IND vs AUS: ଭାରତର ହେଲା ପରାଜୟ କିନ୍ତୁ ରୋହିତ ଶର୍ମା ଭାଙ୍ଗିଲେ ଏହି ବିରଳ ରେକର୍ଡ

  1. Home
  2. T20 Cricket

IND vs AUS: ଭାରତର ହେଲା ପରାଜୟ କିନ୍ତୁ ରୋହିତ ଶର୍ମା ଭାଙ୍ଗିଲେ ଏହି ବିରଳ ରେକର୍ଡ

rohit sharma record


କ୍ରିକେଟ ଖବର : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଖେଳାଯାଇଥିଲା। ଆଉ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଛି। କିନ୍ତୁ ଭାରତର ଅଧିନାୟକ ରୋହିତ ଶର୍ମା ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। 

ବାସ୍ତବରେ ଭାରତର ଅଧିନାୟକ ରୋହିତ ଶର୍ମା ମୋହାଲିର ପିସିଏ ଷ୍ଟାଡିୟମରେ ମାତ୍ର 11 ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ। କିନ୍ତୁ ସେ ତାଙ୍କ ଇନିଂସରେ ଗୋଟିଏ ଛକା ମାରିଥିଲେ। ଏହି ଛକା ସହିତ ରୋହିତ ଟି -20 ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା ମାରି ଥିବା ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ମାର୍ଟିନ ଗୁପଟିଲଙ୍କ ସମକ୍ଷକ ହୋଇଛନ୍ତି। 

IND-vs-AUS

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପ୍ୟାଟ୍ କମିନ୍ସଙ୍କ ବଲରେ ଗୋଟିଏ ଛକା ମାରିବା ମାତ୍ରେ ସେ ଟି -20 ରେ ମାର୍ଟିନଙ୍କ ସର୍ବାଧିକ 172 ଛକା ସହ ସମାନ ହୋଇଥିଲେ। ବର୍ତ୍ତମାନ ରୋହିତ ଶର୍ମା ଏବଂ ମାର୍ଟିନ ଟି -20 ଇଣ୍ଟରନ୍ୟାସନାଲରେ 172 ଲେଖାଏଁ ଛକା ମାରିଛନ୍ତି। 

rohit sharma statement after ind vs aus 1st t20 match

ତେବେ ରୋହିତ ଆଉ ଗୋଟିଏ ଛକା ମାରିବା ମାତ୍ରେ ମାର୍ଟିନଙ୍କ ଏହି ରେକର୍ଡକୁ ଭାଙ୍ଗି ଏକ ନୂତନ ଇତିହାସ ସୃଷ୍ଟି କରିପାରିବେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ପରବର୍ତ୍ତୀ ମ୍ୟାଚ୍‌ରେ ରୋହିତ ଆଉ ଗୋଟିଏ ଛକା ମାରିବା ଆବଶ୍ୟକ। ଯାହାପରେ ସେ ଟି -20 ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା ମାରିଥିବା ଖେଳାଳି ହେବେ।