟି-୨୦ ଏବଂ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ଜିମ୍ବାୱେ ବିପକ୍ଷରେ ଅପରାଜିତ ୯୬ ରହିଛି। ସେ ବି ଚଳିତ ବର୍ଷ ଏପର୍ଯ୍ୟନ୍ତ ଶତକ ହାସଲ କରିପାରିନାହାନ୍ତି।

୨) ଶିଖର ଧାୱନ (ଭାରତ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ଭାରତୀୟ କ୍ରିକେଟ୍ ଦଳର ଅଭିଜ୍ଞ ଓପନର୍ ଶିଖର ଧାୱନ ୩୪ ଟି ଟେଷ୍ଟ, ୧୪୫ ଟି ଦିନିକିଆ ଏବଂ ୬୮ ଟି ଟି-୨୦ ମ୍ୟାଚ ଖେଳି ସାରିଛନ୍ତି। ଯେଉଁଥିରେ ତାଙ୍କ ବ୍ୟାଟରୁ ୧୦ ହଜାରରୁ ଅଧିକ ରନ୍ ଆସିଛି। ତେବେ ଆପଣଙ୍କୁ କହି ଦେବାକୁ ଚାହିଁବୁ ଯେ, ଧୱନ ୨୦୧୮ ମସିହା ପରଠାରୁ କୌଣସି ଟେଷ୍ଟ ମ୍ୟାଚ୍ ଖେଳି ନାହାଁନ୍ତି। ଏହା ପରେ, ଚଳିତ ବର୍ଷ ଶିଖର ୬ଟି ଦିନିକିଆ ଏବଂ ଚାରିଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ମାତ୍ର ୩ଟି ଅର୍ଦ୍ଧଶତକ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୯୮ ରହିଛି। ତେବେ ଧାୱନ ମଧ୍ୟ ଚଳିତ ବର୍ଷ ଶତକ ସ୍କୋର କରିପାରିନାହାନ୍ତି।

୧) ବିରାଟ କୋହଲି (ଭାରତ) :

2021 ରେ ଅଧିନାୟକ କୋହଲିଙ୍କ ସହ ଏହି 5 ଜଣ ଷ୍ଟାର ଖେଳାଳି ମଧ୍ୟ ଗୋଟିଏ ବି ଶତକ ମାରି ନାହାନ୍ତି, ଜାଣନ୍ତୁ କିଏ ସେମାନେ

ବର୍ତ୍ତମାନର କ୍ରିକେଟ୍ ର ରନ୍ ମେସିନ୍ କୁହାଯାଉଥିବା ବିରାଟ କୋହଲି ଗତ ଦଶନ୍ଧି ଧରି ବ୍ୟାଟିଂ ବିଡ଼ମ୍ବନା ପ୍ରମାଣ କରିଛନ୍ତି। ଏପର୍ଯ୍ୟନ୍ତ ସେ ୨୩ ହଜାରରୁ ଅଧିକ ଆନ୍ତର୍ଜାତୀୟ ରନ୍ ଏବଂ ୭୦ ଟି ଶତକ ହାସଲ କରିସାରିଲେଣି। ତେବେ କୋହଲି ଶେଷ ଥର ପାଇଁ ୨୦୧୯ ମସିହାରେ ଶତକ ହାସଲ କରିଥିଲେ। ତେବେ ସେବେଠାରୁ ତାଙ୍କ ବ୍ୟାଟ୍ ରୁ ଅନେକ ଅର୍ଦ୍ଧଶତକ ଦେଖିବାକୁ ମିଳିଛି। ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ, ୨୦୨୧ ମସିହାରେ ସେ କେବଳ ୯ ଟି ଟେଷ୍ଟ, ୩ ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ତାଙ୍କର ସର୍ବାଧିକ ସ୍କୋର ୮୦ ରହିଛି। ସେ ମାର୍ଚ୍ଚରେ ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷରେ ଏହି ସ୍କୋର କରିଥିଲେ।