IPL 2025 ପାଇଁ RCB ଅଧିନାୟକ: ରଜତ ପାଟିଦାର IPL 2025 ପାଇଁ RCB ଅଧିନାୟକ ଭାବରେ ନାମିତ….
ଫାଫ୍ ଡୁ ପ୍ଲେସିସଙ୍କ ଠାରୁ ଆଇପିଏଲ୍ ୨୦୨୫ ପାଇଁ ରଜତ ପାଟିଦାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଫାଫ୍ ୨୦୨୨-୨୪ ମଧ୍ୟରେ ତିନି ସିଜନ ଦଳର ନେତୃତ୍ୱ ନେଇଥିଲେ ଯେଉଁଥିରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଦୁଇଥର ଆଇପିଏଲ୍ ପ୍ଲେ ଅଫ୍ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଥିଲେ।

ରୟାଲ ଚ୍ୟାଲେଜର୍ସ ବେଙ୍ଗାଲୁରୁ (ଆରସିବି) ଗୁରୁବାର ଆଇପିଏଲ ୨୦୨୫ ସିଜନ ପାଇଁ ଅଧିନାୟକ ଭାବେ ଭାରତ ଏବଂ ମଧ୍ୟପ୍ରଦେଶ ବ୍ୟାଟ୍ସମ୍ୟାନ ରଜତ ପାଟିଦାରଙ୍କୁ ଚୟନ କରିଛି। ପାଟିଦାର ଫାଫ୍ ଡୁ ପ୍ଲେସିସଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ୩୧ ବର୍ଷୀୟ ଇନ୍ଦୋର ଜନ୍ମିତ ଏହି ବ୍ୟାଟ୍ସମ୍ୟାନ୍ ୨୦୨୨ ସିଜନରେ ଆଇପିଏଲ୍ ମଧ୍ୟଭାଗରେ ଏକ ନାଟକୀୟ ପୁନଃପ୍ରବେଶ କରିଥିଲେ। ସେ ଆରସିବିରେ ଲଭନିତ୍ ସିସୋଡିଆଙ୍କ ବଦଳ ଖେଳାଳି ଭାବରେ ଆଇପିଏଲ୍ ମଧ୍ୟଭାଗରେ ପ୍ରବେଶ କରିଥିଲେ। କିନ୍ତୁ, ସେହି ବର୍ଷ ପରେ ତାଙ୍କୁ ରିଟେନ କରାଯାଇନଥିଲା।

୨୦୨୨ ମସିହାରେ ଆଠଟି ମ୍ୟାଚରେ, ପାଟିଦାର ୩୩୩ ରନ୍ ସଂଗ୍ରହ କରି ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ଆଇପିଏଲ୍ ଏଲିମିନେଟର ବିଜୟରେ ୫୪ ବଲରୁ ଅପରାଜିତ ୧୧୨ ରନ୍ ସଂଗ୍ରହ କରିଥିଲେ। ପାଟିଦାର ପରେ ଗୋଇଠି ଆଘାତ ହେତୁ ୨୦୨୩ ସିଜନରୁ ବଞ୍ଚିତ ହୋଇଥିଲେ। ୨୦୨୪ ମସିହାରେ, ପାଟିଦାର ଆରସିବି ପାଇଁ ୩୩ ଟି ଛକା ସହିତ ୧୫ ଟି ମ୍ୟାଚରେ ୩୯୫ ରନ୍ ସଂଗ୍ରହ କରିଥିଲେ।

ନଭେମ୍ବର ୨୦୨୪ ରେ ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ଆରସିବି ପାଟିଦାରଙ୍କୁ ପୂର୍ବତନ ଅଧିନାୟକ ବିରାଟ କୋହଲି (୨୧ କୋଟି ଟଙ୍କା), ୟଶ ଦୟାଲ (୫ କୋଟି ଟଙ୍କା) ସହିତ ୧୧ କୋଟିରେ ଟଙ୍କାରେ ରିଟେନ କରିଛି। ପାଟିଦାର ଆରସିବି ପାଇଁ ଅଷ୍ଟମ ଅଧିନାୟକ ରହିବେ। ତାଙ୍କ ପୂର୍ବରୁ ରାହୁଲ ଦ୍ରାବିଡ, ଅନିଲ କୁମ୍ବଲେ, କେଭିନ ପିଟରସନ, ଡାନିଏଲ ଭେଟ୍ଟୋରି, ବିରାଟ କୋହଲି, ସେନ ୱାଟସନ ଏବଂ ଫାଫ୍ ଡୁ ପ୍ଲେସିସ ଅଧିନାୟକ ଦାୟିତ୍ୱ ଗ୍ରହଣ କରି ସାରିଛନ୍ତି।
