ଏହି ୩ ଜଣ ଖେଳାଳିଙ୍କୁ ନିଲାମୀରେ ଯେକୌଣସି ମୂଲ୍ୟ ରେ ମଧ୍ୟ କିଣିବ KKR , ଶାହାରୁଖ୍ ଖାନ କରନ୍ତି ବିଶ୍ୱାସ

କ୍ରିକେଟ୍ ଖବର : ଆଇପିଏଲର ୧୫ ତମ ସିଜନ ପାଇଁ ୨ଟି ନୂଆ ଦଳ ଯୋଗ ହେବା ପରେ ଏହି ଲିଗ ପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ ଆହୁରି ବଢିବାକୁ ଯାଉଛି।ଏପ୍ରିଲରେ ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ପୂର୍ବରୁ ଆସନ୍ତା ଜାନୁଆରୀରେ ହେବାକୁ ଥିବା ମେଗା ନିଲାମକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ମେଗା ନିଲାମ ପୂର୍ବରୁ, ଆଇପିଏଲ୍ କମିଟି ଅତିବେଶୀରେ ୪ ଜଣ ଖେଳାଳିଙ୍କୁ ରିଟେନ କରିବାକୁ କହିଥିଲେ। ଯାହାର ଶେଷ ତାରିଖ ୩୦ ନଭେମ୍ବରରେ ରଖାଯାଇଥିଲା। ଆଉ ତାରିଖ ସୁଦ୍ଧା ପ୍ରତ୍ୟେକ ଦଳ ୪ ଜଣ ଖେଳାଳିଙ୍କୁ ରିଟେନ କରିଛନ୍ତି।

ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଦିଲ୍ଲୀ ସର୍ବାଧିକ ୪ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ କରିଛନ୍ତି। ସେହିପରି ବାଙ୍ଗାଲୋର, ରାଜସ୍ଥାନ ଏବଂ ହାଇଦ୍ରାବାଦ ୩ ଜଣ ଲେଖାଏଁ ଖେଳାଳିଙ୍କୁ ରିଟେନ ରଖିଛି। କିନ୍ତୁ ପଞ୍ଜାବ କିଙ୍ଗ୍ସ ମାତ୍ର ୨ ଜଣ ଖେଳାଳିଙ୍କୁ ରିଟେନ କରିଛି। ତେବେ ଆଇପିଏଲର ୮ ଟି ଦଳ ନିଜ ନିଜର ବାକି ଖେଳାଳିଙ୍କୁ ମଧ୍ୟ ରିଟେନ କରିବାକୁ ଚାହୁଁଥିଲେ। କିନ୍ତୁ ଆଇପିଏଲ କମିଟିର କଠୋର ନିୟମ ଯୋଗୁଁ ଫ୍ରାଞ୍ଚାଇଜ୍ ଗୁଡିକ ଏପରି କରିବାରେ ସଫଳ ହୋଇପାରିଲେ ନାହିଁ। କିନ୍ତୁ ଆଇପିଏଲ୍ ୨୦୨୨ ର ମେଗା ନିଲାମ ସମୟରେ, କିଛି ଦଳ ସେମାନଙ୍କର ପୁରୁଣା ଖେଳାଳୀଙ୍କୁ ନିଜ ଦଳରେ ଯେଣତେଣ ପ୍ରକାରରେ ଅନ୍ତର୍ଭୁକ୍ତ କରିବାକୁ ଚାହାଁନ୍ତି।
ଆଜି ଏହି ଆର୍ଟିକିଲରେ, ଆମେ ଆପଣଙ୍କୁ ୩ ଜଣ ଖେଳାଳିଙ୍କ ବିଷୟରେ କହିବୁ, ଯେଉଁମାନଙ୍କୁ କି ଶାହାରୁଖ ଖାନଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ୍ ୨୦୨୨ ର ମେଗା ନିଲାମ ସମୟରେ ନିଜ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବେ।
୧) ପ୍ୟାଟ୍ କମିନ୍ସ :

ଟେଷ୍ଟ କ୍ରିକେଟରେ ଟିମ୍ ପେନ ଅଧିନାୟକତ୍ୱ ଛାଡିବା ପରେ ଅଷ୍ଟ୍ରେଲିଆ ଦଳ ପାଇଁ ଟେଷ୍ଟ କ୍ରିକେଟରେ ନୂତନ ଅଧିନାୟକ ହେଲେ ପ୍ୟାଟ୍ କମିନ୍ସ । ସେ ହେଉଛନ୍ତି ବିଶ୍ୱ କ୍ରିକେଟ୍ ର ସର୍ବୋତ୍ତମ ଦ୍ରୁତ ବୋଲର । ପ୍ରାୟ ଦୁଇ ବର୍ଷ ଧରି ଟେଷ୍ଟ କ୍ରିକେଟରେ କମିନ୍ସ ବୋଲରଙ୍କ ମାନ୍ୟତାର ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ୨୦୨୦ ମସିହାରେ ୧୫.୫୦ କୋଟି ମୂଲ୍ୟରେ କିଣିଥିଲା। ତେବେ ବର୍ତ୍ତମାନ ଆଇପିଏଲ କମିଟିର କଠୋର ନିୟମ ଯୋଗୁଁ କୋଲକାତା ତାଙ୍କୁ ରିଟେନ ରଖିପାରିଲା ନାହିଁ, କିନ୍ତୁ ଆଇପିଏଲ ୨୦୨୨ ର ମେଗା ନିଲାମ ସମୟରେ କୋଲକାତା ଫ୍ରାଞ୍ଚାଇଜ୍ ନିଶ୍ଚିତ ଭାବରେ ଏହି ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବ।
୨) ଶୁଭମନ୍ ଗିଲ୍ :

