ରୋହିତ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିପଦ ସାଜିଲା ଏହି ଦଳ, ପ୍ଲେ ଅଫରେ ପହଁଚିବାରେ ହୋଇପାରେ ବାଧକ

  1. Home
  2. IPL Top News

ରୋହିତ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିପଦ ସାଜିଲା ଏହି ଦଳ, ପ୍ଲେ ଅଫରେ ପହଁଚିବାରେ ହୋଇପାରେ ବାଧକ

ଚଳିତ ବର୍ଷର ଆଇପିଏଲ୍ ଧୀରେ ଧୀରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚୁଛି ଏବଂ ପ୍ଲେ ଅଫ୍ ର ଚିତ୍ର ମଧ୍ୟ ବର୍ତ୍ତମାନ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ଲେ ଅଫରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ମଧ୍ୟ ପ୍ଲେ …


ରୋହିତ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିପଦ ସାଜିଲା ଏହି ଦଳ, ପ୍ଲେ ଅଫରେ ପହଁଚିବାରେ ହୋଇପାରେ ବାଧକ

ଚଳିତ ବର୍ଷର ଆଇପିଏଲ୍ ଧୀରେ ଧୀରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚୁଛି ଏବଂ ପ୍ଲେ ଅଫ୍ ର ଚିତ୍ର ମଧ୍ୟ ବର୍ତ୍ତମାନ ସ୍ପଷ୍ଟ ହେବାରେ ଲାଗିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପ୍ଲେ ଅଫରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ମଧ୍ୟ ପ୍ଲେ ଅଫ୍ ର ନିକଟତର ହୋଇଛି।

ରୋହିତ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିପଦ ସାଜିଲା ଏହି ଦଳ, ପ୍ଲେ ଅଫରେ ପହଁଚିବାରେ ହୋଇପାରେ ବାଧକ

ଏଭଳି ପରିସ୍ଥିତିରେ ପ୍ଲେ ଅଫ୍‌ରେ ପହଞ୍ଚିବାକୁ ଚତୁର୍ଥ ଦଳ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଅନ୍ୟପଟେ ଆଇପିଏଲ୍ ଇତିହାସରେ ପାଞ୍ଚ ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ଚଳିତ ବର୍ଷ ପ୍ଲେ ଅଫ୍ ର ଶେଷ ସ୍ଥାନ ପାଇଁ ଅନେକ ଦଳ ଦୌଡ଼ରେ ଅଛନ୍ତି। ଏହି ସମୟ ମଧ୍ୟରେ ମୁମ୍ବାଇର ଦଳକୁ ପଛରେ ପକାଇବା ପାଇଁ ଏକ ଶକ୍ତିଶାଳୀ ଦଳ ମୁମ୍ବାଇ ର ପ୍ରତିଦ୍ୱନ୍ଦ୍ୱୀ ଭାବେ ଛିଡା ହୋଇଛି।

ଚଳିତ ବର୍ଷ ପ୍ଲେ ଅଫରେ ପହଞ୍ଚିବା ପାଇଁ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛି। ଏହି ସମୟ ମଧ୍ୟରେ କେ.ଏଲ୍ ରାହୁଲଙ୍କ ପଞ୍ଜାବ କିଙ୍ଗସ୍ ବର୍ତ୍ତମାନ ପ୍ଲେ ଅଫ୍ ର ଚତୁର୍ଥ ଦଳ ହୋଇପାରେ ବୋଲି ଆଇପିଏଲ୍ ପ୍ରେମୀମାନେ ଚର୍ଚ୍ଚା କରୁଛନ୍ତି।

ରୋହିତ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ବିପଦ ସାଜିଲା ଏହି ଦଳ, ପ୍ଲେ ଅଫରେ ପହଁଚିବାରେ ହୋଇପାରେ ବାଧକ

ତେବେ ଏହି ବାବଦରେ ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ କେ.ଏଲ୍ ରାହୁଲ କହିଛନ୍ତି ଯେ,“ସମସ୍ତେ ଜାଣନ୍ତି ଯେ ଆମ ଦଳ ବହୁତ ଭଲ। ମୋ ଉପରେ ଚାପ ପକାଇବା ପାଇଁ ଆମ ଦଳର କୌଣସି ଖେଳାଳି ଚାହୁଁ ନାହାନ୍ତି। ସେମାନେ ମୋତେ ସାହାଯ୍ୟ କରୁଛନ୍ତି। ୟୁଏଇର ଶେଷ ଚାରିଟି ମ୍ୟାଚ୍ ଏକ ଉତ୍ତମ ଉଦାହରଣ। ଆମ ଭଳି ଯୁବ ଦଳ ପାଇଁ ଏହା ନିହାତି ଦରକାର। ତେବେ ଆମେ ଆଉ ଅଳ୍ପ କିଛି ଚେଷ୍ଟା କଲେ ଚଳିତ ଆଇପିଏଲର ପ୍ଲେ ଅଫ୍ ରେ ପହଂଚି ପାରିବୁ ବୋଲି ମୋର ଆଶା ରହିଛି।