T 20 କ୍ରିକେଟ୍‌ ଇତିହାସରେ ୩ୟ ବୃହତ୍‌ ରେକର୍ଡ ୯୦ ବଲରୁ ୨୦୦ ରନ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

  1. Home
  2. T20 Cricket

T 20 କ୍ରିକେଟ୍‌ ଇତିହାସରେ ୩ୟ ବୃହତ୍‌ ରେକର୍ଡ ୯୦ ବଲରୁ ୨୦୦ ରନ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

ଗତ ବର୍ଷ ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ମଧ୍ୟରେ ଦି ଭିଲେଜ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍ରେ ସ୍କଟ୍ଲାଣ୍ଡ ଓପନର୍ ଜର୍ଜ ମୁନ୍ସୀ ଓ କେଏଲ୍ କୋଏଟଜର୍ଙ୍କ ମଧ୍ୟରେ ଓପନିଂ ଯୋଡ଼ିଭାବରେ ୨୦୦ ରନର ପାର୍ଟନରଶିପ୍ କରିଥିଲା ଯାହା ଟି୨୦ କ୍ରିକେଟ୍ ଇତିହାସରେ ଏହା ୩ୟ ବୃହତ୍ ପାଟନରଶିପ୍ର ରେକର୍ଡ …


T 20 କ୍ରିକେଟ୍‌ ଇତିହାସରେ ୩ୟ ବୃହତ୍‌ ରେକର୍ଡ ୯୦ ବଲରୁ ୨୦୦ ରନ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

ଗତ ବର୍ଷ ସ୍କଟଲାଣ୍ଡ, ଆୟର୍ଲାଣ୍ଡ ଓ ନେଦରଲାଣ୍ଡ୍ସ ମଧ୍ୟରେ ଦି ଭିଲେଜ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ ସିରିଜର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ଓପନର୍‌ ଜର୍ଜ ମୁନ୍‌ସୀ ଓ କେଏଲ୍‌ କୋଏଟଜର୍‌ଙ୍କ ମଧ୍ୟରେ ଓପନିଂ ଯୋଡ଼ିଭାବରେ ୨୦୦ ରନର ପାର୍ଟନରଶିପ୍‌ କରିଥିଲା ଯାହା ଟି୨୦ କ୍ରିକେଟ୍‌ ଇତିହାସରେ ଏହା ୩ୟ ବୃହତ୍‌ ପାଟନରଶିପ୍‌ର ରେକର୍ଡ ହାସଲ କରି ଥିଲା ।

T 20 କ୍ରିକେଟ୍‌ ଇତିହାସରେ ୩ୟ ବୃହତ୍‌ ରେକର୍ଡ ୯୦ ବଲରୁ ୨୦୦ ରନ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

ଏହି ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ୍‌ ହରାଇ ୨୫୨ ରନ୍‌ ସଂଗ୍ରହ କରିଥିଲା। ଦଳ ପକ୍ଷରୁଓପନର୍‌ ତଥା ଅଧିନାୟକ କୋଏଟଜର ୫୦ ବଲରୁ ୮୯ ରନ ଏବଂ ଓପନର୍‌ ମୁନ୍‌ସୀ ୫୬ ବଲରୁ ୧୨୭ ରନର ଅପରାଜିତ ବିସ୍ଫୋରକ ଭାବେ ଜୀବନର ପ୍ରଥମ ଶତକୀୟ ଇନିଂସରେ ଖେଳିଥିଲେ। ୫ ଚୌକା ଓ ୧୪ ଛକା ସାମିଲ ରହିଥିଲା। ମୁନ୍‌ସୀ ଓ କୋଏଟଜରଙ୍କ ମଧ୍ୟରେ ଓପନିଂ ଯୋଡ଼ିରେ ୯୧ ବଲରୁ ୨୦୦ ରନର ପାର୍ଟନରଶିପ୍‌ ହୋଇଥିଲା।

T 20 କ୍ରିକେଟ୍‌ ଇତିହାସରେ ୩ୟ ବୃହତ୍‌ ରେକର୍ଡ ୯୦ ବଲରୁ ୨୦୦ ରନ, ଜାଣନ୍ତୁ ଏହି ରେକର୍ଡ ବିଷୟରେ

ଜବାବରେ ନେଦରଲାଣ୍ଡ୍ସ ୨୦ ଓଭରରେ ୭ ଉଇକେଟ୍‌ ହରାଇ ୧୯୪ ରନ କରିବାକୁ ସମର୍ଥ ହୋଇଥିଲା। କିନ୍ତୁ ପୂର୍ବରୁ ଆଫଗାନିସ୍ତାନର ହଜରତୁଲ୍ଲା ଜାଜାଇ ଓ ଉସମାନ ଘାନୀଙ୍କ ୨୦୧୯ରେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ପ୍ରଥମ ଉଇକେଟ୍‌ରେ ୨୩୬ ରନ୍‌ ସଂଗ୍ରହ କରିଥିଲେ।ଏବଂ ୨୦୧୮ରେ ଅଷ୍ଟ୍ରେଲିଆର ଆରୋନ୍‌ ଫିଞ୍ଚ୍‌ ଓ ଡି ଆର୍ସି ସର୍ଟ ଯୋଡ଼ି ଜିମ୍ବାଓ୍ବେ ବିପକ୍ଷରେ ପ୍ରଥମ ଉଇକେଟ୍‌ରେ ୨୨୩ ରନ ସଂଗ୍ରହ କରି ଏହି ତାଲିକାର ୨ୟ ସ୍ଥାନରେ ରହି ଥିଲା ।