ଏବେ WTC ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦେଖନ୍ତୁ ପଏଣ୍ଟ ଟେବୁଲ ଏବଂ ଜାଣନ୍ତୁ କେମିତି

  1. Home
  2. Test Cricket

ଏବେ WTC ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଦେଖନ୍ତୁ ପଏଣ୍ଟ ଟେବୁଲ ଏବଂ ଜାଣନ୍ତୁ କେମିତି

ind vs pak wtc final


କ୍ରିକେଟ୍ ଖବର : ଗୋଲେରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡକୁ ଚାରି ୱିକେଟରେ ହରାଇ ପାକିସ୍ତାନକୁ ଖାଲି ଐତିହାସିକ ବିଜୟ ପ୍ରାପ୍ତ ହୋଇନି ବରଂ କ୍ରିକେଟ ପ୍ରଂଶସକଙ୍କୁ ମଧ୍ୟ ଖୁସି କରାଇଛନ୍ତି ଏହି ଖେଳାଳିମାନେ। ଶଫୀକ ଦ୍ୱିତୀୟ ଇନିଂସରେ ୧୬୦ ରନ କରି ନଟଆଉଟ୍ ରହିଥିଲେ, ଯାହାପାଇଁ ପାକିସ୍ତାନ ଶ୍ରୀଲଙ୍କା ଖିଲାପରେ ୩୪୨ ରନ କରି ମ୍ୟାଚ୍ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ପାକିସ୍ତାନ ୱାଲର୍ଡ ଟେଷ୍ଟ ଚାମ୍ପିଆନ ସିପ (WTC) ତାଲିକାରେ ତୃତୀୟ ସ୍ଥାନରେ ପହଂଚିଛି। ଆଉ ଭାରତୀୟ ଟିମ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି। 

ଏହି ସମୟରେ ପାକିସ୍ତାନର ବିଜୟ ପ୍ରତିଶତ ୫୮.୩୩ ଯେତେବେଳେ ଭାରତର ୫୨.୦୮ ପ୍ରତିଶତ ରହିଛି। ଦକ୍ଷିଣ ଆଫ୍ରିକା ୭୧.୪୩ ପ୍ରତିଶତ ସହିତ ତାଲିକାର ଶୀର୍ଷଭାଗରେ ରହିଛି । ଯେଉଁଠି ଅଷ୍ଟ୍ରେଲିଆ ୭୦ ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ଅଛି । ଟେବୁଲର ଟପ କରିଥିବା ଦୁଇଦଳ ହିଁ WTC ଫାଇନାଲ ମ୍ୟାଚରେ ଭାଗ ନେବେ । 

wtc point table 21 jul

ଯଦିଓ ଏହି ସମୟରେ ଭାରତ ଓ ପାକିସ୍ତାନ ଟପ ୨ରେ ନାହାନ୍ତି କିନ୍ତୁ ଏହି ଦୁଇ ଦଳ WTC ଫାଇନାଲରେ ଭାଗ ନେବେ। ଅବଦୁଲ୍ଲା ଶଫୀଦ ଶତକୀୟ ଇନିଂସରେ ବିଶ୍ୱ ଟେଷ୍ଟ କ୍ରିକେଟର ଫାଇନାଲରେ ଭାରତ ବନାମ ପାକିସ୍ତାନ ର ମୁକାବିଲା ପାଇଁ କିଛି ଆଶା ସଂଚୟ କରିଛି। ସୂଚନାଯୋଗ୍ୟ ଯେ, ଭାରତ ଓ ପାକିସ୍ତାନ ୨୦୦୭ ମସିହାରେ ଏକ ଟେଷ୍ଟମ୍ୟାଚ ଖେଳିଥିଲେ। ଏହା ପରେ ଏହି ଦୁଇ ଦଳଙ୍କ ମଧ୍ୟରେ ଅଧିକାଂଶ ମ୍ୟାଚ ଆଇସିସି ଟୁର୍ଣ୍ଣାମେଂଟ ରେ ହୁଏ ।

କିଭଳି WTC ଫାଇନାଲରେ ମୁକାବିଲା କରିବେ ଭାରତ - ପାକିସ୍ତାନ :

ind-pak

ଭାରତୀୟ ଦଳ ଚାରୋଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଆଉ ଏହା ପରେ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବା ପାଇଁ ବାଙ୍ଗାଲାଦେଶ ଗସ୍ତରେ ଯିବ। ସେହିଭଳି ପାକିସ୍ତାନ ବି ଇଂଲଣ୍ଡ ଆଉ ନ୍ୟୁଜିଲାଣ୍ଡ ସହିତ ଟେଷ୍ଟ ମ୍ୟାଚ ଖେଳିବ। ଯଦି ଉଭୟ ଟିମ୍ ଏହି ସିରିଜ୍ ଗୁଡିକ ବିଜୟୀ ହୁଅନ୍ତି ତେବେ WTC ଫାଇନାଲରେ ଖେଳିବାରୁ ଉଭୟ ଦଳକୁ କେହି ବି ରୋକି ପାରିବେ ନାହିଁ। କିନ୍ତୁ ଅପରପକ୍ଷେ ଦକ୍ଷିଣ ଆଫ୍ରିକା ଆଉ ଅଷ୍ଟ୍ରେଲିଆକୁ ମଧ୍ୟ ନିଜ ନିଜର ବଳକା ସିରିଜ ହାରିବାକୁ ପଡିବ। ତେବେ ଯାଇ ଟିମ୍ ଇଣ୍ଡିଆ ଆଉ ପାକିସ୍ତାନ WTC ଫାଇନାଲରେ ମୁହାଁମୁହିଁ ହେବେ।