୨୦୧୯ ମସିହାରେ କୋଲକାତା ନାଇଟ୍ ରାଇଡର୍ସ ଭାରତୀୟ ଯୁବ ଓପନର୍ ବ୍ୟାଟ୍ସମ୍ୟାନ୍ ଶୁଭମାନ ଗିଲଙ୍କୁ କିଣିଥିଲା। ଏହା ପରେ ଗିଲ୍ ତାଙ୍କ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଆସୁଥିଲେ। ସେ ନିଜ ଆଇପିଏଲ କ୍ୟାରିୟରର ୫୮ ଟି ମ୍ୟାଚରେ ମୋଟ ୧୪୧୭ ରନ ସ୍କୋର କରିଛନ୍ତି। ଅନ୍ୟପଟେ ଚଳିତ ସିଜନର ୧୭ ଟି ମ୍ୟାଚରେ ଗିଲ ମୋଟ ୪୭୮ ରନ୍ ସ୍କୋର କରିଥିଲେ। ତେବେ ଆଇପିଏଲ୍ କମିଟିର ନିୟମ ହେତୁ କେକେଆର୍ ତାଙ୍କୁ ରିଟେନ ରଖିପାରିଲା ନାହିଁ, କିନ୍ତୁ ଆଇପିଏଲ୍ ୨୦୨୨ ର ମେଗା ନିଲାମ ସମୟରେ ଫ୍ରାଞ୍ଚାଇଜ୍ ନିଶ୍ଚିତ ଭାବରେ ଏହି ଖେଳାଳିଙ୍କୁ ଦଳରେ ଯୋଡିବାକୁ ଚାହିଁବ।
୩) ଶାକିବ ଅଲ ହାସନ :

ବାଂଲାଦେଶର ଷ୍ଟାର୍ ଅଲରାଉଣ୍ଡର ଶାକିବ ଅଲ ହାସନ ବିଶ୍ୱ କ୍ରିକେଟର ମହାନ ଅଲରାଉଣ୍ଡରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆନ୍ତର୍ଜାତୀୟ କ୍ରିକେଟ୍ ଭଳି ସ୍ପିନ୍ ବୋଲିଂ ଏବଂ ଦ୍ରୁତ ବ୍ୟାଟିଂ ସହ ଆଇପିଏଲରେ ବହୁତ ନାମ ତିଆରି କରିଛନ୍ତି ଶାକିବ। ଏହି ବାମହାତୀ ଅଲରାଉଣ୍ଡର କୋଲକାତା ନାଇଟ୍ ରାଇଡର୍ସ ଦଳରେ ୨୦୧୨ ଏବଂ ୨୦୧୪ ରେ ଥିଲେ। ଏହି ଦୁଇ ବର୍ଷ ଗମ୍ଭୀରଙ୍କ ଅଧିନାୟକତ୍ୱରେ କେକେଆର୍ ଆଇପିଏଲ ଟ୍ରଫି ଜିତିଥିଲା। ଏହା ପରେ ୨୦୧୬ ମସିହାରେ ଦଳ ତାଙ୍କୁ ରିଲିଜ କରିଦେଇଥିଲା। ଏହା ପରେ ସେ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଲେ। ଯଦିଓ କୋଲକାତା ପୁଣି ତାଙ୍କୁ ୨୦୨୦ ରେ ଦଳରେ ଅନ୍ତର୍ଭୁକ୍ତ କରିଥିଲା, କିନ୍ତୁ ଆଇପିଏଲ୍ ୨୦୨୨ ପୂର୍ବରୁ ଦଳ ତାଙ୍କୁ ପୁନର୍ବାର ରିଲିଜ କରିଛି। ତେବେ ଏହା ପଛର କାରଣ କେବଳ ୨ ବିଦେଶୀ ଖେଳାଳିଙ୍କୁ ରଖିବାର ନିୟମ କୁହାଯାଉଛି। ଏପରି ପରିସ୍ଥିତିରେ, ଆଇପିଏଲ୍ ୨୦୨୨ ର ମେଗା ନିଲାମ ସମୟରେ ଏହି ଖେଳାଳିଙ୍କୁ ନିଜ ଦଳରେ ଅନ୍ତର୍ଭୁକ୍ତ କରିବା ପାଇଁ ଦଳ ଆପ୍ରାଣ ଉଦ୍ୟମ କରିବ।