ଦେଖନ୍ତୁ ଭିଡ଼ିଓ: ଅମ୍ପାୟାର ଦେଉଥିଲେ ୱାଇଡ୍ କିନ୍ତୁ ଧୋନିଙ୍କ ଅପିଲ୍ କୁ ଦେଖି ଡ଼ରି କି ଦେଇଦେଲେ ଆଉଟ ? କିନ୍ତୁ ରିଭ୍ୟୁ ନେବା ପରେ...

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଅମ୍ପାୟାର ଦେଉଥିଲେ ୱାଇଡ୍ କିନ୍ତୁ ଧୋନିଙ୍କ ଅପିଲ୍ କୁ ଦେଖି ଡ଼ରି କି ଦେଇଦେଲେ ଆଉଟ ? କିନ୍ତୁ ରିଭ୍ୟୁ ନେବା ପରେ...

dhoni appeal


କ୍ରିକେଟ୍ ଖବର୍ : CSK ବନାମ MI ମ୍ୟାଚରେ ଅନେକ ଗୁଡିଏ ଘଟଣା ଦେଖିବାକୁ ମିଳିଥିଲା। ଯେମିତିକି ଚେନ୍ନାଇର ବ୍ୟାଟିଂ ସମୟରେ ଏକାକୀ ଧୋନି ହିଁ ମଇଦାନରେ ରନ ପାଇଁ ସଂଘର୍ଷ କରୁଥିଲେ, ମୁମ୍ବାଇ ଦଳର ବୋଲର୍ ମାନେ ଚେନ୍ନାଇର ବ୍ୟାଟ୍ସମ୍ୟାନଙ୍କୁ ଧରାଶାୟୀ କରିଥିଲେ ଆଉ ମୁମ୍ବାଇ ଦଳ ପାଇଁ ମଧ୍ୟ ତିଲକ ବର୍ମା ହିଁ ମ୍ୟାଚ ବିଜେତା ହୋଇଥିଲେ। ଏହିପରି ଅନେକ ଘଟଣା ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା।

କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ଧୋନି କିପରି ଅମ୍ପାୟାରଙ୍କୁ ଦ୍ଵନ୍ଦରେ ପକାଇ ୱାଇଡ୍ ବଲକୁ ଆଉଟରେ ପରିଣତ କରିଦେଲେ। ଆଉ ଅମ୍ପାୟାର ମଧ୍ୟ ଧୋନିଙ୍କ ଜୋରଦାର ଅପିଲକୁ ଦେଖି ୱାଇଡ୍ ବଲକୁ ଆଉଟର ଶିମ୍ବଲ ଦେଖାଇଥିଲେ। ତେବେ ରିଭ୍ୟୁ ନେବା ପରେ ଏହା ନଟଆଉଟ୍ ବୋଲି ଜଣାପଡିଥିଲା।

dhoni umpire

ମୁମ୍ବାଇ ଦଳ ବ୍ୟାଟିଂ କରୁଥିବା ସମୟରେ 6 ତମ ଓଭରରେ ଏହି ଘଟଣା ଘଟିଥିଲା। ଏହି ଓଭର ଚେନ୍ନାଇ ଦଳ ପକ୍ଷରୁ ସିମରଜିତ୍ ବୋଲିଂ କରୁଥିଲେ। ତେବେ ବ୍ୟାଟିଂ କରୁଥିବା ମୁମ୍ବାଇ ଦଳ ବ୍ୟାଟ୍ସମ୍ୟାନଙ୍କର ପ୍ୟାଡକୁ ବାଜି ଏହି ବଲ୍ ଧୋନିଙ୍କ ହାତକୁ ଯାଇଥିଲା । ଯାହାକି ରିଭ୍ୟୁରେ ଜଣାପଡିଥିଲା। କିନ୍ତୁ ଫିଲଡ଼ ଅମ୍ପାୟାର ଏହା ଜାଣି ନ ପାରି ଆଉଟ୍ ଦେଇଦେଲେ। କିନ୍ତୁ ରିଭ୍ୟୁରେ ସତ ପଦାକୁ ଆସିଲା। ତେବେ ଏହା ପୂର୍ବରୁ ମଧ୍ୟ ଚଳିତବର୍ଷର ଆଇପିଏଲରେ ବହୁତ ଖରାପ ଅମ୍ପାୟାରିଂ ଦେଖିବାକୁ ମିଳିଛି।

ଦେଖନ୍ତୁ ଭିଡ଼ିଓ :