ଜିତିବା ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ଼ କହିଲେ ଟେଷ୍ଟ ମ୍ୟାଚ୍ ଡ୍ର’ ହେବାର କାରଣ, ଉଠିଲା ଅଧିନାୟକତ୍ୱ ଉପରେ ବଡ଼ ପ୍ରଶ୍ନ

  1. Home
  2. Cricket News

ଜିତିବା ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ଼ କହିଲେ ଟେଷ୍ଟ ମ୍ୟାଚ୍ ଡ୍ର’ ହେବାର କାରଣ, ଉଠିଲା ଅଧିନାୟକତ୍ୱ ଉପରେ ବଡ଼ ପ୍ରଶ୍ନ

କ୍ରିକେଟ୍ ଖବର : କାନପୁରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ମ୍ୟାଚର ଶେଷ ଦିନରେ ରାଚିନ୍ ରବିନ୍ଦ୍ର ଏବଂ ଅଜାଜ ପଟେଲ ଚମତ୍କାର ବ୍ୟାଟିଂ କରି ମ୍ୟାଚକୁ ଡ୍ର କରିବାରେ ସମର୍ଥ ହୋଇଥିଲେ। ଯେତେବେଳେ ଏହି ମ୍ୟାଚ୍ ଡ୍ର ହୋଇଥିଲା, ଜିତିବା ପାଇଁ କିୱି ଦଳକୁ ପ୍ରାୟ …


ଜିତିବା ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ଼ କହିଲେ ଟେଷ୍ଟ ମ୍ୟାଚ୍ ଡ୍ର’ ହେବାର କାରଣ, ଉଠିଲା ଅଧିନାୟକତ୍ୱ ଉପରେ ବଡ଼ ପ୍ରଶ୍ନ

କ୍ରିକେଟ୍ ଖବର : କାନପୁରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ମ୍ୟାଚର ଶେଷ ଦିନରେ ରାଚିନ୍ ରବିନ୍ଦ୍ର ଏବଂ ଅଜାଜ ପଟେଲ ଚମତ୍କାର ବ୍ୟାଟିଂ କରି ମ୍ୟାଚକୁ ଡ୍ର କରିବାରେ ସମର୍ଥ ହୋଇଥିଲେ। ଯେତେବେଳେ ଏହି ମ୍ୟାଚ୍ ଡ୍ର ହୋଇଥିଲା, ଜିତିବା ପାଇଁ କିୱି ଦଳକୁ ପ୍ରାୟ ୧୨୦ ରନ୍ ଆବଶ୍ୟକ ଥିଲା। ଏହି ଡ୍ର ପରେ ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଚତୁର୍ଥ ଦିନରେ ଭାରତୀୟ ଦଳ ଦ୍ୱିତୀୟ ଇନିଂସ ଘୋଷଣା କରିବାରେ ବିଳମ୍ବ କରିଲା କାହିଁକି ?

ଜିତିବା ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ଼ କହିଲେ ଟେଷ୍ଟ ମ୍ୟାଚ୍ ଡ୍ର’ ହେବାର କାରଣ, ଉଠିଲା ଅଧିନାୟକତ୍ୱ ଉପରେ ବଡ଼ ପ୍ରଶ୍ନ

ତେବେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏଥିରେ ସହମତ ନୁହଁନ୍ତି। ସେ କହିଛନ୍ତି ଯେ, ନା, ଆମେ ଇନିଂସ ଘୋଷଣା କରିବାରେ ବିଳମ୍ବ କରିନାହୁଁ। ଦ୍ୱିତୀୟ ଇନିଂସରେ କିୱି ଦଳ ସମ୍ମୁଖରେ ଭାରତ ୨୮୪ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଦ୍ରାବିଡ କହିଛନ୍ତି ଯେ,ନା, ଆମେ ଆମର ଇନିଂସ ଘୋଷଣା କରିବାର ଅଧ ଘଣ୍ଟା ପର୍ଯ୍ୟନ୍ତ ଚାପରେ ରହିଥିଲୁ। ଚା ’ ବ୍ରେକ ପୂର୍ବରୁ ଆମେ ଶ୍ରେୟାସଙ୍କ ୱିକେଟ୍ ହରାଇଥିଲୁ । ଯାହା ପରେ ଆମେ ଖେଳରେ କମବ୍ୟାକ କଲୁ। ଯାହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। 167/7 ରୁ 230/7 କୁ ଯିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ଜିତିବା ମ୍ୟାଚ ଡ୍ର ହେବା ପରେ ରାହୁଲ ଦ୍ରାବିଡ଼ କହିଲେ ଟେଷ୍ଟ ମ୍ୟାଚ୍ ଡ୍ର’ ହେବାର କାରଣ, ଉଠିଲା ଅଧିନାୟକତ୍ୱ ଉପରେ ବଡ଼ ପ୍ରଶ୍ନ

ଏହି ବାର୍ତ୍ତାଳାପରେ ରାହୁଲ ଦ୍ରାବିଡ ମ୍ୟାଚ ଡ୍ର ହେବାର ଏକ ବଡ଼ କାରଣ ବିଷୟରେ କହିଥିଲେ। ସେ କହିଥିଲେ ଯେ, ପିଚ୍ ଧୀର ଏବଂ ନିମ୍ନ ଥିଲା, ଅଧିକ ବାଉନ୍ସ କିମ୍ବା ଟର୍ନ ହେଉନଥିଲା। ସେଥିପାଇଁ ଆମ ବୋଲରମାନେ ଓ୍ବିକେଟ୍ ନେବାରେ ଟିକେ ଧିମା ପଡିଯାଇଥିଲେ। ସୂଚନାଯୋଗ୍ୟ ଯେ, ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଏକ ଅଂଶ | ଏହି ସିରିଜରେ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳାଯିବ | ପ୍ରଥମ ଟେଷ୍ଟ ମ୍ୟାଚ୍ କାନପୁରରେ ଏକ ଡ୍ରରେ ଶେଷ ହୋଇଛି। ଯେତେବେଳେ କି ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ ରୁ ମୁମ୍ବାଇର ୱାନକେଡେ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ।